ମହାକାଳପଡ଼ା : ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷିରେ ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା ନେଇ ପ୍ରଶାସନକି ସ୍ତରରେ ଜୋରଦାର ପ୍ରସ୍ତୁତି ଜାରିରହିଛି l କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅଧୀନ ମହାକାଳପଡ଼ା ବିଧାନ ସଭା କ୍ଷେତ୍ର ର ସଦର ମହାକାଳପଡ଼ା ବ୍ଲକ ପ୍ରଶାସନ ତରଫରୁ ମଙ୍ଗଳ ବାର ସେକ୍ଟର ଅଫିସର ଓ ପୋଲିସ ଅଧିକାରୀ ମାନଙ୍କ ପ୍ରସ୍ତୁତି ବୈଠକ ବ୍ଲକ ସଭା ଗୃହ ରେ ଅନୁଷ୍ଠିତ ହୋଇ ଯାଇଛି l ବୈଠକ ରେ ୧୯ ଜଣ ସେକ୍ଟର ଅଫିସର ଉପସ୍ଥିତ ଥିବା ବେଳେ ଅନୁରୂପ ଭାବେ ପୋଲିସ ସବଇନସପେକ୍ଟର ଓ ଆସିଷ୍ଟାଣ୍ଟ ସବଇନସପେକ୍ଟର ଆଦି ଉପସ୍ଥିତ ଥିଲେ l ସହକାରୀ ଉପଜିଲ୍ଲାପାଳ ଅଶୋକ କୁମାର ଦାସ ବୈଠକରେ ଉପସ୍ଥିତ ରହି ନିର୍ବାଚନ ସମୟରେ ସେକ୍ଟର ପରିଚାଳନା ନେଇ ଆଲୋଚନା କରିଥିଲେ l ଏତଦ ବ୍ୟତୀତ ସ୍ଥାନୀୟ ବିଡ଼ିଓ ସାଗର କୁମାର ନନ୍ଦ,ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଜିପିଓ ଇତିଶ୍ରୀ ପଣ୍ଡା ଓ ସହକାରୀ ଯନ୍ତ୍ରି ରାଜଲଷ୍ମୀ ସାହୁ ଆଦି ଉପସ୍ଥିତ ଥିଲେ