୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ରେ କେନ୍ଦ୍ରମନ୍ତ୍ରୀ , ବିଶ୍ୱ ମାନଚିତ୍ରରେ ଓଡ଼ିଶାର ପରିଚୟ ଆହୁରି ବଢିବ : ଧର୍ମେନ୍ଦ୍ର ପ୍ରଧାନ
• ୟୁଏସ, ଓମାନ ଓ କାତାରରୁ ଆସିଥିବା ପ୍ରତିନିଧି ଦଳ, ଭାରତୀୟ ପ୍ରବାସୀଙ୍କ ସହ କଥା ହେଲେ
• ନ୍ୟୁଜ ୱିକ ସିଇଓ ଡକ୍ଟର ଦେବ ପ୍ରଗାଡଙ୍କୁ ସାକ୍ଷାତ କରି ଗଣମାଧ୍ୟମ ଜଗତରେ ଡିଜିଟାଲ ପରିବର୍ତ୍ତନ ଉପରେ କଲେ ଆଲୋଚନା
• ବିକଶିତ ଭାରତରେ ଯୋଗଦାନ ଦେବା ଦିଗରେ ଓଡ଼ିଶାର ବିପୁଳ ସମ୍ଭାବନା ଉପରେ ଆଲୋଚନା
• ଓଡ଼ିଶାର ପର୍ଯ୍ୟଟନକୁ ଉପଭୋଗ କରିବା ସହ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ ଦେଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଖାଦ୍ୟପେୟ ଓ ପର୍ଯ୍ୟଟନ ଉପରେ ଅବଗତ କରାଇଲେ
• ସ୍କୁଲ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରବାସୀଙ୍କ ଆବଶ୍ୟକତା ଉପରେ ଦେଲେ ପରାମର୍ଶ
• ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କ କ୍ରିଟିକାଲ ଥିଙ୍କିଂ ଓ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା
• ପ୍ରବାସୀ ଭାରତୀୟ ଆୟୋଜନ ଦ୍ୱାରା ଓଡ଼ିଶା ଆଜି ବିଶ୍ୱବିଦିତ ହୋଇଛି
• ଓଡ଼ିଶାର ପରିବେଶ, ଓ ଆତିଥେୟତାକୁ ବୈଶ୍ୱିକ ସ୍ତରର ଲୋକମାନେ ସମସ୍ତେ ପସନ୍ଦ କରୁଛନ୍ତି
• ବିଦେଶରେ ଭାରତର ମାନ ସମ୍ମାନ ବୃଦ୍ଧି କରିଥିବା ପ୍ରବାସୀ ଭାରତୀୟଙ୍କ ପ୍ରତିଭା, କଠିନ ପରିଶ୍ରମ ଏବଂ ଅତୁଳନୀୟ ଅବଦାନକୁ ସମ୍ମାନିତ କରିବାର ଅବସର
ଭୁବନେଶ୍ୱର, ଜାନୁଆରୀ ୦୯ – ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ସମାରୋହ କେବଳ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ମୂଳ ପରିଚୟକୁ ପରିଚିତ କରାଇବାର ଅବସର ନୁହେଁ, ବରଂ ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବାର ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରବାସୀ ଭାରତୀୟ ଉତ୍ସବ ସଫଳ ହୋଇଛି । ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି । ଓଡ଼ିଶାକୁ ଦେଶ ବିଦେଶରୁ ଆସିଥିବା ପ୍ରତିନିଧି ଓଡ଼ିଶାର ଭୂୟସୀ ପ୍ରଶଂସା କରିଛନ୍ତି । ଓଡ଼ିଶାର କଳା, ସଂସ୍କୃତି, ହସ୍ତତନ୍ତ ପ୍ରତି ପ୍ରବାସୀଙ୍କ ରୁଚି ବଢିଛି । ପ୍ରବାସୀ ଭାରତୀୟ ଦିବସର ଉଦ୍ଦେଶ୍ୟ ସାଧିତ ହେଉଛି । ଭାରତ ସରକାର ପ୍ରବାସୀଙ୍କ ଏକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ।
—