Odisha news

ମାଲେସିଆ ରେ ମୃତ ଓଡ଼ିଆ ଦାଦନ ଶ୍ରମିକଙ୍କ ମରଶରୀର ୪ ମାସ ପରେ ଗାଁ କୁ ଫେରିଲା ।

0
ଖଲ୍ଲିକୋଟ–୧୦/୦୭–ମାଲେସିଆ ରେ ମୃତ୍ୟୁ ବରଣ କରିଥିବା ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମରଶରୀର ଲକ ଡାଉନ ଯୋଗୁଁ ଦୀର୍ଘ ୪ ମାସ ପରେ ନିଜ ଗାଁ କୁ ମଙ୍ଗଳବାର ବିଳମ୍ବିତ ରାତିରେ ଫେରିଥିବା ଜଣାପଡିଛି ।ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ, ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଣିଆ ଗ୍ରାମର ବିଜୟ ଗୌଡ଼ ଙ୍କ ପୁଅ ପ୍ରତାପ ଗୌଡ଼ ପରିବାର ପ୍ରତିପୋଷଣ କରିବା ପାଇଁ ସୁଦୂର ମାଲେସିଆ କୁ କାମଧନ୍ଦା ଅନ୍ୱେଷଣ ରେ ଗତ ଦୁଇ ବର୍ଷ ତଳେ ଯାଇଥିଲେ ।ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।ତେବେ ହଠାତ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରତାପଙ୍କ ସହ ମିଶି ରହୁଥିବା ଚିକିଟି ଅଞ୍ଚଳର ଜଣେ ଶ୍ରମିକ ପ୍ରତାପଙ୍କ ମୃତ୍ୟୁ ଖବର ଫୋନ ଯୋଗେ ପରିବାର ଙ୍କୁ ଜଣାଇଥିଲେ ।ଏହି ଖବର ଶୁଣିବା ପରେ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡ଼ିଥିଲେ ।ଶବ ଫେରାଇ ଆଣିବାକୁ ସରକାର ଙ୍କୁ ନିବେଦନ କରିଥିଲେ ।କିନ୍ତୁ ଲକ ଡାଉନ ଯୋଗୁଁ ଶବ ମାଲେସିଆ ରୁ ଆଣିବା ବିଳମ୍ବିତ ହୋଇଥିଲା ।ତେବେ ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ଦୀର୍ଘ ୪ ମାସ ପରେ ମୃତ ପ୍ରତାପଙ୍କ ମରଶରୀର ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଗ୍ରାମ ବାଣିଆ କୁ ଫେରି ଥିଲା ।ମାଲେସିଆ ରୁ ମୃତଦେହ ବିମାନ ଯୋଗେ ନୂଆଦିଲ୍ଲୀ ଆସିବା ପରେ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ସିଧା ବାଣିଆ ଗ୍ରାମ କୁ ଆସିଥିଲା ।ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।ମୃତ ପ୍ରତାପଙ୍କ ସ୍ତ୍ରୀ ଗୀତା କାନ୍ଦି କାନ୍ଦି ବେହୋସ ହୋଇଯାଉଥିବା ବେଳେ ବାପା ବିଜୟ ଗୌଡ଼ ଓ ମାଆ ଗନ୍ଧିଆଣି ଗୌଡ଼ ପୁଅକୁ ବାହୁନି ବାହୁନି କାନ୍ଦୁଥିଲେ ।ଗୋଟିଏ ପୁଅ ଓ ଦୁଇ ଝିଅ ବାପା ଙ୍କୁ ଝୁରି ହେଉଛନ୍ତି ।ମଙ୍ଗଳବାର ବିଳମ୍ବିତ ରାତିରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଗାଁ ସ୍ମଶାନ ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।
Nalco

Leave A Reply