Odisha news

ଅରଟେକ୍ ଆଇ.ଟି.ଆଇ ଦ୍ୱାରା ମାସ୍କ ବଣ୍ଟନ ଓ କରୋନା ସଚେତନତା

0

ବାଲିଅନ୍ତା : ବାଲିଅନ୍ତା  ବ୍ଳକ ଅନ୍ତର୍ରଗତ ପ୍ରତାପଶାସନ ଗ୍ରାମପଂଚାୟତ ଅଧିନସ୍ଥ  ବାଳକାଟିରେ ଅବସ୍ଥିତ ପ୍ରଥମ ଶିଳ୍ପ ତାଲିମ୍ କେନ୍ଦ୍ର ଅରଟେକ୍ ଆଇ.ଟି.ଆଇ ଦ୍ୱାରା ବାଳକାଟି ଅଂଚଳରେ ଥିବା ସାପ୍ତାହିକ ହାଟରେ ସମସ୍ତ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ଅନୁଷ୍ଠାନର କର୍ମକର୍ତାଙ୍କ ଦ୍ୱାରା ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦେ୍ଧଶ୍ୱର ମହାନ୍ତି, ଉପଦେଷ୍ଟା ବିଧୁଭୂଷଣ ପଟ୍ଟନାୟକ ସମସ୍ତ ବ୍ୟବସାୟୀଙ୍କୁ ମାସ୍କ ପିନ୍ଧିବା, ହତାକୁ ବାରମ୍ବାର ସାନିଟାରାଇଜି କରିବା, ସାମାଜିକ ଦୂରତା ବଜାୟି ରଖିବା, ଜନଗହଳି ପୂର୍ଣ୍ଣ ସ୍ଥାନଠାରୁ ନିଜକୁ ଦୂରେଇ ରଖିବା, ବାହାରେ ଛେପ ନ ପକାଇବା ଆଦି ସଚେତନତା ବାର୍ତା ପ୍ରଦାନ କରିଥିଲେ ।

ଯଦି ଆମେ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସମସ୍ତ ନୀତି ନିୟମକୁ ପାଳନ କରିବା ତେବେ ବିଶ୍ୱରେ ଦେଖା ଦେଇଥିବା କରୋନାରୁ ଆମ ରାଜ୍ୟ ଓଡିଶା ସମ୍ପୂର୍ଣ୍ଣ କରୋନା ମୁକ୍ତ ହେବ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରଶିକ୍ଷକ ସଂପଦ ସ୍ୱାଇଁ, ମନୋଜ ବରାଳ, ଶୁଭ୍ରଲୋଚନ ଜେନା, ସୋମନାଥ ମହାରଣା, ନିଶିକାନ୍ତ ପଣ୍ଡା ଓ ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ

Leave A Reply