ଭଞ୍ଜନଗର(ଅମରେନ୍ଦ୍ର କୁମାର ପଟ୍ଟନାୟକ , ସକାଳ ଖବର) – ଭଞ୍ଜନଗର ଉପକଣ୍ଠ ଆସିକା ହୋଟେଲ ମାଲିକ ଅରୁଣ କୁମାର ମହାନ୍ତିଙ୍କ ମାତା କୁମୁଦିନି ମହାନ୍ତିଙ୍କ ୮୫ ବର୍ଷ ବୟସରେ ଗତ ୨୨ ତାରିଖ ରାତ୍ର ୧୦ ଘଣ୍ଟ ୨୦ ମିନିଟ ସମୟରେ ପରଲୋକ ଘଟିଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ, ମିଷ୍ଠଭାଷୀ ମହିଳା ଥିଲେ । ତାଙ୍କ ବିୟୋଗ ପରିବାରକୁ ମର୍ମାହତ କରିଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପୁଅ ଅରୁଣ, ଅଶୋକ, ଅଜିତ, ଅକ୍ଷୟ, ବୋହୁ ଗାୟତ୍ରୀ, ମିନତୀ, ସଂଗୀତା, ଜୟଶ୍ରୀ, ସସ୍ମିତା, ଝିଅ ଅବନ୍ତି, ଅନିତା, ଅଲିଭା, ଅଳକା, ଜ୍ବାଇଁ ତାରିଣୀ, ବାଣୀ ଭୂଷଣ, ଜଗଦୀଶ, ସାମ୍ବାଦିକ ଅମରେନ୍ଦ୍ର (ବାବି) ନାତି ଟିକିନା, ଟିପୁ, ମିକୁ,ସିକୁ, କାହ୍ନା, ରିୟା, ପାୟଲ, ଜୁଏଲ, କୋଏଲ, ପ୍ରିନ୍ସ, ପେପ୍ସି, ସାଇ, ଗେଲି, ଓଁମ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ୱାଦଶା କାର୍ଯ୍ୟ ନିଜ ବାସଭଵନ ଠାରେ ଅନୁଷ୍ଠିତ ହେଉଅଛି,ଏଥିରେ ପରିବାର ସମ୍ପର୍କୀୟ ଙ୍କ ସମେତ ସହରର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦାନ କରିବେ,ସ୍ବର୍ଗତ କୁମୁଦିନି ଙ୍କ ଆତ୍ମାର ସଦ୍ଗତି କାମନା କରିବେ ବୋଲି ପରିବାର ବର୍ଗ ଆଶା ପ୍ରକାଶ କରିଛନ୍ତି ।