Odisha news

ଏସସିବିରେ ୧୧୩ ଡେଙ୍ଗୁ ରୋଗୀ

0

କଟକ, ୩୧/୮ ସ୍ଥାନୀୟ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ମୋଟ ୧୧୩ ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧିନ ଅଛନ୍ତି । ଡେଙ୍ଗୁ ୱାର୍ଡରେ ୧୦୧ ଜଣ ଏବଂ ଆଇସିୟୁରେ ୧୨ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ୧୨୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୩୭ଟି ପଜିଟିଭ ବାହାରିଛି । ତନ୍ମଧ୍ୟରେ କଟକର ୧୭, ଜଗତସିଂହପୁରର ୬, ଯାଜପୁରର ୪, ଭଦ୍ରକର ୨, କେନ୍ଦ୍ରାପଡାର ୨ ଏବଂ ବାଲେଶ୍ୱର. ଢେଙ୍କାନାଳ, ଗଞ୍ଜାମ, ମୟୁରଭଂଜ, ରାୟଗଡା ଓ ପଶ୍ଚିମବଙ୍ଗର ଗୋଟିଏ ଲେଖାଏଁ ସାମ୍ପୁଲ ରହିଛି । କଟକର ୧୭ଟି ପଜିଟିଭ ନମୁନା ମଧ୍ୟରେ ଏସସିବି ମେଡିକାଲ କ୍ୟାମ୍ପସର ୩, ସାଲେପୁରର ୨ ଏବଂ ଚୈାଦ୍ୱାର ନତକେଇ, ଜଗତପୁର, ୪୨ ମୈାଜା, ବେଲେଶ୍ୱର, ଗୋବିନ୍ଦପୁର, ଦିଗି, ମଙ୍ଗଳାବାଗ, ଭାଣପୁର, ବିରଳ, ଟାଙ୍ଗି ଓ ଗଣିପୁରର ଗୋଟିଏ ଲେଖାଏଁ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ ।

Leave A Reply