Odisha news

ହାତୀବନ୍ଧା ଉଚ୍ଚ ବିଦ୍ଯାଳୟ ପାଇଲା ପ୍ରକୃତିମିତ୍ର ପୁରସ୍କାର 

0
ନୂଆପଡ଼ା-୫/୬ ( ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ଯାଳୟ ପ୍ରକୄତିମିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ଜଣାପଡ଼ିଛି । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରାଜ୍ଯ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ  ଗୁରୁବାର ଭୁବନେଶ୍ବର ଓୟୁଏଟି ପରିସରରେ ଆୟୋଜିତ ରାଜ୍ଯସ୍ତରୀୟ କାର୍ଯ୍ଯକ୍ରମରେ ବିଦ୍ଯାଳୟର ପ୍ରଧାନଶିକ୍ଷକ ଭୁବନେଶ୍ୱର ମେହେର ଓ ଇକୋକ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ରୂପେଶ କୁମାର ମେହେର ଏହି ପୁରସ୍କାର ଗ୍ରହଣ କରିଛନ୍ତି । କାର୍ଯ୍ଯକ୍ରମର ମୁଖ୍ଯଅତିଥି ଭାବରେ ମୁଖ୍ଯମଂତ୍ରୀ ମୋହନ ମାଝୀ ଓ ସମ୍ମାନିତ ଅତିଥି ଭାବରେ ଜଙ୍ଗଲ ପରିବେଶ ମଂତ୍ରୀ ଗଣେଶରାମ ଖୁଣ୍ଟିଆ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦେଶକ ଡଃ.କେ. ମୁରୁଗେସନ, ମୁଖ୍ଯ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ଯ ଶାସନ ସଚିବ ସତ୍ଯବ୍ରତ ସାହୁ, ମୁଖ୍ଯ ବନ ସଂରକ୍ଷକ ସୁରେଶ ପନ୍ତ, ରାଜ୍ଯ ପ୍ରଦୁଷଣ ନିୟଂତ୍ରଣ ବୋର୍ଡ ସଦସ୍ଯା ଉମା ନାନ୍ଦୁରି ପ୍ରମୁଖ ଯୋଗ ଦେଇ ଥିଲୋ ଏହି ଅବସରରେ ରାଜ୍ଯ ସ୍ତରୀୟ ଇକୋ ମୋଡ଼େଲ ପ୍ରଦର୍ଶନୀରେ ରାଜ୍ଯର ତିରିଶ ଜିଲ୍ଲାରୁ ଗୋଟିଏ ଲେଖାଏଁ ମଡ଼େଲ ପ୍ରଦର୍ଶିତ କରାଯାଇଥିବା ବେଳେ ନୂଆପଡ଼ା ଜିଲ୍ଲାରୁ ଏହି ହାତୀବନ୍ଧା ଉଚ୍ଚ ବିଦ୍ଯାଳୟର ମୋଡ଼େଲ ମନୋନିତ ହୋଇ ରାଜ୍ୟ ସ୍ତରରେ ପ୍ରଦର୍ଶିତ ହୋଇଥିଲା । ଏଥିରେ ମୋଡ଼େଲ ତିଆରି କରିଥିବା ଛାତ୍ର ଟିକେଲାଲ ମାଝୀ ଓ ମାର୍ଗଦର୍ଶକ ଶିକ୍ଷକ ରୂପେଶ କୁମାର ମେହେର ଅଂଶ ଗ୍ରହଣ କରିଥିଲେ। ବିଦ୍ଯାଳୟର ଏହି ସଫଳତାରେ ଅଂଚଳରେ ଖୁସି ବ୍ଯକ୍ତ କରାଯିବା ସହ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଯାଇଛି ।
Nalco
Leave A Reply