Odisha news

କର୍ଣ୍ଣାଟକ ର ଚମତ୍କାରୀ  ମନ୍ଦିର , ଯେଉଁଠି ପଥର କହିଥାଏ ଆପଣ ଆପଣଙ୍କ ଜୀବନ ରେ ସଫଳ ହେବେ କି ନାହିଁ

0

କର୍ଣ୍ଣାଟକ ର ହସନ ଜିଲ୍ଲାର ଚିକନାହଲି ରେ ଥିବା ରଙ୍ଗନାଥ ସ୍ୱାମୀ ମନ୍ଦିର ଖୁବ ପ୍ରସିଧ, ଏହି ମନ୍ଦିର ଟି ଦ୍ୱାଦଶ ଶତାବ୍ଦୀ ରେ ନିର୍ମାଣ ହୋଇଥିଲା, ଏହି ମନ୍ଦିରଟିର ଐତିହାସିକ ଓ ଧାର୍ମିକ ମାନ୍ୟତା ଖୁବ ରହିଛି, ମାନ୍ୟତା ରହିଛି ଯେ ରାମାନୁଜ ତାମିଲନାଡୁ ରୁ ନିର୍ବାସିତ ହୋଇ ଚିକନହୋଲି ରେ ରହୁଥିଲେ, ସେହି ସମୟରେ ଗୋଟିଏ ରାତିରେ ତାଙ୍କୁ ଅଦ୍ଭୁତ ଆଧ୍ୟାତ୍ମିକ ଅନୁଭବ ହେଲା, ପରଦିନ ସେ ଗାଁ ର ଲୋକଙ୍କୁ କହିଲେ ଯେ ଏହି ସ୍ଥାନ ଭଗବାନ ବିଷ୍ଣୁ ଙ୍କ ପାଇଁ ଖୁବ ପ୍ରସିଦ୍ଧ l ଏବଂ ଏଠାରେ ଭଗବାନ ବିଷ୍ଣୁ ଙ୍କ ମୂର୍ତି ସ୍ଥାପନ କରି ନିୟମିତ ପୂଜା କରିବା ଜରୁରୀ, ଏହାପରେ ଗ୍ରାମବାସୀ ଭଗବାନ ରାମ ଙ୍କର ଧନୁ-ଶର ଥିବା ମୂର୍ତି ନିର୍ମାଣ କରିଥିଲେ, ଏବଂ ନିୟମିତ ପୂଜା ଆରମ୍ଭ କରିଦେଲେ, ଏହି ମନ୍ଦିରରେ ଥିବା ଗୋଟିଏ ଚମତ୍କାରୀ ପଥର ଖୁବ ପ୍ରସିଦ୍ଧ ଅଟେ l

ଏହି ଗ୍ରାମ ର ସମସ୍ତ ଦାୟିତ୍ୱ ଗ୍ରାମ ବାସି ରଙ୍ଗନାଥ ସ୍ୱାମୀଙ୍କୁ ଦେଇ ଥାଆନ୍ତି, ଯାହାଦ୍ୱାରା ସେମାନଙ୍କର ସମସ୍ତ ଅସୁବିଧା ଦୂର ହୋଇଥାଏ l ପ୍ରତ୍ୟେକ ଶନିବାର ରେ ଏଠାରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥାଏ, ଏଠାରେ ରାମନବମୀ ରେ ରଥ ରେ ଠାକୁରଙ୍କୁ ବସାଇ ନଗର ପରିକ୍ରମା କରାଯାଏ l ଏହି ମନ୍ଦିର ର ରକ୍ଷା ଦୋନପା ନାମକ ରକ୍ଷକ ଦେବତା କରନ୍ତି l

ମନ୍ଦିର ର ବିଶେଷତା ହେଲା ଏହି ମନ୍ଦିର ରେ ରାମାନୁଜାଚାର୍ଯ୍ୟ ଗୋଟିଏ ଛୋଟ ପଥର ଅଟନ୍ତି, ମାନ୍ୟତା ରହିଛି ଯେ ଯଦି କେହି ବ୍ୟକ୍ତି ସେହି ପଥର ଉପରେ ନିଜ ମନସ୍କାମନା ଲେଖି ବସିଥାଏ, ଯଦି ପଥରଟି ବାମ ପାର୍ଶ୍ୱକୁ ଚାଲିଲା ତେବେ ମନସ୍କାମନା ପୁର୍ଣ ହୁଏନାହିଁ, ଯଦି ଦକ୍ଷିଣ ପାର୍ଶ୍ୱକୁ ଚାଲିଲା ତେବେ ମନସ୍କାମନା ପୁର୍ଣ ହୋଇଥାଏ l ପଥର ଟିର ଘୁରିବା ଖୁବ ଦ୍ରୁତ ଅଟେ l ଏଠାରେ ଲୋକ ମାନଙ୍କର ଶନିବାର ଦିନ ଖୁବ ଭିଡ଼ ଜମିଥାଏ, ଏବଂ ପ୍ରତ୍ୟେକ ଶ୍ରଦ୍ଧାଳୁ ଭୋଜନ କରି ଥାଆନ୍ତି l

Nalco
Leave A Reply