Odisha news

ଶାରିରୀକ ସମ୍ପର୍କ ଅଭିଯୋଗରେ ଯୁବକ ଗିରଫ

0

ଧର୍ମଶାଳା, ୩୧ଅଗଷ୍ଟ : ଯାଜପୁର ସଦରଥାନା ଅନ୍ତର୍ଗତ ସିମିଳିଆ ପଂଚାୟତର ସଠିଆଟିକିରି ଗ୍ରାମର ସଂମ୍ପୃକ୍ତ ଯୁବତୀକୁ ପାଣିକୋଇଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜନୈକ ଯୁବକ ପ୍ରଥମେ ସମ୍ପର୍କ ଓ ପରେ ଶାରିରୀକ ସମ୍ପର୍କ ସ୍ଥାପନ କରି ଧୋକା ଦେଇ ଫେରାର ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ପୁଲିସ୍ ଜିମା ଦିଆଯାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଗୋବିନ୍ଦପୁର ଗ୍ରାମର ସ୍ୱର୍ଗତ ନାଣ୍ଡୁ ସେନାପତିଙ୍କ ପୁଅ ରଜତ ସେନାପତି(୨୫) ୩ମାସ ପୁର୍ବେ ସଠିଆଟିକିରି ଗ୍ରାମକୁ ଯାଇ ମୁରଲୀ ଜେନାଙ୍କ ଝିଅ ମିଲି ଜେନା(ଛଦ୍ମନାମ)(୨୨)ଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ସଂମ୍ପୃକ୍ତ ଝିଅ ଠାରୁ ମୋବାଇଲ ନମ୍ବର ଆଣି ପ୍ରେମ ସମ୍ପର୍କ ଗଢିଥିଲେ । ପରେ ରଜତ ସଂମ୍ପୃକ୍ତ ଯୁବତୀଙ୍କୁ ନେଇ ଗତ ତା-୧୮/୦୮/୨୦୧୮ ରିଖରେ ଦିନ ୧୦ଟା ବେଳେ କେଉଁଆଡେ ଫେରାର୍ ହୋଇଯାଇଥିଲେ । ପରେ ତାକୁ ମନ୍ଦିରରେ ବିବାହ କରି ପାଣିକୋଇଲି ନିକଟସ୍ଥ ବ୍ରଜନଗର ଅଂଚଳରେ ଘରଭଡା ନେଇ ସ୍ୱାମୀ ସ୍ତ୍ରୀ ହୋଇ ରହୁଥିଲେ । ଗତ ତା-୨୯/୦୮/୨୦୧୮ ରିଖ ଦିନ ଘର ମାଲିକ ମନା କରିବାରୁ ରଜତ ସଂମ୍ପୃକ୍ତ ଯୁବତୀ ଜଣଙ୍କୁ ନିକଟସ୍ଥ ଲିଙ୍ଗେଶ୍ୱର ମନ୍ଦିର ପାଖରେ ଛାଡି ଦେଇ ପଳାଇ ଯାଉଥିବା ସମୟରେ ଯୁବତୀ ଜଣକ ଚିକ୍ରାର କରିଥିଲା । ଫଳରେ ସ୍ଥାନୀୟ ଲୋକ ଆସି ସଂମ୍ପୃକ୍ତ ଯୁବକ ଜଣକୁ ଅଟକାଇ ସଦରପୁଲିସକୁ ସୁଚନା ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଁଚି ଉଭୟଙ୍କୁ ଅଟକ ରଖି ଡାକ୍ତରୀ ମାଇନା କରାଇଥିଲେ । ତେବେ ଥାନାରେ କେସ୍ ନଂ-୧୭୮/୧୮ ଓ ଦଫା ୩୬୬,୩୭୬(ଯୁକ୍ତ୨)(ଏନ୍) ଆଇପିସିରେ ମାମଲା ରୁଜ୍ଜୁ କରି ସଂମ୍ପୃକ୍ତ ଯୁବକକୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.