Odisha news

ଜିଲ୍ଲା ସ୍ତରୀୟ କୃଷି ଉତ୍ପାଦକ ମଣ୍ଡଳ ସମନ୍ଵୟ କମିଟି ବୈଠକ

0
ନୂଆପଡ଼ା- ୫/୬(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ାରେ ଜିଲ୍ଲା ସ୍ତରୀୟ କୃଷି ଉତ୍ପାଦକ ମଣ୍ଡଳ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଂସଦାଙ୍କ ଦ୍ଵାରା ଆୟୋଜିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଳା କୃଷି ଅଧିକାରୀ ପ୍ରଦୀପ ନାୟକ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପାତ୍ର, ଡି ପି ସି ମିଶନ ଶକ୍ତି ସୁନୀଲ କୁମାର ମଲ୍ଲିକ, ଜିଲ୍ଳା ମତ୍ସ୍ୟ ଅଧିକାରୀ ବିଜନ କୁମାର ସାହୁ, ସ୍ଵେଚ୍ଛାସେବୀ  ସଂସ୍ଥା ଲୋକଦୃଷ୍ଟି ର ପ୍ରୋଗ୍ରାମ ମ୍ୟାନେଜର ନବୀନ ଚନ୍ଦ୍ର ମିଶ୍ର, ସି ପି ଏସ ଡବ୍ଲ୍ଯୁ ମ୍ୟାନେଜର ମନୋଜ କୁମାର ମେହେର ଏବଂ ଲାଇନ୍ ବିଭାଗର ଅନ୍ୟାନ୍ୟ ଅଧିକାରୀ ଗଣ ଓ କୃଷକ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧିମାନେ ଯୋଗଦେଇଥିଲେ l ଜିଲ୍ଲାରେ ସ୍ଵେଚ୍ଛାସେବୀ  ସଂସ୍ଥା ଲୋକଦୃଷ୍ଟି ଖଡ଼ିଆଳ ଏବଂ ବୋଡ଼େନ ବ୍ଲକ ରେ ଓ ସି ପି ଏସ ଡବ୍ଲ୍ଯୁ କୋମନା ବ୍ଲକ ରେ କୃଷକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଆୟ ଦ୍ଵିଗୁଣିତ କରିବା ସହିତ ସେମାନଙ୍କ ଜୀବନ ଧାରଣ ମାନ କୃଷି ଏବଂ ଆନୁଷଙ୍ଗିକ ବିଭାଗ ଜରିଆରେ ବୃଦ୍ଧି କରିବା ପାଇଁ ପ୍ରୟାସରତ ଅଛନ୍ତି l ଜିଲ୍ଲା ସଂଯୋଜକ  ନରେନ୍ଦ୍ର କୁମାର ସାହୁ ପାୱର ପଏଣ୍ଟ ପ୍ରସ୍ତୁତି ମାଧ୍ୟମରେ ବୈଠକରେ ପ୍ରଗତି ବିବରଣୀ ଦେଇଥିଲେ।ଜିଲ୍ଲାର ୩୩ ଟି ଗ୍ରାମପଞ୍ଚାୟତ, ୯୬ ଟି ଗ୍ରାମ ରେ ୭୭୩୩ ଟି ପରିବାର କୁ ସାହାଯ୍ଯ ଯୋଗାଇ ଦିଆଯାଇଛି l ୧୩୦୦୦  କ୍ଷୁଦ୍ର ଏବଂ ନାମମାତ୍ର କୃଷିଜିବି ମହିଳାଙ୍କ ଆୟ ଦ୍ଵିଗୁଣିତ ହେବା, ୧୦୪ ଟି ଉତ୍ପାଦକ ଗୋଷ୍ଠୀ ଗଠିତ ହେବା ଓ ୪୦୦୦ ଏକର ଜମିରେ ଅଧିକ ଆୟଯୁକ୍ତ ଚାଷ କରିବା ଭଳି ପଦକ୍ଷେପ ନିଆ ଯାଇଛି ।୨୦୨୪–୨୫ ଆର୍ଥିକ ବର୍ଷର ମୁଖ୍ୟ ଉପଲବ୍ଧି ଗୁଡିକ ହେଲା -ମହିଳା କୃଷକ ସଙ୍ଗଠନ ଯାହାକି ୩ଟି ବ୍ଲକରେ ୭,୦୦୦ ରୁ ଅଧିକ ଛୋଟ ଓ ନାମମାତ୍ର କୃଷକଙ୍କୁ ନେଇ ୫୭ଟି ଉତ୍ପାଦକ ଗୋଷ୍ଠୀ ଗଠିତ ହୋଇଛି  l ଏହା ଦ୍ୱାରା ସଂଯୁକ୍ତ ବାର୍ଗେନିଂ ଓ ଶ୍ରେଷ୍ଠ ବଜାର ଯୋଗାଯୋଗ ସମ୍ଭବ ହୋଇଛି।
 ଫସଲ  ବିବିଧିକରଣ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ମୂଲ୍ୟ ଥିବା ଡାଲି , ଚିନାବାଦାମ ଓ ପନିପରିବା ଫସଲ ୧,୦୦୦ ହେକ୍ଟରରୁ ଅଧିକ ଜମିରେ ଚାଷ କରାଯାଇ ଆୟ  ବଢାଯାଇଛି।ବଜାର ଯୋଗାଯୋଗ ଦ୍ଵାରା ବିକ୍ରି ବୃଦ୍ଧି ହୋଇଛି lଫାର୍ମର୍ ପ୍ରୋଡ୍ୟୁସର୍ କମ୍ପାନୀ ଓ ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ କିଣାବିକା କରିବା ପାଇଁ ବ୍ୟବସ୍ଥା ହୋଇଛି, ଯାହା ଦ୍ୱାରା ୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉତ୍ପାଦନ ବିକ୍ରି ହୋଇଛି। ୨୫–୨୬ ଆର୍ଥିକ ବର୍ଷ ପାଇଁ ଯୋଜନାରେ ଏପିସି କ୍ଲଷ୍ଟରର ବିସ୍ତାର ହେବ l ଅତିରିକ୍ତ ୨୬ଟି ନୂଆ ପ୍ରୋଡ୍ୟୁସର୍ ଗ୍ରୁପ୍‌ରେ ୫,୦୦୦ କୃଷକଙ୍କୁ ଅନ୍ତର୍ଭୁକ୍ତ କରିବା ଯୋଜନା ଅଛି, ଯହିଁରେ ମହିଳା ଓ ଜନଜାତି ଅଞ୍ଚଳକୁ ବିଶେଷ ଗୁରୁତ୍ୱ ଦିଆଯିବ। ସିଞ୍ଚନ ଓ ଜଳ ବ୍ୟବସ୍ଥାପନ ଦ୍ଵାରା ଜଳଅଭାବ ଅଞ୍ଚଳରେ ଛୋଟ ଷ୍ଟ୍ରକ୍ଚର ଓ ମାଇକ୍ରୋ-ଇରିଗେସନ୍ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯିବ।  ନୂତନତା ଉପରେ ଗୁରୁତ୍ୱ ଦେଇ ଷ୍ଟ୍ରବେରି ଓ ଡ୍ରାଗନ୍ ଫଳ ପରି ଲାଭକାରୀ ଫଳ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବ l
ଜିଲ୍ଲାପାଳ ଶ୍ରୀ  ଦାସ ସମସ୍ତ ଅଂଶୀଦାର ଓ ସହଯୋଗୀଙ୍କୁ ପ୍ରୋତ୍ସାହନ  ଦେଇ କହିଛନ୍ତି, ଏ ପି ସି ପ୍ରକଳ୍ପ ଦ୍ୱାରା ଆମର ଲକ୍ଷ୍ୟ ହେଉଛି ପ୍ରବାସୀ ଶ୍ରମିକ ପ୍ରଥାକୁ ରୋକିବା। କୃଷି ଲାଭଜନକ ହେଲେ ଲୋକମାନେ କଷ୍ଟକର ପ୍ରବାସୀ ଶ୍ରମିକ ହେବେନାହିଁ l ସରକାରୀ ତଥା ସ୍ଵେଚ୍ଛାସେବୀ ସଂଗଠନ ମାନେ ଏହାକୁ ଏକ ଆହ୍ଵାନ ଭାବି କାମ କରନ୍ତୁ l ଏହି ଅବସରରେ ଉତ୍ତମ ପ୍ରଦର୍ଶନ କରିଥିବା ତିନୋଟି ବ୍ଲକର ଶ୍ରେଷ୍ଠ ଉତ୍ପାଦକ ଗୋଷ୍ଠୀ ଖରିଆରର ସତ୍ୟସାଇ ପିଜି, ବୋଡ଼େନ ରମା ତୁଳସୀ ପିଜି , ଓ କୋମନା ର ମା ଶକ୍ତି ସ୍ୱରୂପା ଉତ୍ପାଦକ ଦଳଙ୍କୁ ଜିଲ୍ଲାପାଳ ପୁରସ୍କାର ପ୍ରଦାନ କରିଥିଲେ।
Nalco
Leave A Reply