ଭୁବନେଶ୍ୱର : କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ନୂତନ ନିର୍ଦ୍ଧେଶକ (ପ୍ରୋଜେକ୍ଟ ଓ ଟେକ୍ନିକାଲ ) ଭାବେ ଶ୍ରୀ ଜଗଦୀଶ ଆରୋରା ଦାଇତ୍ୱ ଗ୍ରହଣ କଲେ l
ଏହା ପୂର୍ବରୁ ଶ୍ରୀ ଆରୋରା ଷ୍ଟିଲ ଅଥରିେିଅଫ ଇଣ୍ଡିଆ(ସେଲ )ଅନ୍ତର୍ଗତ ସେଣ୍ଟର ଫର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରିଆସୁଥିଲେ l ଏନ.ଆଇ.ଟି , ୱାରାଙ୍ଗଲ ରୁ ମେକାନିକାଲ ଇଞ୍ଜିନିୟରିଂ ରେ ସ୍ନାତକ ଡିଗ୍ରୀ ଏବଂ ଏକ୍ସ.ଏଲ.ଆର.ଆଇ,ଜାମସେଦପୁରରୁ ଫାଇନାନ୍ସ ଓ ମାର୍କେଟିଂରେ ପି.ଜି .ଡ଼ି .ଏମ ଡିଗ୍ରୀ ହାସଲ କରିବା ପରେ ଶ୍ରୀ ଆରୋରା ଷ୍ଟିଲ ଅଥରିେିଅଫ ଇଣ୍ଡିଆ(ସେଲ)ରେ ମ୍ୟାନେଜମେଣ୍ଟ ଟ୍ରେନି (ଟେକ୍ନିକାଲ)ଭାବେ କ୍ୟାରିଅର ଆରମ୍ଭ କରିଥିଲେ l
ମେଟାଲ ଓ ମିଇନିଙ୍ଗ ଇଣ୍ଡଷ୍ଟ୍ରିର ବିଭିନ୍ନ ଦିଗରେ କାର୍ଯ୍ୟ କରିବାରେ ତାଙ୍କର ବିଶେଷ ଦକ୍ଷତା ଓ ଅଭିଜ୍ଞତା ରହିଛି। ସେଲରେ ୩ ଦଶନ୍ଧୀରୁ ଉର୍ଧ୍ଵ ସମୟ କାର୍ଯ୍ୟ କରିବା ସହ ଶ୍ରୀ ଆରୋରା ବିଭିନ୍ନ ପଦ ପଦବୀ ମାନଙ୍କରେ ଚ୍ୟଲେଞ୍ଜିଙ୍ଗ କାର୍ଯ୍ୟ ଗୁଡିକ ସଫଳତାର ସହ ନିର୍ବାହ କରିଛନ୍ତି l ଶ୍ରୀ ଆରୋରାଙ୍କୁ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଅଭିନନ୍ଦନ ଜଣାଇବା ସହ ତାଙ୍କ ଯୋଗ ଦାନ ଦ୍ୱାରା ନାଲକୋ ବୋର୍ଡ ଆହୁରି ମଜଭୁତ ହବବୋଲି ଆଶା ପ୍ରକଟ କରିଛନ୍ତି l