Odisha news

୧୮ ଜଣ ଆଜି ନୂତନ ରୋଗୀ ସଂକ୍ରମିତ ଚିହ୍ନଟ : ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ଯା ୧୩୪ କୁ ବୃଦ୍ଧି

0
ମାଲକାନଗିରି ଜିଲ୍ଲାରେ କରୋନା ରୋଗୀମାନଙ୍କ ସଂଖ୍ଯା ଧୀରେ ଧୀରେ କାୟା ବିସ୍ଥାର କରିବାରେ ଲାଗିଛି !ଆଜି ଗୋଟିଏ ଦିନରେ ୧୮ ଜଣ ବ୍ଯକ୍ତିଙ୍କୁ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣା ପଡିଛି ! ୧୮ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ଯରୁ ୧୦ ଜଣ ବ୍ଯକ୍ତି ମାଲକାବଗିରୁ ପୌରା ପରିଷଦ ଅଞ୍ଚଳର ହୋଥିବା ବେଳେ ୬ ଜଣ କଣ୍ଟେନମେଣ୍ଚ ଜୋନର ବୋଲି ଚିହ୍ନଟ କରାଯାଇଛି !ସେହି ପରି ଜଣେ ସଂକ୍ରମିତ ବ୍ଯକ୍ତି ହେଲେ କଣ୍ଚେନମେଣ୍ଟ ଜୋନ୍ ଦ୍ବାରା ସଂକ୍ତମିତ !ଅନ ୩ ଜଣ ବ୍ଯକ୍ତିଙ୍କ ଠାରେ ସାମାନ୍ଯ ଲକ୍ଷଣ ପ୍ରକାଶ ପାଇଥିଲା !
ବାଲିମେଳା ଏନଏସିରେ ଆଜି ୪ ଜଣ ବ୍ଯକ୍ତି କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣା ପଡିଛି !ତନ୍ମଧ୍ଯରୁ ୨ ଜଣ ସଂକ୍ରମିତ ବ୍ଯକ୍ତି ହେଲେ ଗଞ୍ଜାମ ଫେରନ୍ତା !ଅନ୍ଯ ୨ ଜଣ ବ୍ଯକ୍ତି କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ଗସ୍ତ ସଂପର୍କରେ ତଥ୍ଯ ଜିଲ୍ଲା ପ୍ରଶାସନ ନିକଟରେ ହସ୍ତଗତ ହୋଇ ନାହିଁ !
ମାଲକାନଗିରି ବ୍ଲକ୍ ନିକଟସ୍ଥ ଏମଭି -୧୫ ଗ୍ରାମର ଜଣେ ବ୍ଯକ୍ତି କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣା ପଡିଛି !ସେ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ସୂଚନା ମିଳିଛି !ସେହି ପରି ଖଇରପୁଟରେ ଜଣେ ସଂକ୍ରମିତ
ହୋଇଥିବା ସୂଚନା ପ୍ରାପ୍ତ ହୋଇଛି !
କାଲିମେଳା ବ୍ଲକରୁ ୨ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ଜଣା ପଡିଛି !କାଲିମେଳା ସଦରରେ ଜଣେ ବ୍ଯକ୍ତି କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେ କଟକ ଫେରନ୍ତା ବୋଲି ଜଣା ପଡିଛି !ଅନ୍ଯ ଜଣେ ବ୍ଯକ୍ତି ଏମଭ-୭୫ ଗ୍ରାମର !ତାଙ୍କର ଜ୍ବର କାଶ ଲକ୍ଷଣ ପ୍ରକାଶ ପାଇବା ପରେ ସ୍ବାବ୍ ପରୀକ୍ଷଣ କରାଯାଇଥିଲା !
ଜିଲ୍ଲାରେ ଅଦ୍ଯବଧି ମୋଟ ୧୩୪ ଜଣ ବ୍ଯକ୍ତି କରୋନାରେ ସଂକ୍ରମିତ
ହେୀଥିବା ବେଳେ ୭୧ ଜଣ ରୋଗୀ ଆରୋଗ୍ଯ ଲାଭ କରିଛନ୍ତି !ଅନ୍ଯପକ୍ଷରେ ୬୩ ଜଣ କରୋନା ଦ୍ବାରା ସଂକ୍ରମିତ ରୋଗୀ କୋଭିଡ-୧୯ ହସପିଟାଲରେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି!
ତେବେ ଏହି ସଂକ୍ରମଣକୁ ଆଖି ଆଗରେ ରଖି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ମାଲକାନଗିରି ପୌରପରିଷଦ ଏବଂ ବାଲିମେଳା ଏନଏସିକୁ ଆଜି ସଂଧ୍ଯା ୮ଟା ଠାରୁ ଆଗାମୀ ତା:୧୨,୭.୨୦୨୦ ରାତ୍ର ୧୨ଟା ଯାଏଁ ଅର୍ଥାତ ୨ ଦ୍ନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି !ସମସ୍ତେ ସୁରକ୍ଷିତ ଭାବେ ଘରେ ରହିବା ସହିତ ଅତିଜରୁରୀ ହେଲେ ବାହାରକୁ ବାହାରିବା ସମୟରେ ମାସ୍କ ପରିଧାନ କରିବା ଏବଂ ସାମାଜିକ ଦୂରତ୍ବକୁ ମାନି ଚଳିବାକୁ ସେ ପରାମର୍ଶ ଦେଇଛନ୍ତି !
Nalco

Leave A Reply