Odisha news

ଛୁରୀରେ ମସାଜ୍‌

0

ଛୁରୀରେ ମସାଜ୍‌ ଫଳ, ପନିପରିବା କଟାଯାଉଥିବା ଛୁରୀରେ ମସାଜ୍‌ ବି କରାଯାଇପାରେ । ତାଇୱାନର ଅନେକ ପାର୍ଲରରେ ଏପରି କରାଯାଉଛି । ଏହାକୁ ‘ଡାଉଲିୟାଓ’ ବା ‘ନାଇଫ୍‌ ଥେରାପି’ କହନ୍ତି । ଏହି ଥେରାପି ୨୦୦୦ ବର୍ଷ ପୁରୁଣା । ବୌଦ୍ଧ ଭିକ୍ଷୁମାନେ ଏହା ଆରମ୍ଭ କରିଥିଲେ । ପ୍ରାୟ ହଜାର ବର୍ଷ ପୂର୍ବେ ତାଙ୍ଗ୍‌ ବଂଶ ରାଜତ୍ୱରେ ଏହି ଥେରାପି ଜାପାନରେ ବି ପ୍ରଚଳିତ ଥିଲା । ୧୯୪୦ରେ ଚୀନ୍‌ର ଗୃହଯୁଦ୍ଧ ସମୟରେ ଛୁରୀରେ ମସାଜ୍‌ ପରମ୍ପରା ତାଇୱାନରେ ପହଞ୍ଚିଥିଲା । ଚୀନ୍‌ ଓ ଜାପାନରେ ଏହି ଥେରାପି ପ୍ରଚଳନ ବନ୍ଦ ହୋଇଯାଇଥିଲେ ମଧ୍ୟ ତାଇୱାନରେ ବେଶ୍‌ ଲୋକପ୍ରିୟ । ତାଇୱାନ ରାଜଧାନୀ ତାଇପେଇରେ ନାଇଫ୍‌ ଥେରାପି ପ୍ରଶିକ୍ଷଣ ପାଇଁ ‘ଦ ଆଙ୍କ୍‌ସିଏଣ୍ଟ୍‌ ନାଇଫ୍‌ ମସାଜ୍‌ ଡାଓଲିୟାଓ ଆଇ-ଜିଙ୍ଗ୍‌ ଏଜୁକେଶନ୍‌ ସେଣ୍ଟର୍‌’ ଖୋଲାଯାଇଛି । ପୂରା ତାଇୱାନରେ ଏହାର ପ୍ରାୟ ୩୬ଟି ଶାଖା ରହିଛି । ଫ୍ରାନ୍ସ, ହଙ୍ଗ୍‌କଙ୍ଗ୍‌ ଓ ଜାପାନରୁ ଲୋକେ ଆସି ଏହି ଥେରାପି ଶିଖୁଛନ୍ତି । ନାଇଫ୍‌ ଥେରାପିର କେତେକ ନିୟମ ରହିଛି । ଯଦି ମସାଜ୍‌ କରିବାକୁ ଚାହୁଁଥିବା ଲୋକର ମୁଡ୍‌ ଠିକ୍‌ ନ ଥିବ, ତେବେ ତାକୁ ଏ ମସାଜ୍‌ ଦିଆଯିବ ନାହିଁ । ସେ ଶାକାହାରୀ ହୋଇଥିବା ଦରକାର ।

Leave A Reply