Odisha news

ଅଜବ ପରମ୍ପରା : ବିବାହ ପୂର୍ବରୁ ମହିଳା ମାନଙ୍କର କାଟି ଦିଆଯାଏ ପାଟି ଓ କାନ

0

ଏହ୍ବି ବିଶ୍ୱ  ବ୍ରହ୍ମାଣ୍ଡ ନିଆରା ଜିନିଷ ଓ ଅଜବ ପରମ୍ପରା କୁ ନେଇ ଭରି ରହିଛି l ଏହି ଦୁନିଆରେ ଏଭଳି ଅନେକ ରୀତିନୀତି ରହିଛି ଯାହାକୁ ହୁଏତ ଆମେ ଜାଣିନାହୁଁ l ସେହି ପରମ୍ପରା ମାନଙ୍କ ମଧ୍ୟରୁ ଗୋଟିଏ ଅଦ୍ଭୁତ ପରମ୍ପରା ହେଉଛି ଆଫ୍ରିକା ମହାଦ୍ୱୀପ ଗୋଟିଏ ଜନଜାତି ର ପରମ୍ପରା l ଯେଉଁ ମହାଦ୍ୱୀପ ରେ ଅନେକ ଜନଜାତି ବସତି କରିଛନ୍ତି l ଆଫ୍ରିକାରେ ଗୋଟିଏ ଏଭଳି ଜନଜାତି ରହିଛି ଯେଉଁଠି ଝିଅ ମାନଙ୍କର ଓଠ ବା ପାଟି କାଟି ଦିଆଯାଇ ଥାଏ l

ଏମାନେ ହେଉଛନ୍ତି ଆଫ୍ରିକାର ମୂର୍ସି ଜନଜାତି ର ମହିଳା l ଏହି ଜନଜାତି ରେ ଗୋଟିଏ ବିଶେଷ ପ୍ରଥା ରହିଛି ଯେଉଁଠି ମହିଳା ମାନଙ୍କ ଦ୍ୱାରା ଝିଅ ମାନଙ୍କର ଓଠ ବା ପାଟି କାଟିଦିଆ ଯାଇଥାଏ l ଓଠ କାଟିବା ପରେ ଝିଅ ଟିର ପାଟିରେ ଗୋଟିଏ ପ୍ଲେଟ ଟାଙ୍ଗି ଦିଆଯାଇ ଥାଏ l ଯାହାକୁ ଲୀପ ପ୍ଲେଟ କ୍ୟହାଯାଇ ଥାଏ l ଲିପ ପ୍ଲେଟ ଲଗାଇବାର ପ୍ରଥା ଏଠାରେ ମହିଳା ମାନଙ୍କର ପ୍ରଜନନ କ୍ଷମତା ଓ ବିବାହ ସହିତ ଯୋଡ଼ା ଯାଇଥାଏ l ଯେତେବେଳେ ଗୋଟିଏ ମୂର୍ସି ଜନଜାତି ର ଝିଅ ଯୌବନ ରେ ପାଦ ଥାପିଥାଏ ସେତେବେଳେ ତାର ଏହି ପ୍ଲେଟ ଲଗାଯାଇଥାଏ l ଏହା ପଛର ଆଉ ଗୋଟିଏ କାରଣ ହେଲା ମୁର୍ସି ଜନଜାତି ର ବୟସ୍କ ମାନେ କହି ଥାଆନ୍ତି ଯେ ଏହାଦ୍ୱାରା ଝିଅ ମାନଙ୍କର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ ଓ ତାଙ୍କ ଉପରେ ଖରାପ ନଜର ପଡି ନଥାଏ l
ଏହି ଜନଜାତି ର ପୁରୁଷ ମାନେ ମଧ୍ୟ ସୁନ୍ଦର ସ୍ତ୍ରୀ ପାଇବା ପାଇଁ ନିଜ ମଧ୍ୟରେ ଠେଙ୍ଗା ବାଡ଼ିରେ ମରମାରି ହୁଅନ୍ତି – ଏହି ମରାମରି ସେତେବେଳ ପର୍ଯ୍ୟନ୍ତ ଚାଲିଥାଏ ଯେତେବେଳ ଯାଏ ଜଣଙ୍କ ର ମୃତ୍ୟୁ ହୋଇ ନଯାଏ l ଏହି ଲଢେଇ ପୂର୍ବରୁ ପୁରୁଷ ମାନେ ଜୀବ ଜନ୍ତୁ ଙ୍କ ରକ୍ତ ପିଇ ଥାଆନ୍ତି l କାହିଁକି ନା ସେମାନଙ୍କର ବିଶ୍ୱାସ ରହିଛି ଯେ ରକ୍ତ ପିଇବା ଦ୍ୱାରା ବଳ ଓ ଶକ୍ତି ଜାଗ୍ରତ ହୋଇଥାଏ l ଯିଏ ଏଥିରେ ବିଜୟ ଲାଭ କରିବ ତାହାକୁ ସୁନ୍ଦର ସ୍ତ୍ରୀ ମିଳିବ l
ଏହି ଜନଜାତି ର ଲୋକେ ଦକ୍ଷିଣ ଇଥପିଆ ଓ ସୁଦାନ ର ସୀମା ରେ ରହି ଥାଆନ୍ତି l

Leave A Reply