ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବ ଙ୍କୁ ନ୍ୟାୟ ର ଦେବତା କୁହାଯାଏ l ସେ ମଣିଷ ର କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି l ଶନି ହେଉଛନ୍ତି ସବୁଠୁ ଧୀର ଗ୍ରହ l ଯିଏ କି ଧୀରେ ଧୀରେ ଫଳ ପ୍ରଦାନ କରନ୍ତି l ଶନି ଙ୍କୁ ରାଶି ପରିବର୍ତନ ରେ ଅଢେଇ ବର୍ଷ ସମୟ ଲାଗିଥାଏ l ଜୁନ ମାସ ୧୭ ତାରିଖ ଦିନ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ l
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ବକ୍ରୀ ହୋଇଥାଏ ତାର ଗୁଣ ଅନେକ ମାତ୍ରାରେ ବଢି ଯାଇଥାଏ l
– ଶନି ଦେବ ୧୩୯ ଦିନ ପର୍ଯ୍ୟନ୍ତ ବକ୍ରୀ ହୋଇ ରହିବେ l ଏପରି ସ୍ଥିତି ରେ ଏହି ଶୁଭ ପ୍ରଭାବ ୩ ଟି ରାଶି ଉପରେ ରହିବ l
– ଧନୁ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ମାସ ଟିରେ ସାହସ ଓ ପରାକ୍ରମ ଲାଭ ହେବ l ଆତ୍ମବିଶ୍ୱାସ ବଢିବ ଓ ଧନ ଲାଭ ହେବ l
– ଜୁନ ମାସ ଟି ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ଆଣିବ l ଧନ ଲାଭ ହେବା ସହିତ ସନ୍ତାନ ପକ୍ଷରେ ଶୁଭ ଫଳ ପ୍ରାପ୍ତି ହେବ l
– ମିଥୁନ ରାଶିର ବ୍ୟକ୍ତି ଙ୍କ ପାଇଁ ଜୁନ ମାସ ରେ ଶନି ଦେବ ଭଲ ଫଳ ପ୍ରଦାନ କରିବେ l ଭାଗ୍ୟ କୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ ଓ ସମସ୍ତ ଅଧା ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ l