ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରୀନ ଜୋନରେ ଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ ଡାଉନ୍ ନିୟମ କୋହଳ କରାଯାଇଛି । ଛୋଟ ଛୋଟ ଦୋକାନ ବଜାର ଖୋଲିବା ପାଇଁ ନିଦେ୍ର୍ଦଶ ଥିଲେ ମଧ୍ୟ ପୂର୍ବଭଳି ସିନେମା ହଲ, ସ୍ପୋର୍ଟସ କମ୍ପ୍ଲେକ୍ସ, ବିବାହ ମଣ୍ଡପ, ବାର, ସୁଇମିଙ୍ଗ ପୁଲ ପ୍ରଭୃତି ବନ୍ଦ ରହିବ ବୋଲି କଡା ନିଦେ୍ର୍ଦଶ ରହିଥିଲେ ମଧ୍ୟ ଅନୁଗୁଳ ସହରରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସହରରେ ପ୍ରଶାସନର ନିଦେ୍ର୍ଦଶକୁ ଭୃକ୍ଷେଫ ନକରି ବହୁ ବଡ ବଡ ସପିଙ୍ଗ ମଲ ଖୋଲା ରହିଥିବା ଦେଖିବାକୁ ମିଳିଛି । ଏହି ସପିଙ୍ଗ ମଲ ଗୁଡିକରେ ସାମାଜିକ ଦୂରତ୍ୱ ପ୍ରତି ଟିକିଏ ମାତ୍ର ଧ୍ୟାନ ଦିଆଯାଇ ନଥିବା ବେଳେ ଏଥିପାଇଁ ସହରରେ ପ୍ରବଳ ଭିଡ ଜମୁଥିବା ଦେଖିବାକୁ ମିଳିଛି ।
ସେହିପରି ଲୋକ ମାନେ ମାସ୍କ ପିନ୍ଧୁ ନଥିବା ମଧ୍ୟ ଦେଖିବାକୁ ମିଳିଛି । ବିନା କାମରେ ଲୋକ ମାନେ ବଜାରରେ ଆସି ଗହଳି ଜମାଉଥିବା ଦେଖିବାକୁ ମିଳିଥିଲା । କୋ÷ଣସି ଲୋକଙ୍କ ମନରେ କରୋନା ପ୍ରତି ତିଳେମାତ୍ର ଭୟ ନଥିବା ଅନୁଭବ ହେଉଥିଲା । ସତେ ଯେପରି ଆମ ରାଜ୍ୟ ସମେତ ଦେଶରୁ କରୋନା ନିପାତ ହୋଇଗଲା ସେହିଭଳି ଲୋକଙ୍କ ମନଭାବରୁ ଜଣା ପଡୁଥିଲା । ମଙ୍ଗଳବାର ଦିନ ସହରରେ ଏଭଳି ଭିଡ ଜମିଥିଲା ଯେ, ପ୍ରାୟ ୧ ଘଟାଂ ଧରି ଟ୍ରାଫିକ ଜାମ୍ ହୋଇଯାଇଥିଲା । ଯଦି ଏଭଳି ହେବ ତେବେ ଶିଳ୍ପ ବହୁଳ ଅନୁଗୁଳ ସହରରେ କରୋନା ଯେ କାୟା ବିସ୍ତାର ନକରିବ ତାହା କହିବା ଅସମ୍ଭବ ।
ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହୋଇଛି । ସହରରେ ସାମାଜିକ ଦୂରତ୍ୱକୁ ନମାନୁଥିବାରୁ ଆଜି ପୁଲିସ ପକ୍ଷରୁ ଅନୁଗୁଳ ବଜାରରେ ଥିବା ଶ୍ରୀ ମଙ୍ଗଳମ୍ ଓ ରାଧିକା ଶାଢ଼ୀ ଦୋକାନକୁ ପୁଲିସ ସିଲ୍ କରିଦେଇଥିଲା । ହେଲେ ବି ବେପାର କରିବାକୁ ବ୍ୟାକୁଳ ହେଉଥିବା ଅଣ ଓଡିଆ ବ୍ୟବସାୟୀ ମାନେ ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପ୍ରତି ତିଳେ ମାତ୍ର ଧ୍ୟାନ ଦେଉନଥିବା ଅନୁଭବ ହେଉଥିଲା । ସେହିପରି ମଦ ଦୋକାନ ଖୋଲିବ ବୋଲି ସକାଳୁ ମଦ ଦୋକାନ ଆଗରେ ଲମ୍ବା ଧାଡି ଲାଗିରହିଥିଲା । କିନ୍ତୁ ରାଜ୍ୟରେ ଏବେ ମଦ ଦୋକାନ ଖୋଲିବ ନାହିଁ ବୋଲି ଖବର ଗଣମାଧ୍ୟମରେ ପ୍ରଚାର ହେବା ପରେ ମଦ ଦୋକାନ ଆଗରୁ ଦିନ ୨ଟା ବେଳେ ଗହଳି କମିବା ଆରମ୍ଭ ହୋଇଥିଲା । ଅନ୍ୟ ପକ୍ଷରେ ସହରର ଗାନ୍ଧୀମାର୍ଗ ଅଚଂଳରେ ଥିବା କେତେକ ବଡ ମଲ୍ ଆଗ ପଟୁ ସଟର ବନ୍ଦ ରଖିଥିବା ବେଳେ ପଛ ବାଟରେ ଗହଳି ଜମେଇ ବେପାର କରୁଥିବା ଦେଖିବାକୁ ମିଳିଥିଲା ।
ସାମାଜିକ ଦୂରତ୍ୱକୁ ନମାନି ମାସ୍କ ନପିନ୍ଧି ବଜାରରେ ବୁଲୁଥିବା କେତେକ ଅମାନିଆ ଲୋକଙ୍କ ଠାରୁ ପୁଲିସ ଫାଇନ ଆଦାୟ କରୁଥିବା ଦେଖିବାକୁ ମିଳିଥିଲା । ଉଲ୍ଲ୍ଖେ ଯୋଗ୍ୟ ଯେ ଶିଳ୍ପ ଖଣି ଥିବାରୁ ଅନୁଗୁଳ ଜିଲ୍ଲାକୁ ଲକ୍ ଡାଉନ୍ ସତ୍ୱେ କାମ ଅନ୍ୱେଷଣ ଓ ଫଳ ବିକିବା ଉଦେ୍ଦଶ୍ୟରେ ବହୁ ଲୋକ ଲୁଚିଛପି ଝାରଖଣ୍ଡ, ବନାରସ ଓ ପଶ୍ଚିମବଙ୍ଗରୁ ଅନୁଗୁଳ ଜିଲ୍ଲାକୁ ଆସିଥିବା ଜଣାଯାଇଛି । ପୁଲିସ ଓ ପ୍ରଶାସନ ପାଖରେ କେତେକାଂଶରେ ଏହି ଖବର ଥିଲେ ମଧ୍ୟ ପୁଲିସ ସମସ୍ତଙ୍କୁ ଖୋଜି ବାହାର କରିବାରେ ସକ୍ଷମ ହେଉନାହିଁ । ଫଳରେ ସହରରେ ଯେମିତି ସାମାଜିକ ଦୂରତ୍ୱକୁ ଲୋକ ମାନୁ ନାହାଁନ୍ତି ତେବେ କେଉଁ ମୁହୂର୍ତରେ କଣ ହେବ ତାହା ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି କରିଛି । ତେଣୁ ଅନୁଗୁଳ ଜିଲ୍ଲା ଗ୍ରୀନ ଜୋନରେ ଥିଲେ ମଧ୍ୟ ଜିଲ୍ଲାରେ ପୂର୍ବଭଳି କଟକଣା ଲାଗୁ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।