Odisha news

ଡିଏଭି ୟୁନିଟ୍-୮ରେ ବନମହୋତ୍ସବ ସପ୍ତାହ ପାଳିତ

0

ଭୁବନେଶ୍ୱର, ତା ୦୭.୦୭.୨୦ : ଡିଏଭି ପବ୍ଲିକ୍ ସ୍କୁଲ ୟୁନିଟ-୮ରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ନିମନ୍ତେ ଅନ୍‌ଲାଇନ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ମାନ୍ୟବର ଶ୍ରୀ ବିକ୍ରମ କେଶରୀ ଆରୁଖ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସାଂପ୍ରତିକ ପରିସ୍ଥିତରେ ସାମାଜିକ ବନୀକରଣର ଆବଶ୍ୟକତା ଓ ଏହାର ଗୁରୁତ୍ୱ ଉପରେ ଅଭିଭାଷଣ ପ୍ରଦାନ କରିବା ସହିତ ନିଜ ପରିବେଶକୁ ସବୁଜ ସୁନ୍ଦର କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ ।

ସେହିପରି ଓଡ଼ିଶା ପରିବେଶ ପରିଷଦର ସଚିବ ଡଃ ଜୟକୃଷ୍ଣ ପାଣିଗ୍ରାହୀ ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ସେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିବା ସହିତ ଆମ ଚାରିପାଖର ପରିବେଶ ସୁରକ୍ଷିତ ନ ରହିଲେ ତା’ର ଭୟାବହତା ସଂପର୍କରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଇଥିଲେ ।

ବୃକ୍ଷରୋପଣ ସହିତ ନିୟମିତ ଏହାର ଯନô ନେଇ ସେଗୁଡ଼ିକୁ ବିଶାଳ ବୃକ୍ଷରେ ପରିଣତ କରିପାରିଲେ ହିଁ ବନ ମହୋତ୍ସବ ସପ୍ତାହ ପାଳନ ଫଳପ୍ରଦ ହେବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଈପ୍‌ସିତା ଦାସ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଏହି ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ପ୍ରାୟ ଏକ ହଜାରରୁ ଊଦ୍ଧ୍ୱର୍ ସଦସ୍ୟ ଯୋଗଦାନ କରିଥିଲେ । ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍‌, ଚିତ୍ରାଙ୍କନ, ସ୍ୱଗୃହରେ ବୃକ୍ଷଚାରାରୋପଣ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସଂଗୀତ ଶିକ୍ଷକମାନେ ପରିବେଶ ସୁରକ୍ଷା ତଥା ବନମହୋତ୍ସବ ସପ୍ତାହ ପାଳନ ଆଧାରିତ ଏକ ସୁନ୍ଦର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ।ବିଦ୍ୟାଳୟର ସ୍କାଉଟ୍‌, ଗାଇଡ୍‌, ଏନ୍‌.ସି.ସି, ଏନ୍‌.ଏସ୍‌.ଏସ୍‌, ଜେ.ଆର୍‌.ସି ବିଭାଗର ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମକର୍ତ୍ତାମାନେ ସାମାଜିକ ଦୂରତା ବଜାୟ ରଖିବା ସହିତ ବିଦ୍ୟାଳୟ ଚତୁର୍ପାଶ୍ୱର୍ରେ ବୃକ୍ଷରୋପଣ କରିଥିଲେ ।

Nalco

Leave A Reply