Odisha news

ଟାଟା, ଅମ୍ବାନୀ କିମ୍ବା ଅଦାନୀ ନୁହନ୍ତି , ଏହି ସନ୍ଥ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଦେଇଛନ୍ତି ସର୍ବାଧିକ ଦାନ

0

ଭବ୍ୟ ଶ୍ରୀରାମ ମନ୍ଦିର ପାଇଁ ସମଗ୍ର ବିଶ୍ୱ ଚଳଚଞ୍ଚଳ କହିଲେ ଅତ୍ୟକଟି ହେବ ନାହିଁ l ଦେଶ ସମେତ ବିଦେଶ ରୁ ଆସି ପହଁଚୁଛି ପ୍ରଭୁ ଶ୍ରୀରାମ ଙ୍କ ଉପହାର ଏବଂ ତା ସହିତ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଆସୁଛି ଅର୍ଥ ରାଶି l ଏହି ପରିପ୍ରେକ୍ଷୀ ରେ ବିଶ୍ୱର ସମସ୍ତ ସନାତନ ଧର୍ମାବଲମ୍ବୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି l

ଅଯୋଧ୍ୟା ରାମ ମନ୍ଦିର ରେ ଭଗବାନ ପ୍ରଭୁ ଶ୍ରୀରାମ ଙ୍କ ପବିତ୍ର ବାଳ ରୂପ ର ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖରେ ହେବାକୁ ଯାଉଛି, ଏହି ମନ୍ଦିର ଅନେକ ବ୍ୟକ୍ତିଙ୍କର ଦାନ ରେ ତିଆରି ହେଉଛି ବୋଲି ଆମେ ସମସ୍ତେ ଜାଣିଚୁ l ଏହି ମନ୍ଦିର ବିଶ୍ୱ ଇତିହାସ ରେ ଗୋଟିଏ ବିଶେଷ ସ୍ଥାନ ଅଧିକାର କରିଛି l ଏହି ମନ୍ଦିରର ନିର୍ମାଣ ରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଦାନ ଓ ଉପହାର ଭାବରେ ମିଳୁଛି l ଏହି ମନ୍ଦିର ପାଇଁ ବର୍ତମାନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ୫୫୦୦ କୋଟି ଅଧିକ ଅର୍ଥ ମିଳି ସାରିଲାଣି l ଏବଂ ବର୍ତମାନ ମଧ୍ୟ ଏହି ପ୍ରକ୍ରିୟା ଚାଲୁ ରହିଛି l ଶ୍ରୀରାମ ମନ୍ଦିର ପାଇଁ ଦେଶର ଉଦ୍ୟୋଗପତି ଟାଟା, ଅମ୍ବାନୀ, ଅଦାନୀ, ବଲିଉଡ ଚଳଚିତ୍ର ଜଗତ ର ମାନ୍ୟଗଣ୍ୟ ବ୍ୟକ୍ତି, ଦକ୍ଷିଣ ଚଳଚିତ୍ର ଜଗତର ଅନେକ ବ୍ୟକ୍ତି ଦାନ ଦେଇଛନ୍ତି l

ଆପଣ କିନ୍ତୁ ଜାଣିଛନ୍ତି ସର୍ବାଧିକ ଦାନ ଏହି ମନ୍ଦିର ପାଇଁ କିଏ ଦେଇଛନ୍ତି , ଏଥିରେ କୌଣସି ଉଦ୍ୟୋଗପତି, କିମ୍ବା ଚଳଚିତ୍ର ଜଗତର କୌଣସି ବ୍ୟକ୍ତି ସାମିଲ ଅଛନ୍ତି l ଏହି ମନ୍ଦିର ପାଇଁ ସବୁଠୁ ବଡ଼ ଡାନି ହେଉଛନ୍ତି ଆଧ୍ୟାତ୍ମିକ ଗୁରୁ ମହାକାବ୍ୟ ରାମଚରିତ ମାନସ ର ପ୍ରସଂଶିତ ଵ୍ୟଖ୍ୟାତା ମୋରାରୀ ବାପୁ l ମୋରାରୀ ବାପୁ ଜଣେ ବିନମ୍ର ଫକୀର ଅଟନ୍ତି l କିନ୍ତୁ ସେ ମନ୍ଦିର ନିର୍ମାଣ ପାଇଁ ସବୁଠୁ ବଡ଼ ବ୍ୟକ୍ତିଗତ ଦାନ କରିଛନ୍ତି l ଶ୍ରୀରାମ ଜନ୍ମଭୂମି କ୍ଷେତ୍ରର ତ୍ରସ୍ତ ର ୱେବସାଇଡ ରେ ଦିଆଯାଇଥିବା ସୂଚନା ଅନୁସାରେ ମୋରାରୀ ବାପୁ ମନ୍ଦିର ନିର୍ମାଣ ପାଇଁ ୧୧.୩ କୋଟି ଟଙ୍କାର ଯୋଗଦାନ ଦେଇଛନ୍ତି l ଏବଂ ଆମେରିକା, କାନାଡ଼ା ଓ ବ୍ରିଟେନ ରହିଥିବା ତାଙ୍କର ଭକ୍ତ ମାନେ ୮ କୋଟି ଟଙ୍କା ଅଲଗା ଦାନ ଦେଇଛନ୍ତି l

Leave A Reply