Odisha news

ରଥଯାତ୍ରା ପାଇଁ ଅନୁମତି ଦେଇଥିବାରୁ କୋର୍ଟଙ୍କ ପାଖରେ ଋଣୀ – ଗଜପତି ମହାରାଜ

0

ଭୁବନେଶ୍ୱର :  ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରାୟକୁ ପୂର୍ଣ୍ଣ ସଂଶୋଧନ କରିବା ସହ ଏହି ଯାତ୍ରାକୁ ଅନୁମତି ପ୍ରଦାନ କରିଛନ୍ତି । ସେଥିପାଇଁ ସମ୍ପୃକ୍ତ କୋର୍ଟଙ୍କ ନିକଟରେ ଚିର ଋଣୀ ବୋଲି ପୁରୀ ଗଜପତି ଦିବ୍ୟ ସିଂହ ଦେବ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଭାବଗ୍ରାହୀ ମହାପ୍ରଭୁ କୋଟି ଜନତାଙ୍କ ଆବେଗ ଶୁଣିଛନ୍ତି । ଯାତ୍ରାକୁ ସଫଳ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ ଦେବା ଆଶା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ ଗାଇଡ଼ ଲାଇନକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବ । ବାହାରୁ କୌଣସି ଲୋକ ପୁରୀକୁ ନ ଆସିବା ଏବଂ ପୁରୀ ଲୋକ ବଡ଼ ଦାଣ୍ଡକୁ ନ ଆସିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି

Leave A Reply