Odisha news

ମାଲକାନଗିରି : ପ୍ରତୀକାତ୍ମକ ରଥରେ ବିଜେ ହେବେ ଶ୍ରୀଜୀଉ

0
ମାଲକାନଗିରି ତା:୨୧.୬.୨୦୨୦ : ସମଗ୍ର ଦେଶରେ କୋରନା ମହାମାରୀର ପ୍ରକୋପରେ ମାନବ ସମାଜ ଭିତତ୍ରସ୍ଥ ଥିବା ବେଳେ ପୁରୀର ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ପାଳନକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ କ୍ରମେ  ସ୍ଥଗିତ କରାଯାଇଛି lଏ ସବୁକୁ ଆଧାର କରି ମାଲକାନଗିରି ଜିଲ୍ଲାରେ ଥିବା ଜଗନ୍ନାଥ ଘୋଷ ଯାତ୍ରା କୁ ସଂପୃକ ଅଞ୍ଚଳର ତହସିଲଦାରମାନେ ମନ୍ଦିର ପରିଚାଳନା କମିଟି ସହ ପ୍ରାଥିକ ସ୍ତରରେ ବୈଠକ ଅନୁଷ୍ଠତ କରି ପତିତ ପାବନ ରଥ ଯାତ୍ରାକୁ ସ୍ଥଗିତ କରିଛନ୍ତି l କିନ୍ତୁ ବିଧି ବିଧାନକୁ ଅନୁଧ୍ଯାନ କରା ଯାଇ ମନ୍ଦିର ବେଢାରେ ପ୍ରତୀକାତ୍ମକ ରଥ ଯାତ୍ରା ଅନୁଷ୍ଠତ କରାଯିବାକୁ
ନିଷ୍ପତ୍ତି ଗ୍ରହଣ କରାଯାଇଛି l
ମାଲକାନଗିରି ସଦର ମହକୁମାରେ ଥିବା ୨୦୦ ବର୍ଷର ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ନିର୍ମଣ କରାଯାଇଥିଲେ ମଧ୍ଯ କୋରନା ସଂକ୍ରମଣଂକୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ବାତିଲ କରାଯାଇଛି l ମାତ୍ର ମନ୍ଦିର ବେଢାରେ ରଥ ନିର୍ମାଣର ମୁଖ୍ଯ କାରିଗର
ଲକ୍ଷ୍ମଣ ମହାରଣା ଏକ ପ୍ରତୀକାତ୍ମକ ଭାବେ କ୍ଷୁଦ୍ର ରଥ ନିର୍ମାଣ କରିଛନ୍ତି !ଆସନ୍ତା ୨୩ ତାରିଖ ଦିନ ସେହି କ୍ଷଦ୍ର ରଥରେ ଛୋଟ ଛୋଟ
ଆକାରରେ ନିର୍ମାଣ କରାଯାଇଥିବା ଶ୍ରୀବିଗ୍ରହମାନଂକୁ ରଥାରୁଢ କରାଯିବ l ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରାଜପୁରୋହିତ ବିନାୟକ ସତପଥି ଏବଂ ଅନାନ୍ଯ ସେବାୟତମାନେ ବିଧି ବିଧାନ ଅନୁସାରେ ପ୍ରତୀକାତ୍ମକ ରଥଯାତ୍ରାକୁ ସମ୍ପନ କରିବେ l ମନ୍ଦିର ପରିସରେ ଅସ୍ଥାୟୀ ମାଉସୀ ମନ୍ଦିର କରାଯ୍ବ ଏବଂ ଛୋଟ ଶ୍ରୀବିଗ୍ରହମାନଂକୁ ଅବତରଣ କରାଯାଇ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯିବ l
ଏଥିରେ ସାମାଜିକ ଦୂରତ୍ବକୁ ଅବଲୋକନ କରି ସୀମିତ ସେବାୟତଙ୍କୁ ନିୟୋଜନ କରାଯିବ ବୋଲି ମାଲକାନଗିରି ତହସିଲଦାର ତଥା ଦେବୋତ୍ତର କାର୍ଯ୍ଯ ନିର୍ବାହୀ ଅଧିକାରୀ ଡଃ ଗୁଣନିଧି ନୟକ ପ୍ରକାଶ କରିଛନ୍ତି !ତେବେ ଜିଲ୍ଲାରେଥିବା ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିରଗୁଡିକରେ ପ୍ରତୀକାତ୍ମକ ରଥ ଯାତ୍ରା ମନ୍ଦିର ବେଢାରେ ଆୟୋଜିତ ହେବ l ତେଣୁ ଜଗନ୍ନାଥ ପ୍ରେମୀମାନେ ରଥଯାତ୍ରା ସମୟରେ କୌଣସି ସ୍ଥାନରେ ଜନ ସମାଗମ ଯେପରି ନହେବ ସେଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ଯାନ ଦେଇଛି l
Nalco
Leave A Reply