Odisha news

ଜୁଲାଇ ୯ରୁ ୧୩ ଯାଁଏ ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ୫ ଟି ହେଡ କ୍ୱାଟର ସଟଡାଉନ ରହିବ

0
ଛତ୍ରପୁର ୭/୭; ରାଜ୍ୟରେ ଜାରି ରହିଛି କରୋନା ଆତଙ୍କ । କରୋନା ରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଂଜାମ ଜିଲ୍ଲା । ତେଣୁ ଜୁଲାଇ ୯ରୁ ୧୩ ଯାଏଁ ବ୍ରହ୍ମପୁର ମହାନଗର ନୀଗମ ସଟଡାଉନ ରହିବ । ଏହାସହ ଜିଲ୍ଲାର ସବୁ ସହାରଞ୍ଚଳ ଓ ୫ଟି ବ୍ଲକ ଯଥା- ସାନ ଖେମୁଣ୍ଡି, ଶେରଗଡ, ପାତ୍ରପୁର ଧରାକୋଟ ଓ ଜଗନ୍ନାଥ ପ୍ରସାଦ ବ୍ଲକର ହେଡ କ୍ୱାଟର ମଧ୍ୟ ସଟ ଡାଉନ ରହିବ । ତେବେ ଏହି ସମୟ ଭିତରେ ଲୋକଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ ନେଇ ସ୍ଥାନୀୟ ଜିଲ୍ଲାପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଏଥିପାଇଁ ୨ଶହ ଟିମ୍ ମଧ୍ୟ ଗଠନ କରାଯାଇଛି ଏବଂ ପ୍ରତି ଟିମରେ ଜଣେ ଜଣେ ଡାକ୍ତର ଓ ୨ଜଣ ଅଙ୍ଗନବାଡି କର୍ମୀ ରହିବେ ବୋଲି ଜିଲ୍ଲାପାଲ ସ୍ପଷ୍ଟ କରିଛନ୍ତି । ଏହି ଟିମ୍ ସଟଡାଉନ ସମୟରେ ଭିତରେ ଘରକୁ ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ ପରୀକ୍ଷା କରାଯିବ ।ଏହି ସମୟରେ ଲୋକେ ଘରେ ରହିବା ଆବଶ୍ୟକ ବୋଲି ମଧ୍ୟ ଜିଲ୍ଲାପାଲ କହିଛନ୍ତି । ଏହି ୨ଶହ ଟିମ୍ ମଧ୍ୟରୁ ୧୦୦ଟିମ୍ ବ୍ରହ୍ମପୁର ମହାନଗର ନୀଗମ ପାଇଁ ଆଉ ୧୦୦ଟି ଟିମ୍ ଅନ୍ୟ ବଳକା ଅଂଚଳରେ ଏହି କାର୍ଯ୍ୟ କରିବେ ।
ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ଏହାକୁ ରୋକିବାକୁ ଏଭି ପଦକ୍ଷେପ ନିଆଯାଇଛି ବୋଲି ଗଂଜାମ ଜିଲ୍ଲାପାଳ କହିଛନ୍ତି । ଯଦ୍ୱାରା ସ୍ୱାସ୍ଥ୍ୟ ଟିମ୍‌କୁ ପ୍ରତି ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସୁବିଧା ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ସ୍ୱାସ୍ଥ୍ୟ ଟିମ୍ ମାଧ୍ୟମରେ ପୂର୍ବରୁ ଯେଉଁ ପ୍ରକ୍ରିୟାରେ ସ୍ୱାସ୍ଥ୍ୟ ଯାଞ୍ଚ ହେଉଥିଲା ତା’ ଠାରୁ ଏବେ ଉତ୍ତମ ରହିବ । ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଅକ୍ସିଜନ୍‌, ପଲସ୍‌, ରକ୍ତଚାପ ମାତ୍ରାକୁ ମଧ୍ୟ ପରୀକ୍ଷା କରାଯିବ । ଏଥିସହ ଉଚ୍ଚ ରକ୍ତଚାପ, କିଡନି, କ୍ୟାନସର୍‌, ହୃଦ ଜନିତ ରୋଗୀମାନଙ୍କ ମଧ୍ୟ ଏକ ଡାଟା ପ୍ରସ୍ତୁତ କରାଯିବ । ସେଭଳି ରୋଗୀମାନଙ୍କୁ ଘରେ କିପରି ଉତ୍ତମ ଟେଲି ସ୍ୱାସ୍ଥ୍ୟ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିବ ତାହା ଉପରେ ମଧ୍ୟ ପଦକ୍ଷେପ ନିଆଯିବ । ଏହି ଅଭିଯାନକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ୨୦୦ ଟି ସ୍ୱାସ୍ଥ୍ୟ ଟିମ୍‌କୁ ନିୟୋଜିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର ୪୦ ଟି ୱାର୍ଡର ୭୨ ହଜାର ପରିବାରର ୪ ଲକ୍ଷ ଜନସାଧାରଣଙ୍କ ପାଇଁ ୧୦୦ ଟି ସ୍ୱାସ୍ଥ୍ୟ ଟିମ୍ ଏବଂ ହିଞ୍ଜିଳି ମ୍ୟୁନସିପାଲଟି ସମେତ ୧୭ ଟି ସହରାଞ୍ଚଳର ୨୬୧ ଟି ୱାର୍ଡର ୫୯୨୨୦ ପରିବାରର ୩ ଲକ୍ଷ ୬ ହଜାର ୨୯୧ ଲୋକଙ୍କ ପାଇଁ ବାକି ୧୦୦ ଟିମ୍ ନିୟୋଜିତ ହୋଇଛନ୍ତି ।
ପ୍ରତ୍ୟେକ ଟିମ୍ ଦୈନିକ ୧୫୦ ଜଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । କରୋନା ସଂକ୍ରମଣ ଯୋଗୁଁ ଜିଲ୍ଲାରେ ଏବେ ସୁଦ୍ଧା ଯେତେ ମୃତ୍ୟୁ ହୋଇଛି ସେଥିରୁ ଅନୁଧ୍ୟାନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ, ପୂର୍ବରୁ ଅଧିକାଂଶଙ୍କ ଠାରେ ରହିଥିବା ଲକ୍ଷଣକୁ ଲୁଚାଇ ରଖିଥିଲେ । ଏଣୁ କୌଣସି ବ୍ୟକ୍ତି କରୋନା ଲକ୍ଷଣ, ଜ୍ୱର, କାଶ, ଡାଇରିଆ ଏବଂ ଶ୍ୱାସଜନିତ ସମସ୍ୟାକୁ ଲୁଚାଇ ରଖନ୍ତୁ ନାହିଁ । ବିନା ଡାକ୍ତରଙ୍କ ପରାମର୍ଶରେ ପାରସଟିମଲ୍ ସମେଚ ଅନ୍ୟାନ୍ୟ ଜ୍ୱର ନିରାକରଣ ଔଷଧ ସେବନ କରନ୍ତୁନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏପଟେ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଆଂଟିଜେନ୍ ଟେଷ୍ଟ । ପ୍ରଥମେ ଗଂଜାମ ଓ କଟକ କୁ ଫୋକସ କରାଯାଇଛି । କୈାଣସି ବ୍ୟକ୍ତି ଙ୍କ ଦେହରେ ନିଦ୍ଦିଷ୍ଟ ରୋଗକୁ ନେଇ କଣ ପ୍ରତିରୋଧକ ଶକ୍ତି ରହିଛି , ତାହା ଜାଣିବା ପାଇଁ ଏହି ଆଂଟିଜେନ ପରୀକ୍ଷା କରାଯାଏ । ଏହି କିଟ ଗଂଜାମ ଜିଲ୍ଲାକୁ ପ୍ରଥମ ଦଫାରେ ୨ହଜାର ୫ଶହ କିଟ୍ ଆସିଛି । ଏହି କିଟ୍ ବ୍ୟବହାର କରି ମାତ୍ର ୪୫ମିନିଟ୍ ଭିତରେ ଜଣାପଡିବ ସଂକ୍ରମିତ ଭୋଭିଡ ୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ନା ନୁହଁନ୍ତି ।
ଆଜି ଠାରୁ ଜିଲ୍ଲାରେ ଆଂଟିଜେନ ଟେଷ୍ଟିଂ ଗାଇଡ ଲାଇନ ଅନୁସାରେ ଆରମ୍ଭ ହୋଇଛି । ଏହାଫଳରେ ଲକ୍ଷଣ ଦେଖାଯାଉଥିବା ଲୋକେ ଚିହ୍ନଟ ହୋଇପାରିବେ ଏବଂ ସେମାନଙ୍କ ଚିକିତ୍ସାକରାଯାଇପାରିବ । କୋଭିଡ ଲକ୍ଷଣ ଥିଲେ ଲୁଚାଅନି , ଆଶାକର୍ମୀ , ଅଙ୍‌ନବାଡି କର୍ମୀ , ଏଏନମ କିମ୍ବା କୋଭିଡ ମନିଟରଙ୍କୁ ଜଣାଇବା ନିମନ୍ତେ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ଚାଲିଥିବା ୨୮୬୩ ଅସ୍ଥାୟୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ବନ୍ଦ କରାଯାଇଛି । ଏବାବଦରେ ପ୍ରତି ବ୍ଲକରେ ୩/୪ଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଛି । ମୋଟ ୧୧୯ କ୍ଲଷ୍ଟସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି । ୮୫ଟି କ୍ଲଷ୍ଟ ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯୧୯୦ଜଣ ଅନ୍ତେବାସୀ ରହୁଛନ୍ତି । ସହାରଞ୍ଚଳରେ ୧୩୨୦ଜଣ ରହିଛନ୍ତି । ଜିଲ୍ଲାକୁ ୨ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଆସିଲେଣି । ଜିଲ୍ଲାରେ ଗତକାଲି ସୁଦ୍ଧା ୧୬୬୨୮ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ସେଥି ମଧ୍ୟରୁ ୨୩୪୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେଥି ମଧ୍ୟରୁ ୧୩୧୮ଜଣ ସୁସ୍ଥ ହୋଇଥିବା ବେଳେ ୨୦ଜଣଙ୍କ ମୃତ୍ୟୁ ହୋଇସାରିଛି । ୧୦୧୦ଜଣ ଆକ୍ଟିଭ ବା ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ୪୨୪ଜଣ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୧୯୨ଜଣ ସୁସ୍ଥ ହୋଇଥିବା ବେଳେ ୨୩୧ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ୨୮୫୧ ଶର୍ଯ୍ୟାର ବ୍ୟବସ୍ଥା ରହିଛି । ସେହିପରି ଶୀତଳାପଲ୍ଲୀ ସ୍ଥିତ ଟାଟା ହସ୍ପିଟାଲରେ ୨୦୦ଶର୍ଯ୍ୟାର ବ୍ୟବସ୍ଥା ରହିଛି । ସେଥି ରେ ୮୮୬ ଜଣ ଆକ୍ରାନ୍ତ ରହିଛନ୍ତି । ଜିଲ୍ଲାରେ ୫୧୦୮ ଅଂଚଳରେ ୱାର୍ଡ କମିଟି ଗଠନ ହୋଇଥିବା ବେଳେ ୨୪୦ଟି କୋଭିଡ ମ୍ୟାନଜମ୍ୟାଣ୍ଟ କମିଟି ଗଠନ କରାଯାଇଛି । ଏହାସହ ଗ୍ରାମାଞ୍ଚଳରେ ୮୬୭ଟି ମନିଟର କମିଟି ସହରାଞ୍ଚଳରେ ୨୮୦ଟି ଗଠନ କରାଯାଇଛି । । ଏଗୁଡିକ ଗଠନ ହେବାର ଏକ ମାତ୍ର ଉଦ୍ଦେଶ୍ୟ ହେଲା କୋଭିଡ୍ ଉପରେ ଜନସାଧାରଣଙ୍କୁ ବୁଝାଇବା । ଏବେ ଗାଁ ତଥା ଅଞ୍ଚଳର ପରିସ୍ଥିତି କିଭଳି ରହିଛି । ଏହାକୁ ତଦାରଖ କରୁଥିବା ମନିଟର ସ୍ଥାନୀୟ ସରପଞ୍ଚ କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ପରିସ୍ଥିତି ନିୟନ୍ତ୍ରଣ ହେବା ପରି କାର୍ଯ୍ୟ କରିବା । ସେହିପରି ଗାଁ ସ୍ତରରେ ୪୫୬ ଟି କୋଭିଡ୍ କେୟାର ହୋମ୍ ଖୋଲାଯାଇଛି ।
ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଯେଉଁ ଅଞ୍ଚଳରୁ ପଜିଟିଭ୍ ଚିହ୍ନଟ ହେବା ପରେ ତୁରନ୍ତ ସେହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି । ଆଜି ସୁଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ୪୬ ଏବଂ ସହରାଞ୍ଚଳର ୩୦ ସମୁଦାୟ ୭୬ ଟି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି କୋଭିଡ୍ କେୟାର ସେଣ୍ଟର ଏବଂ ଟାଟା ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ଖାଦ୍ୟ ଏବଂ ବିଭିନ୍ନ ଅବ୍ୟବସ୍ଥା ନେଇ ଯେଉଁ ଦୃଷ୍ଟିଗୋଚରକୁ ଆସିଥିଲା ତାହା ଉପରେ ତୁରନ୍ତ ପଦକ୍ଷେପ ନିଆଯାଇଛି । ଖାଦ୍ୟ ପରିବେଷଣ କରୁଥିବା ସଂସ୍ଥାକୁ ଛଟେଇ କରି ନୂତନ ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ସେହିସଂସ୍ଥା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଅନ୍ୟାମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply