Odisha news

ବୋରିଗୁମ୍ମା ରେ ଲାଗିଲା ସି ସି ଟି ଭି ଅପରାଧ କୁ ନିୟନ୍ତ୍ରଣ କରିବାରେ ସହାୟକ ହେବ।

0

ବୋରିଗୁମ୍ମା (sakalakhabar.com)– କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ବୋରିଗୁମ୍ମା ସହର ର ବିଭିନ୍ନ ସ୍ଥାନରେ ସି ସି ଟି ଭି ଲଗାଯାଇଛି। ସହରର ଦାସିରି ସାହି ଛକ, ମେନ ରୋଡ, ଦୁଲ୍ଲାଗୁଡା ରୋଡ଼, ଥାନା ସାମନା, ହାତପଦା, ନବରଙ୍ଗପୁର ରୋଡ଼, କୋଟପାଡ଼ ରୋଡ଼, ବ୍ଲକ ସାମନା, ଫାୟାର ଷ୍ଟେସନ ନିକଟ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସି ସି ଟି ଭି ଲଗାଯାଇଛି। ଏହାଦ୍ୱାରା ସହରରେ ଦିନ କୁ ଦିନ ବଡୁ ଥିବା ଅପରାଧ କୁ ସହଜରେ ରୋକିହେବ ବୋଲି ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି। ସେହିଭଳି ପୂର୍ବରୁ ସହର ମଧ୍ୟ ଦେଇ ସହଜରେ ଗଞ୍ଜେଇ ଗାଡି ଯାତାୟାତ କରୁଥିଲା। ଏବେ ସି ସି ଟି ଭି ଲଗାଇବା ଦ୍ୱାରା ଗାଡ଼ି ଗୁଡିକୁ ଚିହ୍ନଟ କରାଯିବ। ବାଇକ ଚାଳକ ମାନେ ବିନା ହେଲମେଟ ରେ ଗାଡି ଚଳାଉଥିଲେ ସି ସି ଟି ଭି ବାଇକ ଚାଳକ କୁ ସହଜେ ଧରିହେବ। ସେହିଭଳି ବାଇକ ରେ ତିନି ଜଣ ବସିଲେ ପୋଲିସ ବାଇକ ଚାଳକ କୁ ସହଜେ ଚିହ୍ନଟ କରିପାରିବ। ବୋରିଗୁମ୍ମା ଛକରେ ସହଜେ କଥା କଥାରେ ଟ୍ରାଫିକ ଜାମ ହୋଇଥାଏ। ଏହାକୁ କିଛି ମାତ୍ରାରେ ରୋକିହେବ। ସି ସି ଟି ଭି ର ନିୟନ୍ତ୍ରଣ କକ୍ଷ ଥାନାରେ ରଖାଯାଇଛି। ବୋରିଗୁମ୍ମା ସହରରେ ମୋଟ ୨୮ ଗୋଟି ସି ସି ଟି ଭି ଲଗାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

Leave A Reply