Odisha news

ମନ୍ଦିର ହେଲା ଖାଁ ଖାଁ,ଘରେ ପୂଜା କଲେ ସଧବା ମହିଳା

0

ବାଙ୍ଗିରିପୋଷି,୨୨/୫: ଜ୍ୟୋଷ୍ଠ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଏ । ସ୍ୱାମୀଙ୍କ ସୁସ୍ଥ ଶରୀର ଓ ନିରାମୟ ଜୀବନ କାମନା କରି ସବୁ ସଧବା ନାରୀ ମାନେ ଆଜି ବ୍ରତ ରଖିଛନ୍ତି । ପୌରାଣିକ ଗାଥା ଅନୁଯାୟୀ ସତୀ ସାବିତ୍ରୀ ନିଜ ସ୍ୱାମୀ ସତ୍ୟାବାନଙ୍କର ମୃତୁ୍ୟ ପରେ ମଧ୍ୟ ଯମଙ୍କ ନିକଟରୁ ତାଙ୍କର ଜୀବନ ଫେରାଇ ଆଣିବାରେ ସଫଳ ହୋଇଥିଲେ । ତେଣୁ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ମହିଳା ମାନେ ପ୍ରତ୍ୟକ ବର୍ଷ ଧର୍ମ ଦେବତା ଯମରାଜ,ସାବିତ୍ରୀ ଓ ସତ୍ୟବାନ କୁ ପୂଜା କରି ଏହି ବ୍ରତ ରଖିଥାନ୍ତି । ତେବେ ଚଳିତ ବର୍ଷ ମହାମାରୀ କରୋନା ପାଇଁ ସରକାରଙ୍କ ତରଫରୁ ଲକଡାଉନ ଜାରି ହୋଇ ଦୀର୍ଘ ଦେଢମାସରୁ ଉର୍ଦ୍ଧ ସମୟ ଧରି ସମସ୍ତ ମନ୍ଦିର, ଦେବାଳୟ ବନ୍ଦ ପଡିଥିବାରୁ ଆଜି ମହିଳା ମାନେ ମନ୍ଦିରକୁ ଯାଇ ନିରାଶ ହୋଇ ଫେରିଥିବାର ଦେଖିବାକୁ ମିଳିଥିଲା ।

ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ପୂଜାଚର୍ଚ୍ଚନା କରିବାର ଲକ୍ଷ୍ୟ ରଖିଥିବା ମହିଳା ମାନଙ୍କ ପାଇଁ ନିରୁପାୟ ହୋଇ ମନ୍ଦିର କବାଟ ବନ୍ଦ ରଖିଥିଲେ ପୂଜକ । ସ୍ଥାନୀୟ ଲକ୍ଷ୍ମୀନାରାୟଣ ମନ୍ଦିର ଓ ଦୋଳ ଗୋବିନ୍ଦ ମନ୍ଦିର ସମେତ ବ୍ଲକରେ ଥିବା ଅନ୍ୟାନ୍ୟ ମନ୍ଦିର,ଦେବୀ ପୀଠ, ଶୈବ ପୀଠ ଗୁଡିକ ଅନ୍ୟ ବର୍ଷ ତୁଳନାରେ ପୁରାପୁରି ଫଙ୍କା ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ସଧବା ମହିଳା ମାନେ ନିଜକୁ ସୁନ୍ଦର ଭାବେ ସଜେଇ ବିଭିନ୍ନ ରଂଗ ବେରଂଗର ଶାଢୀ ପିନ୍ଧି ପୂଜା ବିଧି ପୁରଣ ପାଇଁ ନିଜ ନିଜ ଘରେ ପୂଜା କରିବା ସହ ଅନ୍ୟ କିଛି କିଛି ମହିଳା ସାମାଜିକ ଦୂରତା ମାନି ଘରେ ନନା ଡକାଇ ସାବିତ୍ରୀ ପୂଜା କରିଥିଲେ । ଅନ୍ୟପକ୍ଷେ ପୁର୍ବଦିନ ସାବିତ୍ରୀ ବ୍ରତ ପାଇଁ ସମସ୍ତ ଫଳ ଦୋକାନ ଗୁଡିକ ଚଳଚଂଚଳ ହୋଇ ଉଠିବା ସହ ଅନ୍ୟ ଦିନ ଅପେକ୍ଷା ଚଢା ଦାମରେ ଫଳ ବିକ୍ରୀ କରିଥିବାର ଦେଖିବାକୁ ମିଳିଥିଲା ।

Leave A Reply