ପ୍ରତାପ ଚନ୍ଦ୍ର ସାହୁ : ସକାଳୁ ସକାଳୁ ନିତ୍ୟକର୍ମ୍ ଶେଷ କରି ମର୍ନିଙ୍ଗ ଵକିଙ୍ଗ୍ ରୁ ଫେରି ଘରେ ବସି ଚାହା ପିଉ ପିଉ ଗୋଟିଏ ଫୋନ କଲ ଆସିଲା।କଲ ଟି ଅଜଣା ବ୍ୟକ୍ତି ବିଶେଷ ଙ୍କର ଥିଲା ,ତଥାପି ଉଠାଇ ଲି। ବନ୍ଧୁ ଜଣକ କହିଲେ ,ସାହୁ ବାବୁ କହୁଛନ୍ତି ତ୍! ମୁ ହଁ ଭରିଲି। ତା ପରେ ସେ କହିଲେ ଆପଣଙ୍କର ବିଭିନ୍ନ ଲେଖା ବିଭିନ୍ନ ପତ୍ର ପତ୍ରିକା ରେ ପ୍ରକାଶିତ ହେବାର ଦେଖୁଚି ,ପଢୁଛି ଏବଂ ଲେଖା ଗୁଡିକ ହୃଦୟ ସ୍ପର୍ଶି ଥିଲା ପରି ମନେହେଉଛି।ସମାଜ କୁ କିଛି ସନ୍ଦେଶ ବା ବାର୍ତ୍ତା ଦେଲା ପରି ମନେହେଉଛି। ମୁଁ ଧନ୍ୟବାଦ ଜଣାଇଲି।
ସେ ପଚାରି ଲେ ମୋତେ କେତେଟା ଖଣ୍ଡେ ମାନପତ୍ର୍ ପାଇଲେଣି,କୋଉଠି କୋଉଠି ସମ୍ବର୍ଦ୍ଧିତ ହେଲେଣି,ସମ୍ମାନିତ କୋଉଠି ହେଲେଣି କି,କପ,ସିଲ୍ଦ୍ ଏମିତି କିଛି କୋଉଠେ ପାଇଛନ୍ତି କି? ଏପରି ଏକଥରକେ ଅନେକ ପ୍ରଶ୍ନ ସେ ପଚରିଲେ ? ମୁଁ କିନ୍ତୁ ଏସବୁ ପ୍ରଶ୍ନ ର ଉତ୍ତର ଗୋଟିଏ ଶବ୍ଦ ” ନା କିଛି ନାହିଁ ” ରେ ରଖିଲି। ସେ ପୁଣି କହିଲେ ଏ କେମିତିକା କଥା ? ମୁଁ କହିଲି କାହିଁ କଣ ହେଲା? ସେ ପୁନରାୟ୍ ତାଙ୍କର ବକ୍ତବ୍ୟ୍ ରେ କହିଲେ ,ଆପଣ ଏତେ ଲେଖା ଲେଖି କରୁଛନ୍ତି,କିନ୍ତୁ ଏ ପର୍ଯ୍ୟନ୍ତ କିଛି ବି ମାନପତ୍ର୍ ପାଇନାହାନ୍ତି,କି କୋଉଠି ବି ସମ୍ବର୍ଦ୍ଧିତ ହୋଇନାହାନ୍ତି,କି ସମ୍ମାନିତ ହୋଇନାହାନ୍ତି,କି କପ ପାଇନାହାନ୍ତି କି ସିଲ୍ଦ୍ ପାଇନାହାନ୍ତି! ତା ହେଲେ ଏତେ ଲେଖା ଲେଖି କରିବାର ମୂଲ୍ୟ କଣ? କହିଁକି ଏତେ ଲେଖା ଲେଖି କରୁଛନ୍ତି? ମୁଁ ପଚାରିଲି ଏ ସବୁ କହିବାର ମାନେ କଣ? ସେ ଟିକେ ନରମି କରି କହିଲେ ମୋତେ( ଦୁଃଖ) ଲାଗୁଚି ।ମୁଁ କହିଲି ମୋତେ ତ୍ କାହିଁ ଦୁଃଖ ଲାଗୁନି ମୁଁ ବହୁତ ଖୁସି ରେ ଲେଖା ଲେଖି କରି ଚାଲିଛି ,ଆପଣଙ୍କୁ କାହିଁକି ଦୁଃଖ ଲାଗୁଚି? ତାପରେ କଥା ର ମୋଡ ବଦଳାଇ ତା ନିଜ ର୍ ପ୍ରଶଂସା ଗାଇବାକୁ ଲାଗିଲା। ସ୍ଥାନୀୟ କିଛି ଅନୁଷ୍ଠାନ ରୁ ପ୍ରକାଶିତ ମଗଜିନ୍ ରେ କିଛି ଲେଖା ଦେଇ ଅନେକ ମାନପତ୍ର୍ ,ସମ୍ବର୍ଦ୍ଧିତ ହେବ,କପ ଓ ସିଲ୍ଦ୍ ଆଦି ଜମା କରେଇ ନେଲେନି ବୋଲି।ମୁଁ ପୁଣି ଧନ୍ୟବାଦ୍ ଜଣେଇ ଫୋନ ରଖିବା ପାଇଁ କହିଲି ,ସେ ଅନୁରୋଧ କଲେ ଫୋନ ନ୍ କାଟିବା ପାଇଁ।ମୁଁ କହିଲି ହେଉ ଆଉ କଣ ଅଛି କୁହ? ସେ କହିଲେ ଏମିତି ସମସ୍ତେ କରୁଛନ୍ତି ନା ମୁଁ( ସେ ) କଣ ଏକା। ମୁଁ କହିଲି ଦେଖ ଲେଖା ଲେଖି କରିବା ଆଦି ମା ସରସ୍ବତୀ ଙ୍କର ବରଦାନ। ଏହାକୁ କିଛି ବିନିମୟ୍ ( ମାନପତ୍ର୍,ସମ୍ବର୍ଧିତ୍ ହେବା,କପ ଓ ସିଲ୍ଦ୍ ଆଦି ପାଇବା) ରେ କରା ଯାଏନା।
ଏହାକୁ ଟଙ୍କା ପଇସା ରେ ମୁଲ୍ୟାଙ୍କନ୍ କରା ଯାଇ ନ୍ ପାରେ। ମାନପତ୍ର୍ ପାଇବା ,ସମ୍ବର୍ଦ୍ଧିତ ହେବା ଉଦ୍ଦେଶ୍ୟ ରେ ଲେଖା ଲେଖି କରିବା ଅର୍ଥ ମା ସରସ୍ବତୀ ଙ୍କୁ ଅପମାନ କରିବା ସହ ସମାନ।ତୁମର କାମ ଲେଖିବା ତୁମେ ଲେଖି ଚାଲ୍ ଆଉ ପଛକୁ ଚାହଁ ନାହିଁ।ପାରୁଛ ଯଦି ଅନବରତ ଲେଖି ଚାଲ। ସେ ପୁଣି ଆରମ୍ଭ କଲେ ଆଜ୍ଞା ସମାଜ ରେ ପ୍ରତିଷ୍ଠିତ ହେବା ପାଇଁ ଏଇ ସବୁ ଆଜି କାଲି ଦରକାର । ସେ ପୁଣି କହିଲେ ମୁଁ ( ସେ ) ଆପଣଙ୍କ ( ମୋ ) ପାଇଁ ସେ ସବୁ ଯୋଗାଡ଼ କରିଦେବି ବ୍ୟସ୍ତ ହେବା ଦରକାର ନାହିଁ।ମୁଁ କହିଲି ମୋର ଏସବୁ ଆଦୌ ଦରକାର ନାହିଁ ବୋଲି କହିଲି ପରା ତୁମକୁ ।ତୁମ କଥା ତୁମେ ଦେଖ ।
ଆଜିକାଲି ବ୍ୟକ୍ତି ଗତ ତଥା ଅନୁଷ୍ଠାନ ଗତ ପ୍ରତିଷ୍ଠିତ ହେବାକୁ ବ୍ୟଗ୍ର୍ ।ସତେ ଯେମିତି ଏଇଥିପାଇଁ ଏକ ପ୍ରକାର ପ୍ରତିଯୋଗିତା ଲାଗିରହିଛି। ମାନପତ୍ର୍ ଯୋଗାଡ଼ କରିବା,ସମ୍ବର୍ଦ୍ଧିତ୍ ହେବା ,ସମ୍ମାନିତ କପ ସିଲ୍ଦ୍ ଯୋଗାଡ଼ କରିବା ଆଦି ଏକ ପ୍ରକାର ନିଶା ତଥା ପେସା ରେ ପରିଣତ ହେବାକୁ ବସିଲାଣି। ଆପଣ ମାନେ ଜାଣିଥିବେ ଯେ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଶିକ୍ଷକ ମାନଙ୍କୁ ଉତ୍ତମ ଶିକ୍ଷକ ର ମାନ୍ୟତା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥାଏ ରାଜ୍ୟ ସ୍ତରରେ ଓ ରାଷ୍ଟ୍ର ସ୍ତରରେ ।
ଏଥିପାଇଁ କିଏ ଭଲ ଶିକ୍ଷକ ଆବେଦନ ପତ୍ର ଗ୍ରହଣ କରାଯାଏ,ଶିକ୍ଷକ ମାନଙ୍କ ଠାରୁ। ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆବେଦନ ମଧ୍ୟ କରନ୍ତି ଲବି ମଧ୍ୟ କରନ୍ତି ଚାପ୍ ମଧ୍ୟ ପକାନ୍ତି।ଯାହାର ପ୍ ଲା ଭାରି ହୁଏ ସେ ପାଏ। ଏପରି କିଛି ବ୍ୟକ୍ତି ବିଶେଷ ଅଛନ୍ତି କିଛି ଅନୁଷ୍ଠାନ ଅଛନ୍ତି ସମ୍ବର୍ଦ୍ଧିତ୍ ଓ ମାନପତ୍ର୍ ଦେବା ବାହାନା ରେ ସାହାଯ୍ୟ ଓ ସହଯୋଗ ( ମୋଟା ଅଙ୍କର ଅର୍ଥ ) ର ହାତ ବଢ଼େଇ ଥାନ୍ତି। ଏଇ ମାନେ ଶସ୍ତା ଲୋକ ପ୍ରିୟତା ହାସଲ ପାଇଁ ରାଜନୈତିକ ମାଧ୍ୟମ ଓ ଫୋଟୋ ଉଠାଇ ବାଃ ବାଃ ନେଇଥାନ୍ତି। ସୋସିଆଲ ମିଡ଼ିଆ ରେ ଫୋଟୋ ସେଆର କରି ବାଃ ବାଃ ନେଇଥାନ୍ତି।ଗୋଟିଏ ଉପଧୌକନ୍ କୁ ପାଞ୍ଚ ଜଣକୁ( ଜଣକୁ ପରେ ଜଣକୁ ) ଦେଇ ଫୋଟୋ କ୍ରମାନ୍ଵୟ୍ ରେ ଉଠାଇ ଫାଇଦା ଉଠାଇ ଥାନ୍ତି। କିନ୍ତୁ ବାସ୍ତବ ବା ପ୍ରକୃତ ଲେଖକ ପରଦା ପଛରେ ରହିଯା ଇ ଥାନ୍ତି। ଏଇ ମାନପତ୍ର୍ ରୂପକ ଭୁ ତ୍ ,ସମ୍ବର୍ଦ୍ଧିତ୍ ହେବା ଭୁ ତ୍ ଏସବୁ ମନରୁ ଦୂର ହେବାର ଆବଶ୍ୟକତା ରହିଛି। ମା ସରସ୍ବତୀ ଙ୍କ ର୍ ବରଦାନ ଭାବି ନିରନ୍ତର ଭାବେ ଲେଖି ଚାଲ ନ୍ତୁ।