ମାଲକାନଗିରି |ତା:10/8 (ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି) : ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ସଭା ଗୃହ ଠାରେ 74ତମ ସ୍ବାଧୀନତା ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି !ଚଳିତ ବର୍ଷ ସକାଳ 9 ଘଟିକା ସମୟରେ ଦଣ୍ଡକାରଣ୍ଯ ପଡିଆ ଠାରେ ମୁଖ୍ଯ ଅତିଥିଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯିବ !ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାପର୍ଣ କରିବା ସହିତ ମୁଖ୍ଯ ଅତିଥିଙ୍କ ଦ୍ବାରା ଜିଲ୍ଲା ସଂସ୍କୃତି ଭବନ ଠାରେ ଚାରା ରୋପଣ କରାଯିବ !କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯିବ !
କୋଭିନ ନିୟମ ଅନୁସାରେ ସ୍ବାଧୀନତା ଦିବସ ପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବାଏବଂ ମାସ୍କ ପରିଧାନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା !ଏହି କାର୍ଯ୍ଯକ୍ରମରେ ସ୍ବଳ୍ପ ସଂଖ୍ଯକ ଲୋକମାନଂକୁ ଯୋଗଦାନ କରିବା ପାଇଁ ଅନୁମତି ପ୍ରଦାନ କରାଯିବ !ସମ୍ମିଳିତ ପରେଡରେ ଅଭିବାଦନ ପାଇଁ ପୋଲିସ ଉପସ୍ଥିତ ରହିବେ ଏବଂ ବାଦ୍ଯଯନ୍ତ୍ର ଦ୍ବାରା ଜାତୀୟ ସଂଗୀତ ପରିଚାଳନ କରିବେ !ଏହି ପ୍ରସ୍ତୁତି ବୈଠକରେ ଏସପି ରିଷିକେଶ ଡି ଖିଲାରୀ,ଜିଲ୍ଲାପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପିଡି ଡିଆରଡିଏ ବାଳମୁନ୍ଦ ଭୂୟାଁ,ଉପ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦିଲ୍ଲୀପ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ !