Odisha news

କେରଳରୁ ଫେରନ୍ତା ୪ ଜଣଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷା 

0

  ବାଲିଗୁଡା,କରୋନା ଭୟ ଏବେ ସବୁଠି ଘାରିଛି । ଚାଇନାରୁ ଫେରିଥିବା ଜଣେ ଡାକ୍ତରୀ ଛାତ୍ରଙ୍କୁ ନେଇ କନ୍ଧମାଳ ଜିଲା ଫୁଲବାଣୀରେ କରୋନା ଭୂତାଣୁକୁ ନେଇ ଭୟ ସୃଷ୍ଟି ହୋଇଥିଲା । ତାଙ୍କ ନମୂନା ପରୀକ୍ଷା ପରେ ସେ ଏଥିରେ ସଂକ୍ରମିତ ହୋଇ ନ ଥିବା ସ୍ପଷ୍ଟ ହୋଇଛି । କେରଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସେଠାରୁ ଫେରୁଥିବା ଲୋକଙ୍କ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଥିଲା । କେରଳରେ କାମ କରୁଥିବା ୪ ଜଣ କିଛି ଦିନ ତଳେ ଖଜୁରିପଡା ବ୍ଲକ ଆର.ନୂଆଗାଁକୁ ଫେରିଥିଲେ । ଖଜୁରିପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛି । ଥଣ୍ଡା, କାଶ ଏବଂ ଜ୍ୱର ଥିଲେ ଏହା କରୋନା ସଂକ୍ରମିତ ହେବା ସମ୍ଭାବନା ରହିଥିବାରୁ ସେମାନଙ୍କ ପରୀକ୍ଷା କରାଯାଇଥିଲା । ହେଲେ ସେମାନଙ୍କ ପାଖରେ ସେଭଳି କିଛି ଲକ୍ଷଣ ଦେଖା ଯାଇ ନ ଥିଲା । ଡା.ନିମାଇଁ ଚରଣ ବିଶି, ଏଏନ୍‌ଏମ୍‌ ସୁନୀତା ଦାସ, ପିଏଚ୍‌ଇଓ ଜ୍ଞାନରଞ୍ଜନ କହଁର, ସ୍ବାସ୍ଥ୍ୟକର୍ମୀ କୃଷ୍ଣ ଚନ୍ଦ୍ର ପୃଷ୍ଟି, ଆଶା କର୍ମୀ ଗୀତାଞ୍ଜଳି ନାୟକ ଓ କୌଳାସ ଗଣ୍ଡା ଆର.ନୂଆଗାଁକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

Leave A Reply

Your email address will not be published.