ମାଲକାନଗିରି !ତ:୧୯.୧.୨୦୨୧ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୋଲିସ ଏକ ଧଳା ରଂଗର ମହିନ୍ଦ୍ରା ବୋଲେର ପିକ୍ ଆପ୍ ଭ୍ଯାନ୍ ଯୋଗେ ୯ କ୍ଯୁଣ୍ଟାଲ ଗଂଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଜଣେ ଆସାମୀକୁ ଗିରଫ କରିବା ସହ ଗଂଜେଇକୁ ଜବତ କରାଯାଇଛି !
ଘଟଣାରୁ ପ୍ରକାଶ ଯେ,ଚିତ୍ରକୋଣ୍ତା ଥାନା ଥାନା ଅଧିକାରୀ ସୂର୍ଯ୍ଯ ପ୍ରକାଶ ନାଏକ ସଦଳ ବଳେ ବନଗୁର ରେଖାପାଲ୍ଲୀ ପୋଲ ନିରଟରେ ଯାନବାହାନ ରାତିରେ ଯାଞ୍ଚ ତରୁଥିବା ବେଳେ ସେହି ରାସ୍ତା ଦେଇ ଦ୍ରୁତ ଗତିରେ ଏକ ମହେନ୍ଦା ବୋଲେର ପିକ୍ ଆର୍ ଭ୍ଯାନ ଅତିକ୍ରମ କରିଥିଲା !
ଏହି ସମୟରେ ଗାଡିକୁ ଅଟାଇ ପୋଲିସ ତଦନ୍ତ କରିଥିବା ବେଳେ ସେହି ଗାଡିରୁ ୩୦ ବସ୍ତା ଗଂଜେଇ ମିଳିଥିଲା!ଯାହାର ଓଜନ ୯ କ୍ଯୁଣ୍ଟାଲ ବୋଲି ଜଣାପଡିଛି !ଗାଡି ଚାଳକ ଲେବିଓ ପାଙ୍ଗି (୨୬)କୁ ପୋଲିସ ଗିରଫ କରିଥିବା ବେଳେ ତା ଘର ଚିତ୍ରକୋଣ୍ତା ଥାନା ପନସଗନ୍ଧୀ ବୋଲି ଜଣାପଡିଛି !ପୋଲିସ ଆସାମୀ ନିକଟରୁ ନଗଦ୧୨ ଶହ ଟଙ୍କା,ଏକ ମୋବାଇଲ ଏବଂ ଗଂଜେଇ ପରିବହନ କରି ନେଉଥିବା ବୋଲେର ପିକ ଆପ୍ ଭ୍ଯାନ (ରେଜିଷ୍ଟ୍ରେସନ ନଂ:ଓଆର-୨୪-ବି-୦୯୧୪)କୁ ଜବତ କରିଛି !ଗଂଜେଇର ବଜାର ମୂଲ୍ଯ ୯୦ ଲକ୍ଷ ଟଂକା ହେବ ବୋଲି ପୋଲିସ ପ୍ରକାଶ କରିଛି !ଚିତ୍ରକୋଣ୍ଡା ପୋଲିସ ଆସାମୀ ବିରୁଦ୍ଧରେ ଥାନା କେଶ ନଂ:୧୨ ତା୧୮.୧.୨୦୨୧ରେ ମାମଲା ଋଜୁ କରି କୋର୍ଟ ଚାଲାଣ କରିଛି !