Odisha news

ମୋନ୍ଥl ମନ୍ଥିବ ୩ରାଜ୍ୟକୁ, ବିଶ୍ୱକୁ ଦୋହଲେଇବ ଚକ୍ରବାତ ତୋଫାନ ମୋଲିସା : ବିଶ୍ୱ ମନଚିତ୍ରରୁ ଲୀନ ହୋଇଯିବ କି କିଛି ଦେଶ ?

0

ବାତ୍ୟା ମୋନ୍ଥl ଭୟରେ ଭୟଭୀତ ୩ ରାଜ୍ୟ ,ମୋନ୍ଥl ଭୟ ରେ ୩ ରାଜ୍ୟ ରେ ହାଇ ଆଲର୍ଟ , ମୋନ୍ଥl ଭାରତକୁ ମନ୍ଥିବା ପାଇଁ ହୋଇଛି ପ୍ରସ୍ତୁତ ,ଶକ୍ତିଶାଳୀ ବାତ୍ୟା ରେ ପରିଣତ ମୋନ୍ଥl ,କିନ୍ତୁ ବିଶ୍ୱକୁ ଦୋହଲାଇବ ଆଉ ଏକ ଶକ୍ତିଶାଳୀ ବାତ୍ୟା ,ଘଣ୍ଟା ପ୍ରତି ୧୭୫ କିମି ବେଗରେ ବହିବ ପବନ ,ବିଶ୍ୱକୁ ଘାଣ୍ଟିବ ଚକ୍ରବାତ ତୋଫାନ ମୋଲିସା ,
ବିଶ୍ୱ ମାନଚିତ୍ର ରୁ ଲୀନ ହୋଇଯିବକି କିଛି ଦେଶ ?

ବର୍ତମାନ ଭାରତରେ ଭୟ ସୃଷ୍ଟି କରିଛି ଚକ୍ରବାତ ତୋଫାନ ବାତ୍ୟା, ଯାହାକୁ ନେଇ ୩ଟି ରାଜ୍ୟ ହାଇ ଆଲର୍ଟ , ପ୍ରଥମେ ଏହା ଆନ୍ଧ୍ରପ୍ରଦେଶ କୁ ହିଟ କରିବ, ଏବଂ ଏହାପରେ ଓଡିଶା ଓ ଛତିଶଗଡ଼ ଆଡକୁ ମୁଭ କରିବ, ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ୩ ରାଜ୍ୟ କୁ ୪୮ ଘଣ୍ଟା ପ୍ରବଳ ବର୍ଷା ପାଇଁ ଆଲର୍ଟ କରାଯାଇଛି l କିନ୍ତୁ ବର୍ତମାନ ପୃଥିବୀରେ ଆଉ ଗୋଟିଏ ବଡ଼ ଚକ୍ରବତ ତୋଫାନ କୁ ନେଇ ହାଇ ଆଲର୍ଟ କରାଯାଇଛି l

ଏହି ଚକ୍ରବାତ ତୋଫାନ ର ନାମ ହେଉଛି ମୋଲିସା, ମୋଲିସା ଭୟରେ କ୍ୟୁବା ର ଉପକୂଳବର୍ତ୍ତୀ ଅଂଚଳ ର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି, ଯଦି ଆପଣ ବିଶ୍ୱର ମାନଚିତ୍ର ରେ ଦେଖିବେ ତେବେ ଏହି କ୍ଷେତ୍ର ଆପଣଙ୍କୁ ଦକ୍ଷିଣ ଆମେରିକା ମହାଦୀପ ମଧ୍ୟରେ ଦେଖିବାକୁ ମିଳିବ l

ଯେଉଁଠି ଭାରତରେ ମୋନ୍ଥl ବଙ୍ଗୋପ ସାଗରରେ ସୃଷ୍ଟି ହୋଇ ଭୟ ଜାତ କରିଛି, ମଙ୍ଗଳବାର ସନ୍ଧ୍ୟା ସୁଧା ଏହା ତୀବ୍ର ରୂପ ନେବ, ଆନ୍ଧ୍ର ପ୍ରଦେଶ ର କାକିନାଡ଼ା  ଠାରେ ହିଟ କରି ଓଡିଶା ଏବଂ ଛତିଶଗଡ଼ ଆଡକୁ ମୁଭ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସଚେତନ କରାଯାଇଛି l ଚକ୍ରବତ ତୋଫାନ ମୋନ୍ଥl ପୂର୍ବୋତ୍ତର ରାଜ୍ୟ ଗୁଡିକୁ ମଧ୍ୟ ଆଲର୍ଟ କରାଯାଇଛି l

ଆନ୍ଧ୍ରପ୍ରଦେଶ ର କାକିନାଡ଼ା ରେ ବାୟୁର ର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିମି ରହିବ ବୋଲି କୁହାଯାଇଛି l ବର୍ତମାନ ମୋନ୍ଥl ଘଂଟାପ୍ରତି ୧୫ କିମି ବେଗରେ ଗତି କରୁଛି, ବର୍ତମାନ ଓଡିଶା ସରକାର ସଚେତନ ରହିଛନ୍ତି l କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶା, ଛତିଶଗଡ଼ ଆନ୍ଧ୍ରପ୍ରଦେଶ NDRF ର ୨୨ ଟି ଟିମ କୁ ମୁତୟନ କରାଯାଇଛି, ସମୁଦ୍ରରେ ଉଚ୍ଚ ଜୁଆର ଉଠିବାକୁ ନେଇ ମତ୍ସ୍ୟ ଜୀବିଙ୍କୁ ସମୁଦ୍ର କୁ ଯିବାକୁ ନେଇ ବାରଣ କରାଯାଇଛି l

ସେହିଭଳି ଏକ୍ସପର୍ଟ ଙ୍କ ମତ ଅନୁସାରେ ଚକ୍ରବାତ  ମୋଲିସା ପୃଥିବୀ ର ସବୁଠାରୁ ବଡ଼ ଶକ୍ତିଶାଳୀ ତୋଫାନ ହେବାକୁ ଯାଉଛି, ଏହି ଚକ୍ରବାତ ତୋଫାନ ଟି କାରବିୟନ ସାଗର ରେ ଅସାମାନ୍ୟ ଭାବରେ ରୂପ ନେଇଛି, ମୋଲିସା ପ୍ରଭାବ ରେ ଘଂଟାପ୍ରତି ୧୭୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି l ଯାହାକୁ ନେଇ ଏକ୍ସପର୍ଟ କହିଛନ୍ତି ଯେ ମୋଲିସା ଚକ୍ରବାତ ତୋଫାନ ପ୍ରଭାବ ରେ କିଛିଟା ଅଞ୍ଚଳ ପୃଥିବୀ ପୃଷ୍ଠରୁ ଲୀନ ହୋଇଯିବା ର ସମ୍ଭାବନା ରହିଛି l

Leave A Reply