ଚଳିତ ବର୍ଷ ଜାନୁଆରୀ ମାସ ୧୫ ତାରିଖ ଦିନ ମକର ସଂକ୍ରାନ୍ତି ପାଳିତ ହେବ l ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଓ ଉତ୍ତର ଦିଗକୁ ଗତିକରିବେ l ମକର ସଂକ୍ରାନ୍ତି ଠାରୁ ଦେବତା ମାନଙ୍କ ଦିନ ଆରମ୍ଭ ହୋଇଥାଏ ଏବଂ ଏହିଦିନ ଠାରୁ ବସନ୍ତ ଋତୁ ଆରମ୍ଭ ହୋଇଯାଇଥାଏ l ଏବଂ ଭାରତରେ ନୂଆ ଫସଲ ର ଆଗମନ ହୋଇ ଖୁସି ର ରୂପ ନେଇଥାଏ l ମାନ୍ୟତା ରହିଛି ଯେ ଏହିଦିନ ଗଙ୍ଗା ସ୍ନାନ କରି ମୋକ୍ଷ ପ୍ରାପ୍ତିର ରାସ୍ତା ଖୋଲିଯାଇ ଥାଏ l ମାନ୍ୟତା ରହିଛି ଯେ ମକର ସଂକ୍ରାନ୍ତି ରେ କିଛିଟା ମହା ଉପାୟ କରି ଜୀବନ ର ସମସ୍ତ ବିଘ୍ନ ଦୂର ହୋଇଥାଏ l
* ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବ ଶନି ଦେବଙ୍କ ଉପରୁ ଅଭିମାନ ତ୍ୟାଗ କରି ତାଙ୍କ ଗୃହ ମକର ରାଶିକୁ ଯାଇଥିଲେ l ତେଣୁ ମାନ୍ୟତା ରହିଛି ଯେ ଏହିଦିନ ଜଳ ରେ କଳା ରାଶି ମିଶାଇ ସ୍ନାନ କରିବା ଦ୍ୱାରା ଶନି ଙ୍କ କୃପା ପ୍ରାପ୍ତି ହୋଇଥାଏ, ଏହି ଉପାୟ ୭ଟି ଅଶ୍ୱମେଧ ଯଜ୍ଞ ର ପରିଣାମ ର ଫଳ ଦେଇଥାଏ l
* ମକର ସଂକ୍ରାନ୍ତି ଦିନ ଗୃହ ରେ ଆମ୍ବ କଥାରେ ହୋମ କରନ୍ତୁ l ଏହି ହଵନ ର ଅଗ୍ନି ରେ ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରି ରାଶି ର ଅର୍ଘ୍ୟ ଦିଅନ୍ତୁ l ମାନ୍ୟତା ରହିଛି ଯେ ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ରୋଗ ରୁ ମୁକ୍ତି ମିଳିଥାଏ l ସକାରତ୍ମକ ଶକ୍ତି ଘରେ ପ୍ରବାହିତ ହୋଇଥାଏ l
* ସୂର୍ଯ୍ୟ ଦେବଙ୍କ ପୂଜା ପାଇଁ ମକର ସଂକ୍ରାନ୍ତି ଗୋଟିଏ ଶ୍ରେଷ୍ଠ ଦିନ ଅଟେ l ମକର ସଂକ୍ରାନ୍ତି ଦିନ ଜଳ ରେ ସିନ୍ଦୁର, ଅକ୍ଷତ, ରକ୍ତ ଚନ୍ଦନ ଓ ନାଲି ଫୁଲ ସହିତ ଅର୍ଘ୍ୟ ଦିଅନ୍ତୁ l ଏହାଦ୍ୱାରା ମାନ -ସମ୍ମାନ ଲାଭ ହୋଇଥାଏ ଓ କ୍ୟାରିଅର ରେ ଉନ୍ନତି ହୋଇଥାଏ l
* ସଧବା ନାରୀମାନେ ମକର ସଂକ୍ରାନ୍ତି ଦିନ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତା ମହିଳାଙ୍କୁ ହଳଦୀ ସିନ୍ଦୁର ଟୀକା ଭାବରେ ମୁଣ୍ଡରେ ଲଗାଇ ଦିଅନ୍ତୁ l ଏହାଛଡା ୧୪ ଟି ଶୁଭ ସାମଗ୍ରୀ ମହିଳାଙ୍କୁ ଦିଅନ୍ତୁ ଏହାଦ୍ୱାରା ସ୍ୱାମୀ ଙ୍କ ର ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l
* ମକର ସଂକ୍ରାନ୍ତି ଦିନ ଦାନ ର ବିଶେଷ ମହତ୍ୱ ରହିଛି l ଆଜିର ଦିନ ରେ ଗୁଡ଼, ରାଶି, ଚାଉଳ, କଳା ବିରି ଦାନ କରିବା ଦ୍ୱାରା ଶନି, ରାହୁ, କେତୁ ଓ ସୂର୍ଯ୍ୟଙ୍କର ଶୁଭ ଦୃଷ୍ଟି ପ୍ରାପ୍ତ ହୋଇଥାଏ l ଏବଂ ବ୍ୟକ୍ତି ଧନଵାନ ହୋଇଥାଏ l
* ମକର ସଂକ୍ରାନ୍ତି ଦିନ ଗାଈ ଙ୍କୁ ସବୁଜ ଘାସ, ପିମ୍ପୁଡି ଙ୍କୁ ଚିନି, ମାଛ ଙ୍କୁ ଅଟା, ଏବଂ ଚଢେଇ ଙ୍କୁ ବାଜରା ଖାଇବାକୁ ଦେବା ଦ୍ୱାରା ଧନ ର ଆଗମନ ହୋଇଥାଏ l
* ଋଣ ବହାରରୁ ମୁକ୍ତି ପାଇବା ପାଇଁ ମକର ସଂକ୍ରାନ୍ତି ଦିନ ଗୋଟିଏ ମୁଠା କଳା ରାଶିକୁ ପରିବାର ସଦସ୍ୟ ଙ୍କ ମୁଣ୍ଡ ଉପରେ ୭ଥର ବୁଲାଇ ଉତର ଦିଗକୁ ଫିଙ୍ଗି ଦିଅନ୍ତୁ l ମାନ୍ୟତା ରହିଛି ଯେ ଏହାଦ୍ୱାରା ଋଣ ସମସ୍ୟା ଦୂର ହୋଇଥାଏ l
* ବ୍ୟବସାୟ ରେ ଉନ୍ନତି ପାଇଁ ଓ ଚାକିରୀ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଘରକୁ ତୁଳସୀ, ତମ୍ବା ଜିନିଷ, ସଧବା ନାରୀ ଙ୍କ ସାମଗ୍ରୀ, ରାଶି, ଇତ୍ୟାଦି ଆଣିବା ଖୁବ ଶୁଭ ହୋଇଥାଏ l