ନୂଆଦିଲ୍ଲୀ : ସମୟ ଚକ୍ର ଧୀରେ ଧୀରେ ଗଡିଚାଲେ, ଏହା ହେଉଛି ସଂସାରର ନିୟମ l ଗୋଟିଏ ସମୟ ଏଭଳି ଥିଲା ଯେତେବେଳେ ଲୋକେ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଅତିକ୍ରମ କରୁଥିଲେ , କିନ୍ତୁ ବର୍ତମାନ ଯୁଗ ସମ୍ପୂର୍ଣ ବଦଳି ଯାଇଛି l ଲୋକେ ବିନା ଗାଡ଼ିରେ ଘରୁ ବାହାରିବାକୁ ପସନ୍ଦ କରୁ ନାହାନ୍ତି l ଏଭଲିକି ନିଜ ଇଚ୍ଛାରେ ବିଦେଶ ଯାତ୍ରା କରି ବେଶ ଆନନ୍ଦିତ ହେଉଛନ୍ତି l
ନୂଆଦିଲ୍ଲୀ : ଆଜି ଆମେ ପାଦ ରେ ଚାଲିବାରୁ ସାଇକଲ , ଏହାପରେ ସାଇକଲ ରୁ ମୋଟର ସାଇକଲ, ମୋଟରସାଇକଲ ରୁ କାର ଆଉ ବର୍ତମାନ ପହଞ୍ଚି ଯାଇଛୁ ବିମାନ ଯାତ୍ରାରେ l ଦୁନିଆ କେତେ ଦ୍ରୁତ ଗତିରେ ଆଗକୁ ବଢୁଛି l ଆଜି ଏହି ସବୁ ପରିବର୍ତନ ମଧ୍ୟରେ ଆମେ ମୋଟର ସାଇକେଲ୍ ର ଇତିହାସ ବିଷୟରେ ଜାଣିବା l
କଣ ରହିଛି ମୋଟର ସାଇକେଲ ର ଇତିହାସ ?
ଜର୍ମାନୀର ଜଣେ ଇଞ୍ଜିନିୟର, ଯାହାଙ୍କ ନାମ ହେଉଛି ଗୋଟଲିବେ ଡେମଲର ସର୍ବ ପ୍ରଥମେ ମୋଟର ସାଇକେଲ ତିଆରି କରିଥିଲେ l ମୋଟର ସାଇକେଲ ର ନାମ ଡେମଲାର ରେଇଟବେଗନ ରଖାଯାଇ ଥିଲା l ଏହାର ଅର୍ଥ ହେଉଛି ରାଇଡିଙ୍ଗ ସାଇକେଲ l ଏହା ପ୍ରଥମ ଏଭଳି ମୋଟର ସାଇକେଲ ଥିଲା ଯାହାକି ପେଟ୍ରୋଲିୟମ ପଦାର୍ଥ ରେ ଜଳିବାକୁ ସକ୍ଷମ ଥିଲା l ଏଥିରେ କମ୍ବୁସନ ର ବ୍ୟବହାର ହୋଇଥିଲା l ଏହା ଗୋଟିଏ ଏଭଳି ଇଂଜିନ ଥିଲା ଯେଉଁଥିରେ ପେଟ୍ରୋଲିୟମ ପଦାର୍ଥ ଜଳୁଥିଲା ଓ ସେଥିରୁ ବାହାରୁଥିବା ଏନର୍ଜି ରେ ମୋଟର ସାଇକେଲ ବେଗ ବଢ଼ୁଥିଲା l
ପରେ ସେ ନିକୋଲସ ଅଗସ୍ତ୍ୱ ଅଟୋ କମ୍ପାନୀ ସହିତ ସହଯୋଗ କରିଥିଲେ l ଏହି କମ୍ପାନୀ ପକ୍ଷରୁ ପେଟ୍ରୋଲିୟମ ପଦାର୍ଥ ରେ ଚାଲିବା ପ୍ରଥମ ଇଞ୍ଜିନ ବିକଶିତ କରାଯାଇ ଥିଲା l ପରବର୍ତୀ ସମୟରେ ଡେମଲାର ଙ୍କ ତତ୍ୱାବଧାନ ରେ ଅଟୋ ମୋବାଇଲ କମ୍ପାନୀ ଗୁଡିକ ପେଟ୍ରୋଲ ଇଂଜିନ ବିକଶିତ କରିବାରେ ଲାଗିପଡ଼ିଥିଲେ l ପ୍ରାରମ୍ଭିକ ପର୍ଯ୍ୟାୟ ରେ କମ୍ପାନୀ ପକ୍ଷରୁ ଗୋଟିଏ ଛୋଟ ଇଂଜିନ ପ୍ରସ୍ତୁତ କରିବା ପାଇଁ କୌଣସି ଯୋଜନା ନଥିଲା l ସେଥିପାଇଁ ଅନ୍ୟ ଜଣେ ଇଂଜିନିୟର ମେବେକ ସେନାରେ ସାମିଲ ହୋଇଗଲେ l ଏବଂ ୧୮୮୩ ରେ ସଫଳତା ପୂର୍ବକ ଗୋଟିଏ ଦ୍ରୁତ ସ୍ପିଡ଼ ଯୁକ୍ତ ଇଂଜିନ ବିକଶିତ କଲେ , ପରେ ଏହାକୁ ଉନ୍ନତ ଧରଣର କରି ୧୮୮୫ ରେ ଦୁନିଆ ଆଗରେ ବିଶ୍ୱର ପ୍ରଥମ ଦୁଇ ଚକିଆ ମୋଟର ସାଇକଲ ଦେଖିବାକୁ ମିଳିଥିଲା l