Odisha news

ବିଶ୍ବରେ ଆତଙ୍କ ସୃଷ୍ଟି କରୁଛି ମଙ୍କି ପକ୍ସ ଭାଇରସ , ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ଉପଚାର କଣ ରହିଛି

0
କାରୋନା ମହାମାରୀ ବିଶ୍ବରୁ ନ ଯିବା ଆଗରୁ ବର୍ତ୍ତମାନ୍ ଆଉ ଗୋଟିଏ ମହାମାରୀ ପାଦ ଥାପିଚି । ଏହି ଭାଇରସ ଦ୍ଵାରା ବିଶ୍ଵର ଅନେକ ଦେଶ ଧୀରେ ଧୀରେ ଆକ୍ରାନ୍ତ ହେଉଛନ୍ତି । ବ୍ରିଟେନ , ସ୍ପେନ ଓ କାନାଡା ପରେ ବର୍ତ୍ତମାନ୍ ଆମେରିକା ମଧ୍ୟ ଏହି ଭାଇରସ ଦ୍ଵାରା ଆକ୍ରାନ୍ତ  ହେବାର ତଥ୍ୟ ହସ୍ତଗତ ହୋଇଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ତଥ୍ୟ ଅନୁସାରେ ଏହି ଭାଇରସ ଟି ମାଙ୍କଡ ମାନଙ୍କ ଠାରୁ ବ୍ୟାପିଛି । ମାଙ୍କଡ ମାନଙ୍କ ବ୍ୟତୀତ ଗୁଣ୍ଡୁଚି ମୂଷା ଓ ମୂଷା ମାନଙ୍କ ନିକଟରେ ମିଳିଥାଏ ବୋଲି କୁହାଯାଇଛି । କିନ୍ତୁ ଏହାର ଲକ୍ଷଣ ସ୍ମଲ୍ ପକ୍ସ ଓ ମିଳିମିଳା ସହିତ ସାମାନ୍ୟ ମିଶିଥାଏ । କିନ୍ତୁ ଗତ କିଛି ଦିନରେ ଏହି ଭାଇରସ ଧୀରେ ଧୀରେ ପ୍ରଭାବ ବିସ୍ତାର କରିବାରେ ଲାଗିଚି । ବଢୁଥିବା ମାମଲା କୁ ଦେଖି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ସେଣ୍ଟର୍ ଅଫ୍ ଡିଯିଜ୍ କଣ୍ଟ୍ରୋଲ ସତର୍କ ହୋଇ ଯାଇଛନ୍ତି । ଯେଉଁସବୁ ଦେଶରେ ଏହି ଭାଇରସ ର ସଂକେତ ମିଳୁଛି ସେଠାରେ କଣ୍ଟାକ୍ଟଟ୍ରେଶିଂ କରା ଯାଉଛି।
ମିଳିଥିବା ସୂଚନା ଅନୁସାରେ ଏହି ଭାଇରସ ଗୋଟିଏ ଦୁର୍ଲଭ ଭାଇରସ ଅଟେ । ଏହି ଭାଇରସ କୁ ପ୍ରଥମଥର ମଧ୍ୟ ଓ ପଶ୍ଚିମ ଆଫ୍ରିକା ଦେଶ ଗୁଡିକ ରେ ୧୯୭୦ ରେ  ଏଭଳି ମାମଲା ସାମ୍ନା କୁ ଆସିଥିଲା । ସେଣ୍ଟର୍ ଫର୍ ଡିଯିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେଂସନ୍ ଅନୁସାରେ ଆମେରିକାରେ ମଙ୍କୀ ପକ୍ସ ର ସଂକ୍ରମଣ ୨୦୦୩ ରେ ଦେଖିବାକୁ ମିଳିଥିଲା । ବିଶେଷଜ୍ଞ ଙ୍କ ମତ ଅନୁସାରେ ବର୍ତ୍ତମାନ୍ ଏହି ଭାଇରସ ୨୦ ବର୍ଷ ପରେ ପୁନର୍ବାର ଦେଖିବାକୁ ମିଳିଛି ।
ମଂକି ପକ୍ସ ର ଲକ୍ଷଣ –
ମଙ୍କି ପକ୍ସ ଚିକେନ ପକ୍ସ ଓ ମିଳିମିଳା ପ୍ରଜାତିର ଭାଇରସ ଅଟେ । ମଙ୍କି ପକ୍ସ ମିଳିମିଳା ଭଳି ଏତେ ଭୟଙ୍କର ନୁହେଁ , କିନ୍ତୁ ଏହାର ଲକ୍ଷଣ ସାମାନ୍ୟ ହୋଇଥାଏ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ମଙ୍କି ପକ୍ସ ଏଭଳି ଭାଇରସ ଅଟେ ଯେଉଁଥିରେ ଜ୍ଵର ହେବା ସହ ଶରୀରରେ ଫୋଟକା ଭଳି ବାହାରି ଥାଏ । ମଣିଷ ମାନଙ୍କ ଶରୀରରେ ଏହା ପ୍ରାଥମିକ ପର୍ଯ୍ୟାୟରେ ମୂଷା ଓ ମାଙ୍କଡ ମାନଙ୍କ ନିକଟରେ ଦେଖା ଯାଉଥିବା ସଂକ୍ରମଣ ଭଳି ଦେଖା ଯାଇଥାଏ। ଏହି ଭାଇରସ ଗୋଟିଏ ମଣିଷ ନିକଟରୁ ଆଉ ଗୋଟିଏ ମଣିଷ କୁ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଥାଏ ।
କିପରି ନିଜକୁ ରକ୍ଷା କରିବେ –
ସେଣ୍ଟର୍ ଫର୍ ଡିଯିଜ୍ ଏଣ୍ଡ କଣ୍ଟ୍ରୋଲ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ୍ ପର୍ଯ୍ୟନ୍ତ ଏହି ରୋଗ ପାଇଁ କୌଣସି ବିଶେଷ ଔଷଧ ବାହାରି ନାହିଁ କିମ୍ବା ମଙ୍କି ପକ୍ସ ପାଇଁ କୌଣସି ବିଶେଷ ଟୀକା ମଧ୍ୟ ବାହାର୍ କରାଯାଇ ନାହିଁ । କିନ୍ତୁ ଏହି ରୋଗ ଟି ପାଇଁ ମିଳିମିଳା ର ଟୀକା ସିଡୋଫୋବିର , ST – 246 ଓ ବିଆଇଜୀ ଦ୍ଵାରା ନିୟନ୍ତ୍ରଣ ମଧ୍ୟ କରାଯାଇ ପାରିବ ।
Leave A Reply