ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଆଜି ପୁଣି ୨୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି। ଏଥିସହିତ ୧୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଝରିଗାଁ କଣ୍ଟେନମେଣ୍ଟ ଜୋନରୁ ହୋଇଥିବା ଜଣାପଡ଼ିଛି। ଆଉ ସମସ୍ତଙ୍କୁ ସ୍ଥାନୀୟ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ଝରିଗାଁର ତୁରୁଞ୍ଜି ଓ ପାଣ୍ଡ୍ରାଗୁଣ୍ଡି ଗ୍ରାମକୁ ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ୨୦୦ ମିଟର ଭିତରେ ବୋଫର୍ ଜୋନ୍ କରାଯାଇଥିବା ନେଇ ଜିଲ୍ଲାପାଳ ଡା.ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏଥିସହିତ ଅତ୍ୟାବଶ୍ୟକ କାମ ନଥିଲେ ଘରୁୁ ନ ବାହାରିବା ପାଇଁ ମଧ୍ୟ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହୋଇଥିବାବେଳେ ୩୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି ଓ ୫୦ଜଣ ସକ୍ରିୟ ଅଛନ୍ତି। ନବରଙ୍ଗପୁରରୁ ପୁଣି ୨୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୯ ସୁସ୍ଥ