ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଓଡ଼ିଶା ପାଇଁ ଅଗ୍ରମୀ ୫୦୦ କୋଟିର ସହାୟତା ରାଶି ଘୋଷଣା ମଧ୍ୟ କରିଛନ୍ତି। ବାତ୍ୟାଞ୍ଚଳ ପରିଦର୍ଶନ ପରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ସହାୟତା ରାଶି ଘୋଷଣା କରିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ, ପଶ୍ଚିମବଙ୍ଗଠାରୁ ଓଡ଼ିଶାରେ ବେଶି କ୍ଷତି ହୋଇ ନାହିଁ। ତେଣୁ ରାଜ୍ୟ ସରକାର କ୍ଷୟକ୍ଷତି ଆକାଳନ କରି ରିପୋର୍ଟ ଦେବେ। ଏଥିସହିତ କେନ୍ଦ୍ରୀୟ ଟିମ୍ ମଧ୍ୟ ଆସି କ୍ଷୟକ୍ଷତି ଆକଳନ କରିବେ। ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ। ରାଜ୍ୟ ସହ କେନ୍ଦ୍ର କାନ୍ଧ ମିଳାଇ ପୁନର୍ବିନ୍ୟାସ କାର୍ଯ୍ୟ କରିବ। ତେବେ ଆଗୁଆ ସହାୟତା ପାଇଁ ୫୦୦ କୋଟି କେନ୍ଦ୍ର ଦେବ ବୋଲି ସମୀକ୍ଷା ବୈଠକରେ ମୋଦି କହିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ଗଣେଶୀ ଲାଲ୍ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଡିଜିପି ଅଭୟଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।