Odisha news

ଫ୍ରେଣ୍ଡ୍‌ସିପ୍‌ରେ ମାରିୟା-ହରଭଜନ

0

ଭାରତୀୟ ଟିମ୍‌ର ପୂର୍ବ କ୍ରିକେଟର୍‌ ହରଭଜନ ସିଂହ ଏବେ ଫିଲ୍ମ ପର୍ଦ୍ଦାରେ ଧମାଲ ମଚାଇବାକୁ ପ୍ରସ୍ତୁତ । ସେ ଫିଲ୍ମ ‘ଫ୍ରେଣ୍ଡ୍‌ସିପ୍‌’ରୁ ଅଭିନୟରେ ଡେବୁ୍ୟ କରିବେ । ତାଙ୍କ ସହ ତାମିଲ ବିଗ୍‌ବସ୍‌-୩ରୁ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ଲୋସଲିୟା ମାରିୟାନେସାନ୍‌ ମୁଖ୍ୟ ଭୂମିକାରେ ରହିବେ । ଏହି ଫିଲ୍ମର ପୋଷ୍ଟର ଜାରି କରାଯାଇଛି । ମାରିୟା ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଫିଲ୍ମର ପୋଷ୍ଟର୍‌ ସେୟାର କରି ଲେଖିଛନ୍ତି, ‘ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦରୁ ମୁଁ ହିନ୍ଦୀ ସିନେମାରେ କାମ କରିବାକୁ ଯାଉଛି । ହରଭଜନ ସିଂହ ଏହି ସିନେମାରେ ଲିଡ୍‌ ରୋଲ୍‌ରେ ଅଛନ୍ତି । ଏପରି ସୁନ୍ଦର ରୋଲ୍‌ ପାଇଁ ପୂରା ଟିମ୍‌କୁ ଧନ୍ୟବାଦ ଦେଉଛି ।’ ସିଲଭର୍‌ ସ୍କ୍ରିନ୍‌ରେ ଜଲୱା ଦେଖାଇବାକୁ ହରଭଜନ ପ୍ରସ୍ତୁତ । ଭାରତୀୟ ସିନେମାରେ ପ୍ରଥମ ଥର ଭାରତୀୟ କ୍ରିକେଟର୍‌ ଲିଡ୍‌ ରୋଲ୍‌ କରିବେ ।

Leave A Reply