Odisha news

ନାଲକୋ ତରଫରୁ ୪ଟି ପାରିପାଶ୍ୱିର୍କ ଗ୍ରାମ ପଚାଂୟତରେ ବିଶୋଧନ କାର୍ଯ୍ୟକ୍ରମ

0

ଅନୁଗୁଳ: ବିଶ୍ୱ ମହାମାରୀ କରୋନା ଦାଉରୁ ସମସ୍ତ କର୍ମଚାରୀ, ଠିକା ଶ୍ରମିକ, ଆନୁଷଙ୍ଗୀକ ସଂସ୍ଥାର ସମସ୍ତ କର୍ମଚାରୀ ତଥା ଏମାନଙ୍କ ପରିବାରବର୍ଗଙ୍କ ସମେତ ଏହାର ପାରିପାଶ୍ୱର୍ିକ ଗ୍ରାମବାସୀ ମାନେ ମଧ୍ୟ କିପରି ସୁରକ୍ଷିତ ରହିବେ ସେହି ଦିଗରେ ନବରତ୍ନ କମ୍ପାନୀ ନାଲକୋ ପର୍ଯ୍ୟାୟକ୍ରମେ ବିଭିନ୍ନ ପଦକ୍ଷେପ ମାନ ସମ୍ପାଦନ କରୁଛି । ଅନୁଗୁଳର ସ୍ମେଲଟର ଓ ପାୱାର ପ୍ଲାଟଂ ପରିସର ନାଲକୋ ଟାଉନସିପ ଏବଂ ଏହାର ପାଶ୍ୱର୍ବର୍ତୀ ଅଚଂଳ ପରେ ନାଲକୋ କର୍ତୃପକ୍ଷ ପାରିପାଶ୍ୱର୍ିକ ଗ୍ରାମ ମାନଙ୍କରେ ବିଶୋଧନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ପ୍ରତିଷେଧକ ମୂଳକ ପଦକ୍ଷେପ ରୂପେ ଏଯାବତ୍ ୪ଟି ଗ୍ରାମ ପଚାଂୟତ ଯଥା- କାଣ୍ଡସର ଜି.ପି, ଗିରାଙ୍ଗ ଜି.ପି, କୁଲାଡ ଜି.ପି ଓ ବଳରାମପ୍ରସାଦ ଜି.ପିରେ ୧୫ରୁ ଉଦ୍ଧ୍ୱର୍ ଗ୍ରାମରେ କରୋନାକୁ ପ୍ରତିହତ କରିବା ପାଇଁ ସୋଡିୟମ ହାଇପୋକ୍ଲୋରାଇଡ ଦ୍ୱାରା ସମଗ୍ର ଗ୍ରାମ, ସଭାଘର, ଓ ସ୍କୁଲ ଗୃହ ଇତ୍ୟାଦିକୁ ବିଶୋଧନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ବିଶୋଧନ କାର୍ଯ୍ୟକ୍ରମ ସମାପତି ହୋଇଥିବା ଗ୍ରାମ ମାନଙ୍କ ମଧ୍ୟରେ ପିଙ୍ଗୁଆ, ଅମାନ୍ତପୁର, ଭାଲୁଧରି ସାହି, କଇଁପୁଲିଆ ସାହି, ପାଟଣା ସାହି, ବଡତଇଳା, ଲକ୍ଷ୍ମଣପୁର, ଗିରାଙ୍ଗ, କୁଲାଡ, କାଣ୍ଡସର ଓ କନିଆଁବେଡା ଅନ୍ୟତମ । ପ୍ରକାଶ ଥାଉକି ନାଲକୋ ତରଫରୁ ଜିଲ୍ଲା ପ୍ରଶାସନିକ ସହାୟତାରେ ୫୦ ହଜାରରୁ ଉଦ୍ଧ୍ୱର୍ ମାସ୍କ ବଟଂନ ମଧ୍ୟ କରାଯାଇଛି ।

କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ (ସିଏମଡି) ଙ୍କ ନିଦେ୍ର୍ଦଶରେ ଇ.ଡି (ଏସ.ଏଣ୍ଡ.ପି) ଓ ଜି.ଏସ (ପ୍ରଶାସନ ଓ ମାନବ ସମ୍ବଳ)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସି.ଏସ.ଆର ବିଭାଗ ଓ ନାଲକୋ ଫାଉଣ୍ଡେସନ ବିଭାଗର କର୍ମକର୍ତା ମାନେ ସି.ଏସ.ଆର ଏବଂ ଅଗ୍ନିଶମ ବିଭାଗ ସହିତ ମିଳିତ ଭାବେ ଏହି ବିଶୋଧନ କାର୍ଯ୍ୟକ୍ରମକୁ ସାନିଟାଇଜେସନ କୁ ସଫଳ ରୂପେ ସମ୍ପାଦିତ କରୁଛନ୍ତି ।

Leave A Reply