Odisha news

୭୪ ତମ ଗଣତନ୍ତ୍ର ଦିବସ : ଭାରତୀୟ ସମ୍ବିଧାନ ନିଜ ର ଶକ୍ତି ବଳରେ ସାରା ବିଶ୍ୱ କୁ କରିଛି ଅକ୍ତିଆର 

0
ଭାରତ ସାରା ବିଶ୍ୱରେ ସବୁଠୁ ବଡ଼ ଲୋକତନ୍ତ୍ର ରାଷ୍ଟ୍ର ଅଟେ l ଭାରତକୁ ସ୍ୱାଧୀନତା ମିଳିବାର ୭୫ ବର୍ଷରୁ ଉର୍ଧ୍ଵ ହୋଇ ସାରିଛି l ଆଜି ଭାରତ ବିଶ୍ୱର ବଡ ପଞ୍ଚମ ଅର୍ଥ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ଓ ଆସନ୍ତା ୧୦ ବର୍ଷ ମଧ୍ୟରେ ତୃତୀୟ ସବୁଠୁ ବଡ଼ ଆର୍ଥିକ ଶକ୍ତି ହେବାକୁ ଯାଉଛି l ଭାରତର ଉନ୍ନତିର ଆଧାର ହେଉଛି ଆମର ସମ୍ବିଧାନ l
ଭାରତ ୧୫ ଅଗଷ୍ଟ ୧୯୪୭ ରେ ସ୍ୱାଧୀନ ହୋଇଥିଲା l କିନ୍ତୁ ଭାରତ ଗୋଟିଏ ଗଣରାଜ୍ୟ ସ୍ୱାଧୀନତାର ଅଢେଇ ବର୍ଷ ପରେ ୨୬ ଜାନୁଆରୀ ୧୯୫୦ ରେ ହୋଇଥିଲା l ସେହିଦିନ ଆମକୁ ସେହି ଆଧାର ମିଳିଥିଲା ଯାହାକୁ ନେଇ ଭାରତ ଆଜି ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି l ସେହି ଆଧାର ଥିଲା ଆମର ସମ୍ଭିଧାନ. ଭାରତର ନାଗରିକ ମାନଙ୍କର ସମ୍ବିଧାନ l ୧୯୫୦ ଜାନୁଆରୀ ୨୬ ତାରିଖ ରେ ଆମର ସମ୍ବିଧାନ ଲାଗୁ ହୋଇଥିଲା l ସେହିଦିନ ଠାରୁ ଆମେ ଗଣତନ୍ତ୍ର ଦିବସ ପାଳନ କରି ଆସୁଛୁ l
ଭାରତୀୟ ଗଣତନ୍ତ୍ରର ୭୩ ବର୍ଷ ସମ୍ପୂର୍ଣ ହେଲା –
ସମ୍ବିଧାନ ସଭାରେ ନଭେମ୍ବର ୨୬ ତାରିଖ ୧୯୪୯ ଦେଶ ର ସମ୍ବିଧାନ ଅଙ୍ଗିକୃତ , ଅଧିନିୟମିତ ଓ ଅତ୍ମ ସମର୍ପିତ କରାଯାଇ ଥିଲା । ନାଗରିକତା , ନିର୍ବାଚନ ଓ ଅନ୍ତରୀଣ ସଂସଦ ରୁ ସମ୍ବର୍ଦ୍ଧିତ ପ୍ରାବଧାନ ସହିତ ଅସ୍ଥାୟୀ ଓ ସଂକ୍ରମଣକାରି ଉପବନ୍ଧ କୁ ଏହିଦିନ ଠାରୁ ଲାଗୁ କରାଯାଇ ଥିଲା । ବାକି ସମ୍ବିଧାନ ସମ୍ପୂର୍ଣ ଭାବରେ ଜାନୁଆରୀ ୨୬ ତାରିଖ ୧୯୫୦ ରେ ଲାଗୁ କରାଯାଇ ଥିଲା । ଭାରତ ୭୩ ବର୍ଷ ସ୍ବାଧୀନତା କୁ ପୁରା କରି ସାରିଥିବା ବେଳେ ଭାରତ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଛି ।
ଭାରତ ର ସମ୍ବିଧାନ ଦୁନିଆରେ ଗୋଟିଏ ବିଶିଷ୍ଟ ସମ୍ବିଧାନ –
ଭାରତୀୟ ସମ୍ବିଧାନ ପାଖାପାଖି ୬୦ ଟି ଦେଶ ର ସମ୍ବିଧାନ କୁ ଅଧ୍ୟୟନ ପରେ ପ୍ରସ୍ତୁତ କରାଯାଇଛି । ଆମ ସମ୍ବିଧାନ ତିଆରି ହେବା ପାଇଁ ୨ବର୍ଷ ୧୧ ମାସ ୧୮ ଦିନ ଲାଗି ଯାଇଥିଲା । ଆମ ସମ୍ବିଧାନ ରେ ବିଶ୍ବର ଅନେକ ସମ୍ବିଧାନ ର ବିଶେଷ ତତ୍ତ୍ଵ କୁ ନିଆ ଯାଇଥିଲା । ଏହା ସତ୍ତ୍ବେ ମଧ୍ୟ ଏହାର ଅଲଗା ବିଶେଷତା ରହିଛି । ଯାହା ଅନ୍ୟ ଦେଶ ର ସମ୍ବିଧାନ ଠାରୁ ଅଲଗା କରିଛି ।
ଆମ ଗଣରାଜ୍ୟ ଭାରତୀୟ ସମ୍ବିଧାନ ଅନୁସାରେ ଚାଲିଥାଏ । ଆମ ଦେଶ ସାସନ ର ଆଧାର ସମ୍ବିଧାନ ଅଟେ । ଆମ ଦେଶ ସମ୍ବିଧାନ ଆରମ୍ଭ ରେ ରହିଛି ଆମେ ଭାରତୀୟ ଅଟୁ, ଏହା ଜାହିର କରିଛି ସମ୍ବିଧାନ ର ବିଶେଷତା ।
ଭାରତୀୟ ସମ୍ବିଧାନ ସବୁଠୁ ବଡ ଲିଖିତ ସମ୍ବିଧାନ ଅଟେ । ଏଥିରେ ୯୦ ହଜାର ରୁ ଅଧିକ ଶବ୍ଦ ରହିଛି । ଭାରତୀୟ ସମ୍ବିଧାନ ଅନୁସାରେ ଲୋକତନ୍ତ୍ର ବ୍ୟବସ୍ଥା ସଂଘତ୍ମକ ଅଟେ ଓ ଏକାତ୍ମକ ମଧ୍ୟ ଅଟେ । ଭାରତୀୟ ସମ୍ବିଧାନ ରେ ପ୍ରତ୍ୟେକ ବର୍ଗର ଲୋକଙ୍କ ର ରଖାଯାଇଛି ବିଶେଷ ଧ୍ୟାନ , ଆଦିବାସୀ , ହରିଜନ ଓ ଅଳ୍ପସଂଖ୍ୟକ ଙ୍କ ର ସୁରକ୍ଷା ଓ ସମାନତା ର ଦେଇଥାଏ ଗ୍ୟାରେଣ୍ଟି । ଆମ ସମ୍ବିଧାନ ଦେଶ କୁ ଗୋଟିଏ ଧର୍ମ ନିରପେକ୍ଷ ରାଜ୍ୟ ଭାବରେ ଗଣନା କରିଥାଏ । ଯେତେବେଳେ ସମ୍ବିଧାନ ଲାଗୁ ହୋଇଥିଲା ସେତେବେଳେ ମତଦାନ ପାଇଁ ନିମ୍ନତମ ଆୟୁ ୨୧ ବର୍ଷ ଥିଲା , କିନ୍ତୁ ୧୯୮୯ ରେ ୬୧ ତମ ସମ୍ବିଧାନ ସଂଶୋଧନ ନିୟମ ଅନୁସାରେ ଏହାକୁ ୧୮ ବର୍ଷ କରାଯାଇ ଥିଲା ।
Nalco
Leave A Reply