ଭୁବନେଶ୍ୱର: 16.08.2023: ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ରେ 77 ତମ ସ୍ୱାଧୀନତା ଦିବସ, ଦେଶପ୍ରେମ ଓ ଉତ୍ସାହର ସହିତ ଏହାର ସମସ୍ତ ୟୁନିଟ୍, କର୍ପୋରେଟ୍ ଅଫିସ୍ ଏବଂ ଆଞ୍ଚଳିକ କାର୍ଯ୍ୟାଳୟରେ ପାଳନ କରାଯାଇ ଅଛି |
ଶ୍ରୀ ଶ୍ରୀଧର ପାତ୍ର, ସିଏମଡି, ନାଲକୋ, ଅନୁଗୋଳ ରେ ଅବସ୍ଥିତ କମ୍ପାନୀର ସ୍ମେଲଟର ଏବଂ ପାୱାର କମ୍ପ୍ଲେକ୍ସ ପରିଦର୍ଶନରେ ଆସି, ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ ବରିଷ୍ଠ ଅଧିକାରୀ, ବିଭିନ୍ନ ୟୁନିଅନ ଏବଂ ଆସୋସିଏସନ ର ପ୍ରତିନିଧି ତଥା ଆମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ ।
ଶ୍ରୀ ପାତ୍ର ନାଲକୋ କର୍ମଚାରୀ ମାନଙ୍କୁ ଉଦ୍ବବୋଧନ ଦେଇ, ଏହି “ଅମୃତ ବେଳା” ରେ ରାଷ୍ଟ୍ର ନିର୍ମାଣରେ ନିଜକୁ ସମର୍ପିତ କରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଡିପିଏସ୍, ଏସଭିଏମ୍ ଓ ସ୍ମେଲଟର ଏବଂ ପାୱାର କମ୍ପ୍ଲେକ୍ସର ପାରିପାର୍ଶିକ ସ୍କୁଲର ମେଧାବୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ପାତ୍ର, “ମେରୀ ମାଟି ମେରା ଦେଶ” କାର୍ଯକ୍ରମ ରେ ଅଂଶ ଗ୍ରହଣ କରି ଚାରା ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଏ.କେ. ସ୍ୱାଇଁ, ଇଡି (ଏସ ଆଣ୍ଡ ପି) ଏବଂ ୟୁନିଟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ହର ଘର ତିରଙ୍ଗା ଅଭିଯାନର ତିନି ଦିନିଆ ଉତ୍ସବ ମଧ୍ୟ ଏକ ତିରଙ୍ଗା ବାଇକ୍ ରାଲିରେ ଉଦଯାପିତ ହୋଇଥିଲା, ଯେଉଁଥିରେ କର୍ମଚାରୀ, ଛାତ୍ର, ସିଏସ୍ଏଫ୍ କର୍ମଚାରୀ ଏବଂ ସାଧାରଣ ଜନତା ଉତ୍ସାହର ସହ ଭାଗ ନେଇଥିଲେ ।
ଭୁବନେଶ୍ୱର ର ନାଲକୋ କର୍ପୋରେଟ୍ ମୁଖ୍ୟାଳୟରେ ପୂର୍ବତନ ସିଏମଡି ଡକ୍ଟର ଏସ୍ କେ ତାମୋଟିଆ, ଜାତୀୟ ପତାକା ଉତ୍ତୋଳନ କରିଥିଲେ।