Odisha news

ମେଜର ସୁଭାଙ୍ଗ : କାନ୍ଧରେ ଗୁଳି ବାଜିବା ପରେ ମଧ୍ୟ ଆତଙ୍କବାଦୀ ଙ୍କ ସହିତ ବିରତ୍ଵ ର ସହିତ ମୁକାବିଲା କରିଥିଲେ ଓ ସମ୍ମାନିତ ହେଲେ କୀର୍ତ୍ତି ଚକ୍ର ରେ

0
୭୪ ତମ ଗଣତନ୍ତ୍ର ଦିବସ ର ପୂର୍ବ ସନ୍ଧ୍ୟାରେ ବୀରତା ପୁରସ୍କାର ଘୋଷଣା କରିଦିଆ ଯାଇଛି । ଚଳିତ ବର୍ଷ ୨ଟି କୀର୍ତ୍ତି ଚକ୍ର ଓ ୭ଟି ସୌର୍ଯ୍ୟ ଚକ୍ର ର ଘୋଷଣା ହୋଇଛି । ଚଳିତ ଥର ମେଜର ଶୁଭାଙ୍ଗ ଓ ନାୟକ ଜିତେନ୍ଦ୍ର ସିଂହ ଙ୍କୁ କୀର୍ତ୍ତି ଚକ୍ର ରେ ସମ୍ମାନ ରେ ସମ୍ମାନିତ କରାଯାଇଛି । ମେଜର ସୁଭଙ୍ଗ ଙ୍କୁ ଏହି କୀର୍ତ୍ତି ଚକ୍ର ସମ୍ମାନ ତାଙ୍କ ପରାକ୍ରମ ଓ ବିରତ୍ୱ ପାଇଁ ପ୍ରଦାନ ଦିଆଯାଇଛି । ମେଜର ସୁଭାଂଗ ନିଜ ଦୁଃସାହସିକ ପରାକ୍ରମ ଦ୍ଵାରା ଜାମ୍ମୁ କାଶ୍ମୀର ରେ ଆତଙ୍କବାଦୀ ମାନଙ୍କ ସହିତ ଗୋଟିଏ ଅପରେସନ ରେ କାନ୍ଧରେ ଗୁଳି ଖାଇଥିଲେ ।
ମେଜର ସୁଭାଂ ଡୋଗ୍ରା ରେଜିମେଣ୍ଟ ର ଅଟନ୍ତି । ତାଙ୍କୁ ଜାମ୍ମୁ କାଶ୍ମୀର ର ବଡଗାମ ରେ ଗୋଟିଏ ଅପରେସନ ରେ ବୀରତା ପୂର୍ଣ୍ଣ କାର୍ଯ୍ୟ ପାଇଁ ଦ୍ଵିତୀୟ ସର୍ବୋଚ୍ଚ ବୀରତା ପଦକ କୀର୍ତ୍ତି ଚକ୍ର ରେ ସମ୍ମାନିତ କରାଯାଇଛି । ତାଙ୍କ କାର୍ଯ୍ୟ ହିଁ ଦେଇଛି ତାଙ୍କର ବିରତାର ପରିଚୟ , ସେ ଏହି ଅପରେସନ ରେ ନିଜ କାନ୍ଧ ରେ ଗୁଳି ଖାଇ ମଧ୍ୟ ଗୋଟିଏ ଆତଙ୍କବାଦୀ କୁ ମାରିବା ସହିତ ନିଜର ସାଥୀ ସୈନିକ ଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ।
ଏହିଦିନ ଟି ଥିଲା ଅପ୍ରେଲ ୨୦୨୨ , ଜାମ୍ମୁ କାଶ୍ମୀର ର ବଡଗମା ଅଞ୍ଚଳ ରେ ଆତଙ୍କବାଦୀ ଙ୍କ ବିରୁଦ୍ଧରେ ଖୁବ୍ କଠିନତା ମଧ୍ୟରେ ନିଜ ଦଳ ର ନେତୃତ୍ୱ କରିଥିଲେ ମେଜର ସୁଭାଙ୍ଗ । ଆତଙ୍କବାଦୀ ମାନଙ୍କ ସହିତ ଗୁଳି ବିନିମୟ ରେ ଜଣେ ଅଧିକାରୀ ଓ ୨ଜଣ ସୈନ୍ୟ ଆହତ ହୋଇ ଯାଇଥିଲେ । ବାମ କାନ୍ଧରେ ଗୁଳି ଲାଗିବା ସତ୍ତ୍ବେ ମଧ୍ୟ ସେ ନିଜର ଅତୁଳନୀୟ ବୀରତା ପ୍ରଦର୍ଶନ କରିଥିଲେ ଓ ଖୁବ୍ ନିକଟରୁ ଗୋଟିଏ ଆତଙ୍କବାଦୀ କୁ ମାରି ଥିଲେ ।
ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ୭୪ ତମ ଗଣତନ୍ତ୍ର ଦିବସ ରେ ରାଷ୍ଟ୍ରପତି ଙ୍କ ଦ୍ଵାରା ଚଳିତ ଥର ୪୧୨ ଟି ବୀରତା ପୁରସ୍କାର ଓ ଅନ୍ୟ ସମ୍ମାନ କରାଯିବ ।
Leave A Reply