Odisha news

ମହାକାଳପଡ଼ା : ଗ୍ୟାସଟାଙ୍କି ଫାଟି ଜଳିଗଲା ୪ ବଖରା ଚାଳଛପର

0

ମହାକାଳପଡ଼ା ୨୯-୦୬ : ଜମ୍ବୁ ସାମୁଦ୍ରୀକ ଥାନା ଅନ୍ତର୍ଗତ ଜମ୍ବୁ ଗ୍ରାମରେ ଶନିବାର ବିଳମ୍ବିତ ରାତି୍ରରେ ଗ୍ୟାସଟାଙ୍କି ଫାଟି ଜିବାରୁ ହଠାତ୍ ଅଗ୍ନିକାଣ୍ଡ ଘଟି ଗୋର ଭୂୟାଁ ଏବଂ ନିତାଇ ଭୁୟାଁଙ୍କ ୪ ବଖରା ଚାଳଛପର ଘର ସମ୍ପୁର୍ଣ୍ଣ ପୋଡ଼ି ଯାଇଛି । ପରିବାର ଲୋକେ ରାତିରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

ଏହାପରେ ଘରୁ ବାହାରି ଆସି ଡ଼ାକ ପକାଇବାରୁ ସାହି ପଡ଼ିଶା ଲୋକେ ପହଂଚିଲା ବେଳକୁ ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ପେଟଛେଲା ସର୍କର୍ଲ ରାଜ୍ୱସ ନିରିକ୍ଷକ ଅଲେଖ ଚନ୍ଦ୍ର ତରାଇ ରବିବାର ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ଅଗ୍ନିକାଣ୍ଡରେ ସର୍ବଶାନ୍ତ ହୋଇପଡ଼ିଥିବା ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply