ଏକ ଅଧ୍ୟୟନରୁ ଏଭଳି ଏକ ପ୍ରଶ୍ନର ଉତ୍ତର ମି ଳ ି ଛି । ମଙ୍ଗଳରେ ବହୁତ ଲୋକ ରହିବାର ଅ । ବ ଶ ୍ୟ କ ତ । ନାହିଁ ଯେତିକିେ ଲ । କ ସେଠାରେ ରହି କ।ମ କରିପାରିବେ ସେତିକି ରହିବା ଜରୁରୀ । ଫ୍ରାନ୍ସର ବୋର୍ଡିକକ୍ସ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ନାସନାଲ ପଲିଟେକ୍ନିକ୍ର ପ୍ରଫେସର ଜିନ୍ ମାର୍କ ସଲୋଟି ଗଣିତ ଫର୍ମୁଲାରେ ଏହି ଉତ୍ତର ପାଇଛନ୍ତି । ମଙ୍ଗଳକୁ ୧୧୦ ଜଣ ଲୋକ ଯିବା ଯଥେଷ୍ଟ ବୋଲି ଜିନ୍ କହିଛନ୍ତି । କାରଣ ସେଠାରେ ଯିଏ ରହିବ ତାକୁ କିଛି ନା କିଛି ଜରୁରୀ କାମ କରିବାକୁ ହେବ । ମଙ୍ଗଳରେ ରହିବାକୁ ଚାହୁଁଥିବା ଲୋକକୁ ସେଠାକାର ପାଣିପାଗ ଓ କାମ ଅନୁସାରେ ଚାଲିବାକୁ ହେବ । ଯଦି ଏ ସବୁ ନ ବୁଝି ଜଣେ ରହିବାକୁ ଚେଷ୍ଟା କରିବ ତାହେଲେ ମଙ୍ଗଳରେ ତିଷ୍ଠି ପାରିବ ନାହିଁ । ତେବେ ରହିବାଯୋଗ୍ୟ ଢାଞ୍ଚା ମଙ୍ଗଳରେ ବଢ଼ିଲେ ଲୋକଙ୍କ ସଂଖ୍ୟା ବଢ଼ିପାରିବ ।