ନରସିଂହପୁର: ଶ୍ରମିକମାନେ ଯାତ୍ରା କରୁଥିବା ଗୋଟାଏ ଟ୍ରକ୍ ଶନିବାର ରାତିରେ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ଅନ୍ତର୍ଗତ ପଥ ଗ୍ରାମ ପାଖରେ ଓଲଟି ପଡ଼ିବାରୁ ପାଞ୍ଚଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି ଓ ଅନ୍ୟ ଏଗାରଜଣ ଶ୍ରମିକ ଆହତ ହୋଇଛନ୍ତି।
ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି।

ନରସିଂହପୁର ଜିଲ୍ଲାପାଳ ଦୀପକ ସାକ୍ସେନା କହିଛନ୍ତି, ଆମ୍ବ ଭର୍ତ୍ତି ହୋଇଥିବା ସେ ଟ୍ରକ୍ରେ ସମୁଦାୟ ୧୮ଜଣ ଲୋକ ଯାତ୍ରା କରୁଥିଲେ। ପଥ ଗ୍ରାମ ପାଖରେ ଟ୍ରକ୍ଟି ଓଲଟି ପଡ଼ିବାରୁ ପାଞ୍ଚଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଏଗାରଜଣ ଆହତ ହୋଇଛନ୍ତି। ଅନ୍ୟ ଦୁଇଜଣ ହେଉଛନ୍ତି ଟ୍ରକ୍ର ଡ୍ରାଇଭର୍ ଓ ହେଲ୍ପର୍।
ଜିଲ୍ଲାପାଳ ସାକ୍ସେନା ଆହୁରି କହିଛନ୍ତି ଯେ ଆମ୍ବ ଟ୍ରକ୍ରେ ଶ୍ରମିକମାନେ ତେଲେଙ୍ଗାନାର ହାଇଦ୍ରାବାଦରୁ ଉତ୍ତର ପ୍ରଦେଶର ଆଗ୍ରାକୁ ଯାଉଥିଲେ।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ସେ ଟ୍ରକ୍ରେ ପ୍ରବାସୀ ଶ୍ରମିକମାନେ ମଧ୍ୟପ୍ରଦେଶର ଝାନ୍ସୀ ସହରକୁ ଯାଉଥିଲେ।