Odisha news

ମାହାଙ୍ଗା : ସ୍କୁଲ ବାରଣ୍ଡାରୁ କଲେଜ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର , ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ

0

ମାହାଙ୍ଗା୨୯ା୦୬: ମାହାଙ୍ଗା ଥାନା ଜଳେଶ୍ୱରପୁର ଗ୍ରାମ ପଂଚାୟତର ଗଙ୍ଗପୁରା ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରୁ ଆଜି ଜନୈକ କଲେଜ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତ ଛାତ୍ର ସରୋଜ କୁମାର ଜେନା ଚଣ୍ଡିଖୋଲ ନିକଟସ୍ଥ ଶ୍ରୀକୁଞ୍ଜ ଆଟିସି କେନ୍ଦ୍ରରେ ପାଠ ପଢୁଥିଲେ । ଜଗତ୍ପୁର୍ରେ ରହି ପାଟଁ ଟାଇମ୍ କାମ କରୁଥିଲେ ।

ଗତକାଲି ସେ ନିଜ ଘର ଗଙ୍ଗପୁରାକୁ ଆସିଥିଲେ ଓ ରାତି ୧୧ଟଶ ପର୍ଯ୍ୟନ୍ତ ଘରେ ବିଧବା ମାଙ୍କ ପାଖରେ ଶୋଈଥିଲେ । କୌଣସି ଏକ ଫୋନ୍ କଲ ପାଇ ଶୋଇବା କୋଠରୀରୁ ବାହାରକୁ ଯାଇ ଆଉ ଘରକୁ ଫେରି ନଥିଲେ ।

ଗାଁ ଲୋକେ ଆଜି ସକାଳୁ ସ୍କୁଲ ବାରଣ୍ଡାରେ ସରୋଜଙ୍କ ଝୁଲନ୍ତା ଶବ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକଙ୍କ ପକ୍ଷରୁ ମାହାଙ୍ଗା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଏକ ଅପମୃତୁ୍ୟ ମାଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଥିବା ଜଣାପଡିଛି । କ’ଣ ପାଇଁ ସରୋଜ ଏଭଳି ନିଷ୍ପତି ଗ୍ରହଣ କଲା ତାହା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply