ଦିନ ଥିଲା ୧୯୪୨ ର କୁମ୍ଭମେଳା, ପ୍ରୟାଗରାଜ ରେ କୁମ୍ଭ ମେଳାର ଆୟୋଜନ ଦେଖିବା ପାଇଁ ତତକାଳୀନ ଭାଇସରାୟ ଲର୍ଡ଼ ଲିନିଲିଥଗା ପହଞ୍ଚିଥିଲେ l ଗଙ୍ଗା ନଦୀ କୂଳରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ତାଙ୍କ ସହିତ ଯାଇଥିବା ମଦନମୋହନ ମାଲବୀୟ ଙ୍କୁ ପଚାରି ଥିଲେ ଏତେ ଭିଡ଼ , ଆଉ ଏତେବଡ଼ ଆୟୋଜନ , ସେଥିପାଇଁ ଖୁବ ପଇସା ଖର୍ଚ୍ଚ ହୋଇଥିବ l ଏହାକୁ ନେଇ ମାଳବୀୟ କହିଥିଲେ ହଁ ମାତ୍ର ୨ପଇସା ଖର୍ଚ୍ଚ ହୋଇଛି, ଭାଇସରାୟ ଆଶ୍ଚର୍ଯ୍ୟ ହୋଇ କହିଥିଲେ କଣ ଆପଣ ମଜାକ କରୁଛନ୍ତି ? ଏହାପରେ ମାଲବୀୟ ନିଜ ପାକେଟ ରୁ ଗୋଟିଏ ୨ ପଇସାର କ୍ୟାଲେଣ୍ଡର ବାହାର କରିଥିଲେ, ଯେଉଁଥିରେ ଗଙ୍ଗା ସ୍ନାନ ର ତାରିଖ ଲେଖା ହୋଇ ଥିଲା, ଏବଂ ସେ କହିଥିଲେ ଏହାକୁ ଦେଖି ଲୋକେ ଆପେ ଆପେ ଆସି ଥାଆନ୍ତି କାହାକୁ ନିମନ୍ତ୍ରଣ ଦିଆଯାଏ ନାହିଁ , ଏହା ହେଉଛି ଆସ୍ଥାର ବିଶ୍ୱାସ l
ବର୍ତମାନ ମଧ୍ୟ ପ୍ରୟାଗରାଜ ରେ ମହାକୁମ୍ଭ ର ପ୍ରସ୍ତୁତି ଚାଲିଛି, ଲକ୍ଷ ଲକ୍ଷ ଭକ୍ତ ସମାଗମ ହେବାର ବିଶ୍ୱାସ ରହିଛି, କୁମ୍ଭମେଳା ର ମାନ୍ୟତା ଓ ଇତିହାସ ପୁରାଣ ରେ ମଧ୍ୟ ବର୍ଣିତ ହୋଇଛି, କିନ୍ତୁ ଏହି କୁମ୍ଭମେଳା ର ଗୋଟିଏ ରାଜନୈତିକ ପାର୍ଶ୍ୱ ମଧ୍ୟ ରହିଛି, ଯାହା ସମସ୍ତେ ଜାଣିବା ଜରୁରୀ l
ବିଦ୍ରୋହ ର ପ୍ରତୀକ ଥିଲା କୁମ୍ଭ –
ଦେଶ ସ୍ୱାଧୀନତା ପୂର୍ବରୁ କୁମ୍ଭ ର ଆସ୍ଥା ଦେଖିବାକୁ ମିଳିଥିଲା, ମୋଗଲ ଶାସନ ସମୟ ରେ ମଧ୍ୟ ହଜାର ହଜାର ଭକ୍ତ ଙ୍କ ସମାଗମ କୁମ୍ଭ ମେଳାରେ ହେଉଥିଲା, ମୋଗଲ ଶାସକ ଙ୍କ ର ଭୟ ଥିଲା ଯଦି ଏହାକୁ ବିରୋଧ କରାଯିବ ତେବେ ଖୁବ ଖରାପ ସ୍ଥିତି ସୃଷ୍ଟି ହେବ l ଯେତେବେଳେ ଇଂରେଜ ଶାସନ ସମୟ ଆସିଲା ସେତେବେଳେ ମଧ୍ୟ ଇଂରେଜ ମାନଙ୍କ ମନରେ ଭୟ ଆସିଥିଲା ଯେ କୁମ୍ଭ ପାଇଁ ତାଙ୍କ ଶାସନ ବିପଦ ରେ ପଦିନଯାଉ l ଗଙ୍ଗା ସ୍ନାନ କୁ ନେଇ ଇଂରେଜ ମାନଙ୍କର ଏଭଳି ଅସନ୍ତୋଷ କୁ ଦେଖି ୧୯୧୮ ରେ ମହାତ୍ମା ଗାନ୍ଧୀ ପ୍ରୟାଗରାଜ ରେ ଗଙ୍ଗା ସ୍ନାନ କରିଥିଲେ l
ସ୍ୱାଧୀନ ଭାବରତରେ ମହାକୁମ୍ଭ କୁ ନେଇ ରାଜନୈତିକ ପ୍ରୟୋଗ –
ଇତିହାସକାର ଙ୍କ ମତରେ ଦେଶ ସ୍ୱାଧୀନ ହେବା ପରେ କୁମ୍ଭ ରେ ରାଜନୈତିକ ବ୍ୟକ୍ତିତ୍ୱ ନିଜ ନିଜର ପ୍ରାଧାନ୍ୟ ଦେଖା ଆସିଥିଲେ, ଏହାର ଆରମ୍ଭ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନିକଟରୁ ହୋଇଥିଲା, ସେ ୧୯୫୪ ରେ ପ୍ରଥମ ଥର ପାଇଁ କୁମ୍ଭ ମେଳାକୁ ଯାଇଥିଲେ l
ସମୟ ଥିଲା ୧୯୬୬ , ୧୯୬୫ ରେ ମହାକୁଂଭ ରେ କିଛି ବିବାଦ କୁ ନେଇ ପ୍ରୟାଗରାଜ ରେ ମହାକୁମ୍ଭ ଆୟୋଜନ ହୋଇଥିଲା, କିନ୍ତୁ ସେହି ସମୟ ରେ ଭାରତରେ ଗୋଟିଏ ବଡ଼ ଘଟଣା ଘଟିଥିଲା, ତତକାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଙ୍କର ତାସକନ୍ଦ ରେ ନିଧନ ହୋଇଗଲା, ସେହି ସମୟ ରେ ଅନେକ ରାଜନୈତିକ ଘଟଣା କ୍ରମ ମଧ୍ୟରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ଶାସ୍ତ୍ରିଜୀ ଙ୍କ ରହସ୍ୟମୟୀ ମୃତ୍ୟୁ କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା, ଜାନୁଆରୀ ୨୫ ତାରିଖ ୧୯୬୬ ଇନ୍ଦିରା ଗାନ୍ଧୀ ସଙ୍ଗମ ରେ ପହଂଚି ଲାଲ ବହାଦୁର ଶାସ୍ତ୍ରୀ ଙ୍କ ଅସ୍ଥି କୁ ନେଇ ଗଙ୍ଗା ରେ ବିସର୍ଜନ କରିଥିଲେ l ଏହାର କିଛି ସମୟ ପରେ ଆଲ୍ହାବାଦ ରେ ସେ ଗୋଟିଏ ବଡ଼ ଜନସଭା କୁ ସମ୍ବୋଧନ କରି କହିଥିଲେ ଶାସ୍ତ୍ରିଜୀ ମୋତେ ଅନାଥ କରି ଚାଲିଗଲେ l ଏବଂ ଇନ୍ଦିରା ଗାନ୍ଧୀ ଙ୍କର ଏହି ଭାଷଣ ତାଙ୍କ ରାଜନୈତିକ କ୍ୟାରିଅର ପାଇଁ ମାଷ୍ଟର ଷ୍ଟ୍ରୋକ ହୋଇଥିଲା l
ଇନ୍ଦିରା ଙ୍କ ନିକଟରୁ ପ୍ରଭାବିତ ହୋଇ ୨୦୦୧ ରେ ତାଙ୍କ ବଡ଼ ବୋହୁ ୨୦୦୧ ରେ କୁମ୍ଭ ମେଳାକୁ ଯାଇ ଗଙ୍ଗା ସ୍ନାନ କରିଥିଲେ, ସେତେବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା l ସେହି ସମୟ ରେ NDA ର ଶାସନ ଥିଲା, ସେହି ସମୟ ରେ ଅଟଳ ବିହାରୀ ବାଜପେୟୀ ଙ୍କ ସହିତ ଅନେକ ନେତା କୁମ୍ଭ ଆୟୋଜନ ରେ ପହଂଚିଥିଲେ l
ଚଳିତ ବର୍ଷ ୧୩ ଜାନୁଆରୀ ରେ ପ୍ରୟାଗରାଜ ରେ ମହାକୁଂଭ ଆରମ୍ଭ ହେବାକୁ ଯାଉଛି, ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ଅପିଲ କରୁଛନ୍ତି, କିନ୍ତୁ ବର୍ତମାନ ଦେଖିବାର ଅଛି ଯେ ଚଳିତ ବର୍ଷର କୁମ୍ଭ ମେଳା କୁ ନେଇ କେଉଁ ରାଜନୀତି ଜାଗୁଛି l