ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ସୋମବାର ଦିନ ନିଜର ନିଷ୍ପତି ଶୁଣାଇବାକୁ ଯାଇ କହିଛନ୍ତି ଯେ ‘ କୌଣସି ବ୍ୟକ୍ତିକୁ ଟୀକା ନେବାପାଇଁ ବାଧ୍ୟ କରାଯିବ ନାହିଁ l’ ଜଷ୍ଟିସ ଏଲ ନାଗେଶ୍ୱର ରାଓ ଓ ଜଷ୍ଟିସ ବିଆର ଗବାଇ ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ରେ ଶୁଣାଣି କରି କୁହାଯାଇଛି ଯେ ‘ ଆର୍ଟିକିଲ -୨୧ ଅନୁସାରେ ବ୍ୟକ୍ତିର ଶାରୀରିକ ଅଖଣ୍ଡତା କୁ ଅନୁମତି ରେ ଭଙ୍ଗ କରାଯାଇ ପାରିବ ନାହିଁ l ଏପରି ସ୍ଥିତି ରେ ଦେଶବାସୀ ଙ୍କୁ ଟୀକା କରଣ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ l
