Odisha news

ମାହାଙ୍ଗା : ସହିଦଙ୍କୁ ସଲାମ

0

ମାହାଙ୍ଗା୨୯ା୦୬: ମାତୃଭୂମି ସୁରକ୍ଷା ପାଇଁ ପ୍ରାଣବଳିଦେଇଥିବା ବୀର ଯବାନ୍ ମାନଙ୍କ ପାଇଁ ଆୟୋଜିତ ଶ୍ରଦ୍ଦାଞ୍ଜଳୀ ସଭା ଓ ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ୨ଶହରୁ ଉଦ୍ଧ୍ୱର୍ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଭାଗ ନେଇଥିଲେ । ପ୍ରଖ୍ୟାତ କଣ୍ଠଶିଳ୍ପୀ ସଂଗ୍ରମ ମହାନ୍ତି, ସସ୍ମୀତା ବିଶ୍ୱାଳ, ବନ୍ଦିତା ମିଶ୍ର ଏବଂ ସସ୍ମୀତା ଦାଶଙ୍କ ଦେଶାତ୍ମବୋଧକ ସଂଗୀତର ଆବାହନୀରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କଳିଙ୍ଗ ଭାରତୀ ଫାଉଣ୍ଡେସନ୍ , ଗୁଡଗାଓଁ ଆନୁକୂଲ୍ୟରେ ଭିଡିଓ କନ୍ଫରେନ୍ସ ଜରିଆରେ ଅନୁଷ୍ଠିତ ଏହି ଆନ୍ତର୍ଜାତିକ ସେମିନାଲକୁ ଅନୁଷ୍ଠାନର ସଭାପତି ଅକ୍ଷୟ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ ।

ମୁଖ୍ୟ ଅତିଥି ଭାବେ ଭାଜପାର ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇ ଶହୀଦ୍ଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସ୍ପିଜର, ସୁରକ୍ଷା ଅଧିକାରୀ ପି.କେ ମିଶ୍ର, ସମ୍ମାନିତ ଅତିଥି ଭାବେ ଭାରତୀୟ ବୈଦେଶିକ ସେବା ଅଧିକାର ଅମରେନ୍ଦ୍ର ଖଟୁଆ, ଆପିଏସ୍ ସଞ୍ଜିତ୍ ପାଟଯୋଶୀ, ହରିୟାନା କଳା ପରିଷଦର ପୂର୍ବତନ ନିଦେ୍ର୍ଦଶକ ଅଜୟ ସିଂହଲ, ଶିଳ୍ପଦ୍ୟୋଗୀ ଅଶୋକ ସେନ୍, ଡାକ୍ତର ଅଶୋକ ଚୌଧୁରୀ, କଳିଙ୍ଗ ଭାରତୀ ଫାଉଣ୍ଡେସନ୍ର ବରିଷ୍ଠ କର୍ମକର୍ତା ସଞ୍ଜୟ ଦାସ ଓ ନିରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଭାରତୀ ଫାଉଣ୍ଡେସନ୍ର ବରିଷ୍ଠ କର୍ମକର୍ତା ଏନ୍ ମିଶ୍ର, ଡକ୍ଟର ଅଜୟ ନାୟକ, ସଂଗ୍ରାମ ପାଣିଗ୍ରାହୀ, ଅବନୀ ସାହୁ, ସାମ୍ବାଦିକ କିଶୋର ଦ୍ୱିବେଦୀ, ଅଖିଳେଶ ମହାନ୍ତି, ସାମାଜିକ ର୍ମୀ, ସନ୍ଧ୍ୟା ମହାନ୍ତି, ସୁଧାଂଶୁ ପାଢୀ, ସୌମ୍ୟା ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନୁଷ୍କା ପରିଜା ଉଦ୍ଘୋଷିକା ଭାବେ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ପୁଲୱାମାର ଶହୀଦ୍ଦ ବୀର ଜବାନ୍ ଏବଂ କରୋନା ମହାମାରୀ ରେ ମୃତୁ୍ୟବରଣ କରିଥିବା କରୋନା ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନିଲ ସାମଲ ପ୍ରଶଂସା କରିଛନ୍ତି ।

Leave A Reply