Odisha news

ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଶ୍ରମ ଅଧିକାରୀ ଙ୍କ ସହ ଆଲୋଚନା : ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ 

0
ନୂଆପଡା-୧୧/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଏକ ଜରୁରୀ ବୈଠକ ଖରିଆର ରୋଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପ୍ରାଙ୍ଗଣରେ  ଆବାହକ  ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ  ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ମହାସଂଘ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାରଲା ଙ୍କ ସହିତ ଜିଲାର ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା।ଶ୍ରମିକଙ୍କ ପଞ୍ଜିକରଣ ଓ ନବୀକରଣ ରେ ଦେଖାଦେଇଥିବା ସମସ୍ୟା ଓ ତହିଁରେ ଟ୍ରେଡ଼ ୟୁନିଅନ ର ଭୂମିକା କୁ ଗୌଣ କରିବା ଭଳି ବିଭାଗୀୟ ଅବହେଳା ଓ ପ୍ରଚେଷ୍ଟା କୁ ବନ୍ଦ କରିବା ପାଇଁ ଓ ସମସ୍ୟା ର ସମାଧାନ ପାଇଁ ଟ୍ରେଡ଼ ୟୁନିଅନ ର ନେତୃମଣ୍ଡଳୀ ଦାବି କରିଥିଲେ।ଦାଦନ ପ୍ରବଣ ନୂଆପଡା ଜିଲ୍ଲା ରେ ସାମାଜିକ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗ ର ଆବେଦନ ପତ୍ର ମଞ୍ଜୁର ନ ହୋଇ ପଡି ରହୁଥିବା, ଏଥିପାଇଁ ଯେତେ ଆନ୍ଦୋଳନ ତଥା ଆଲୋଚନା କଲେ ମଧ୍ୟ କୌଣସି ସୁଫଳ ନ ମିଳିବା ଅତ୍ୟନ୍ତ ଉଦବେଗ ର ବିଷୟ ବୋଲି ମହାସଂଘ ର ଆବାହକ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ପରେ ମହାସଂଘ ର ବୈଠକ ରେ ଆଗାମୀ  ୧୫ ଅକ୍ଟୋବର ୨୦୨୩  ଦିନ ତରବୋଡ଼ ଧାନ ମଣ୍ଡି ପଡ଼ିଆରେ ନୂଆଖାଇ ଭେଟଘାଟ ପାଳନ ପାଇଁ ନିଷ୍ପତ୍ତି ନିଆଗଲା ଓ ନୂଆଖାଇ ଭେଟଘାଟ ବାହାନାରେ ଜିଲ୍ଲାର ଦାଦନ ଦୁଃଖ  ଓ ଶ୍ରମିକ ବର୍ଗ ର ବିଭିନ୍ନ ସମସ୍ୟା ସହିତ ଭେଟଘାଟ ହେବ।ସରକାର ଉପରେ ସମାଧାନ ପାଇଁ ଚାପ ସୃଷ୍ଟି କରିବାକୁ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା  ନିଷ୍ପତ୍ତି ଉପରେ ଚର୍ଚ୍ଚା ହେବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଏହି ବୈଠକରେ ମହାସଂଘ ର ବରିଷ୍ଠ ନେତା କେଶବ ବେହେରା,ପ୍ରଦୀପ କୁମାର ଦଣ୍ଡସେନା,ସୁଖଦେଵ ସାହୁ,ଜ୍ଞାନରଞ୍ଜନ ସାହୁ,ବାବୁଲାଲ ମାଝୀ,ଭକ୍ତବନ୍ଧୁ ଧରୁଆ,ଶ୍ରୀନିବାସ ବେହେରା, ଦେବସାଗର ନାଗ, ପୂର୍ଣ ଶବର,ଦିଗାମ୍ବର ମାଝୀ, ଦେଵସିଂ ମାଝୀ, ପ୍ରମୂଖ ସାମିଲ ହୋଇଥିଲେ।

Leave A Reply