Odisha news

ନାଲକୋ ସ୍ମେଲଟର ପ୍ଲାଟଂରେ ଦୁର୍ଘଟଣା: କାରରେ ନିଷିଦ୍ଧାଚଂଳ ରାସ୍ତା ଦେଇ ଗଲେ , କାରକୁ ଟାଣି ନେଲା ମ୍ୟାଗ୍ନେଟ୍ , ଅଳ୍ପକେ ବର୍ତିଲେ ଚାଳକ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲଟର ପ୍ଲାଟଂର ପଟ୍ଲାଇନ୍ ଏ ଓ ବି ମଧ୍ୟରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସମ୍ପୃକ୍ତ ଠିକାଦାର ଅଳ୍ପକେ ବର୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଉକ୍ତ ଠିକାଦାର ନିଜ କାରରେ ପଟ୍ଲାଇନ୍ ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍ ପଟଲାଇନରେ ଲାଗିଥିବା ମ୍ୟାଗ୍ନେଟ୍ କାରଟିକୁ ଟାଣି ନେଇଥିଲା ।

ଫଳରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଉକ୍ତ ରାସ୍ତା ଦେଇ କୋ÷ଣସି ଗାଡି ଯାତାୟାତ କରିପାରିବ ନାହିଁ ବୋଲି ନାଲକୋ ପକ୍ଷରୁ ସେଠାରେ ନୋଟିସ ଲଗାଯାଇ ବାରଣ କରାଯାଇଛି । କିନ୍ତୁ ଏହାକୁ ବେଖାତିର କରି ଠିକାଦାର କିଭଳି କାରରେ ନିଷିଦ୍ଧାଚଂଳ ରାସ୍ତା ଦେଇ ଗଲେ,ତାହା ଏବେ ଚର୍ଚାର ବିଷୟ ପାଲଟିଛି । ନାଲକୋର ସୁରକ୍ଷା ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ନାଲକୋ କର୍ମଚାରୀ ପ୍ରକାଶ କରିଛନ୍ତି ।

Leave A Reply