ମକର ସଂକ୍ରାନ୍ତି ୨୦୨୫ ରେ ଘଟୁଛି ୪ଟି ଶୁଭ ସଂଯୋଗ , ଜୀବନ ଉପରେ ପଡିବ ବିଶେଷ ପ୍ରଭାବ
ବର୍ଷରେ ୧୨ ଟି ସଂକ୍ରାନ୍ତି ରେ ୧୨ ଟି ମାସ ପଡିଥାଏ, ପୌଷ ମାସର ସଂକ୍ରାନ୍ତି ଟି ହେଉଛି ମକର ସଂକ୍ରାନ୍ତି l ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବ ଧନୁ ରାଶିରୁ ଆସି ମକର ରାଶିରେ ପ୍ରବେଶ କରି ଥାଆନ୍ତି l ମକର ସଂକ୍ରାନ୍ତି ପ୍ରତି ବର୍ଷ ପ୍ରାୟ ଜାନୁଆରୀ ମାସରେ ପଡିଥାଏ, କିନ୍ତୁ ଚଳିତ ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ୧୪ ତାରିଖ ରେ ଅନୁଷ୍ଠିତ ହେବ l ଏହିଦିନ ସୂର୍ଯ୍ୟ ଙ୍କର ଉତ୍ତରାୟଣ ପ୍ରବେଶ କରିବାର ଅତ୍ୟନ୍ତ ଶୁଭ ଅଟେ l କାହିଁକି ନା ଏହିଦିନ ଠାରୁ ମଳମାସ ରେ ଅଟକି ଥିବା କାର୍ଯ୍ୟ ଆରମ୍ଭ ହୋଇଯାଇ ଥାଏ l
* ଚଳିତ ଥର ମକର ସଂକ୍ରାନ୍ତି ର ପୁଣ୍ୟକାଳ ଓ ମହାପୂଣ୍ୟକାଳ ରେ ସ୍ନାନ ଦାନ ଖୁବ ଫଳ ଦାୟକ l ଏହିଦିନ ଖୁବ ବିଶେଷ ଯୋଗ ଘଟୁଛି ତେଣୁ ସୂର୍ଯ୍ୟ ଦେବ ଙ୍କୁ ସକାଳ ୬ଟା ୪୦ ମିନିଟ ରୁ ନେଇ ସକାଳ ୧୦ ଟା ୨୨ ମିନିଟ ମଧ୍ୟରେ ଅର୍ଘ୍ୟ ଦେବା ଖୁବ ଶୁଭ ଅଟେ l
* ଏହିଦିନ ଠାରୁ ଆସନ୍ତା ସଂକ୍ରାନ୍ତି ପର୍ଯ୍ୟନ୍ତ ସୂର୍ଯ୍ୟ ଦେବ ମକର ରାଶିରେ ରହିବେ l ତେଣୁ ସତ ଭିସା ଓ ପୂର୍ବ ଭାଦ୍ରପଦ ନକ୍ଷତ୍ର, ଶଶ ଯୋଗ, ବରିଯାନ ଯୋଗ, ବାଶି ଯୋଗ, ସୁନାଫା ଯୋଗ ଘଟିବ l ଏହି ଯୋଗ ରେ ଶୁଭ କାର୍ଯ୍ୟ, ଦାନ, ପୁଣ୍ୟ, ତୀର୍ଥ ଯାତ୍ରା , ଭଗବତ ମହାପୁରାଣ ପାଠ କରିବା ଖୁବ ଶୁଭ ଅଟେ l
* ଅନେକ ଲୋକ ମକର ସଂକ୍ରାନ୍ତି ଦିନ ଦାନ ପୁଣ୍ୟ କରି ଥାଆନ୍ତି l କାହିଁକି ନା ଏହି ସଂକ୍ରାନ୍ତି ରେ ଦାନ କରିବା ଦ୍ୱାରା ସର୍ବ ରିଷ୍ଟ ଖଣ୍ଡନ ହୋଇଥାଏ l ଏବଂ ପ୍ରତ୍ୟେକ ରାଶି ପାଇଁ ଏହା ଶୁଭ ହୋଇଥାଏ l
* ଅଥର୍ବ ବେଦ ଅନୁସାରେ ଏହିଦିନ ଯେ କୌଣସି ଦାନ କରିବା ଶୁଭ ଅଟେ l ଯେପରିକି ବିଦ୍ୟା ଦାନ, ଶ୍ରମ ଦାନ, ଅର୍ଥ ଦାନ, ଜ୍ଞାନ ଦାନ, ଅଙ୍ଗ ଦାନ, ରକ୍ତ ଦାନ, ସବୁକିଛି କରିବା ଶୁଭ ହୋଇଥାଏ l