ନାଗା ସାଧୁ ଓ ସାଧବୀ ଙ୍କ ଜୀବନ କିଛିଟା ନିତିନିୟମ ମଧ୍ୟରେ ରହିଥାଏ, ସେମାନେ ଖୁବ କଠୋର ନିୟମ କୁ ପାଳନ କରି ଥାଆନ୍ତି l ଏବଂ କୁମ୍ଭ ମେଳା ସମୟରେ ଏହି ଉଭୟ ମହିଳା ଓ ପୁରୁଷ ନାଗାସାଧୁ ପ୍ରୟାଗରାଜ ସଙ୍ଗମ ରେ ଏକତ୍ରିତ ହୋଇ ଥାଆନ୍ତି l କିନ୍ତୁ ମହିଳା ନାଗାସାଧୁ ମାନେ ମଧ୍ୟ ସଙ୍ଗମ ରେ ଗଙ୍ଗା ସ୍ନାନ କରି ଥାଆନ୍ତି, ହେଲେ ମହିଳା ନାଗାସାଧୁ ମାନଙ୍କର ମାସିକ ଋତୁସ୍ରାବ ହୋଇଥାଏ l କିନ୍ତୁ ଏହି ମହିଳା ନାଗାସାଧୁ ମାନଙ୍କ ଗଙ୍ଗାସ୍ନାନ କୁ ନେଇ ମଧ୍ୟ କିଛିଟା ନିୟମ ରହିଛି, ମହିଳା ନାଗାସାଧୁ ପୁରୁଷ ନାଗାସାଧୁ ସଙ୍ଗମ ରେ ସ୍ନାନ କରିବା ପରେ ସ୍ନାନ କରି ଥାଆନ୍ତି l
ଯଦି ମହିଳା ନାଗାସାଧୁ ମାନେ ମାସିକ ଋତୁସ୍ରାବ ରେ ରୁହନ୍ତି ତେବେ ଗଙ୍ଗାସ୍ନାନ କରନ୍ତି ନାହିଁ, ଏହି ସମୟ ରେ ସେମାନେ କେବଳ ଶରୀରରେ ଗଙ୍ଗାଜଳ ଛିଞ୍ଚି ଥାଆନ୍ତି, ମାସିକ ଋତୁସ୍ରାବ ସମୟ ରେ ମଧ୍ୟ ମହିଳା ନାଗାସାଧୁ ସ୍ୱଳ୍ପ ବସ୍ତ୍ର ଧାରଣ କରନ୍ତି, ଏବଂ ଅନେକ କଠୋର ନିୟମ ମଧ୍ୟରେ ରୁହନ୍ତି l
ମାସିକ ଋତୁସ୍ରାବ ସମୟ ରେ ମହିଳା ନାଗାସାଧୁ କାହାରି ସମୁଖ କୁ ଯାଆନ୍ତି ନାହିଁ, ସେମାନେ ନିଜ ଶିବିରରେ ଜଳରେ ସ୍ନାନ କରନ୍ତି, ଏବଂ ନିଜ ଶିବିରରେ ହିଁ ଜପ ତପ କରିଥାଆନ୍ତି, ଏହାଛଡା ନିଜ ସମ୍ପୂର୍ଣ ଶରୀରରେ ପାଉଁଶ ବୋଳି ହୁଅନ୍ତି, l
ରାତିରେ ଶୋଇବା ସମୟ ରେ ଭୂମି ଉପରେ ଶୋଇ ଥାଆନ୍ତି, କେବଳ ଖଣ୍ଡିଏ ଲଙ୍ଗୁଟି ପିନ୍ଧି ଏହି ୭ଦିନ ଜୀବନ ଅତିବାହିତ କରିଥାଆନ୍ତି l