Odisha news

ବେଆଇନ ମାଙ୍କଡା ଖଣିରେ ଚଢଉ ୩ ଗାଡି ଜବତ

0

ଖୋର୍ଦ୍ଧା, ଅଗଷ୍ଟ ୩୧ : ଖୋର୍ଦ୍ଧା ତହସିଲ ପାଇକତିଗିରିଆ ରାଜସ୍ୱ ମୌଜାର ଚାନ୍ଦପୁର ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଖଣିରେ ଜିଲା ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ଗୋଟିଏ ଜେସିବି ସମେତ ଦୁଇ ଟ୍ରାକ୍ଟରକୁ ଜବତ କରାଯାଇଛି । ସେହିପରି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ପଛ ପାଶ୍ୱରେ ୩ଟ୍ରିପ ଖଣ୍ଡାଲାଇଟ ପଥର ଜବତ କରାଯାଇଛି । ଏହି ଚଢଉରେ ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦୁ କୁମାର ସାମଲ,ପାଇକତିଗିରିଆ ରାଜସ୍ୱ ନିରୀକ୍ଷକ,ଖୋର୍ଦ୍ଧା ରାଜସ୍ୱ ନିରୀକ୍ଷକଙ୍କ ସମେତ ପୋଲିସ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.